ମାତ୍ର କିଛି ସମୟର Reels BSF ଯବାନଙ୍କ ଜୀବନ ନେଇଗଲା…

ଅନ୍ଧେରା ତେରା ମୈନେ ଲେ ଲିୟା ଏହି ଲୋକପ୍ରିୟ ଗୀତ ରେ ଦମଦାର ଋଲ୍ସ କରୁଥିଲେ ଭାଇରାଲ ଭିଡିଓ ରେ ଏହି ଯୁବକ ଜଣକ । ଫାଙ୍କା ରାସ୍ତା ମେଘାଛନ୍ନ ରାସ୍ତା ଥିଲା । ଯୌବନ ବୟସରେ ଏହା ଠାରୁ ରୋମାଣ୍ଟିକ ପରିବେଶ ଆଉ କଣ ହୋଇପାରେ ? ସମସ୍ତେ ଯେମିତି ଏହି ପାଗ ରେ ଋଲ୍ସ କରିବାକୁ ପସନ୍ଦ କରନ୍ତି ଯୁବକ ଜଣକ ମଧ୍ୟ ଏହିକ ସେମିତି କରୁଥିଲେ । ବାଇକରେ ବସି ଋଲ୍ସ କରିବା ବେଳେ ବେଶ ଖୁସି ରେ ଥିଲେ ।

କିନ୍ତୁ ସେ ଜଣାଇ ନ ଥିଲେ ଏହି ଋଲ୍ସ ତାଙ୍କ ଜୀବନର ଶେଷ ଋଲ୍ସ ହେବ । ହଁ ଦର୍ଶକ ବନ୍ଧୁ ଗଞ୍ଜାମ ଧରାକୋଟ ବ୍ଲକ ଓସାରବା ଗାଁ ର ଜିତେନ୍ଦ୍ର ପାଢି । ବୟସ 25 ହେବ । କମ ବୟସରୁ ଦେଶର ସେବା କରିବାକୁ BSF ରେ ଯୋଗ ଦେଇଥିଲେ । ଯବାନ ଚାକିରି ପରେ ମନରେ କେତେ କଣ ସ୍ଵପ୍ନ ଦେଖିଥିଲେ ଜିତେନ୍ଦ୍ର । ଘରକୁ ଛୁଟିରେ ଆସିବା ସମୟରେ ଋଲ୍ସ କରିବାକୁ ଇଚ୍ଛା କରିଲେ ।

ରାସ୍ତା ଫାଙ୍କା ଥିବାରୁ ବାଇକ ଚଳାଇବା ସହ ଗୀତ ର ତାଳେ ତାଳେ ଲୁକ ଦେଉଥିଲେ । ହେଲେ ଖୁସି ରେ ଘୋଟି ଆସିଲା ଦୁଃଖର କଳା ବାଦଲ । ହଠାତ ମାଡି ଆସିଲା ବସ ଆଉ ବାଇକ ସହ ଧକ୍କା ହେଲା । ଆଉ ମାତ୍ର କେତେ ମୂହୁର୍ତ୍ତରେ ଖୁସି ଥିବା ଜିତେନ୍ଦ୍ର ଶବ ହୋଇ ସମସ୍ତଙ୍କ ଆଖି ରେ ଭରି ଦେଲା ଲୁହ । ଦୁର୍ଘଟଣା ଏତେ ଭୟଙ୍କର ଥିଲା କେ ଛିନଭିନ ହୋଇଯାଇଛି ବାଇକ ।

ଯେଉଁ ମା 10 ଦିନ 10 ମାସ ଗର୍ଭ ରେ ଧରି ପୁଅକୁ ଜନ୍ମ ଦେଇଥିଲା ଆଜି ସେ ମା ଧର୍ଯ୍ୟ ହରା ହୋଇ ଛାତି ଫଟାଇ କାନ୍ଦୁଛି । ମା ବାରମ୍ବାର ଚେତ ଶୂନ୍ୟ ହୋଇ ପଡୁଛି । ଭେଣ୍ଡିଆ ପୁଅକୁ ମୃତ୍ୟୁ ର ଶଯ୍ୟା ରେ ଦେଖି କେଉଁ ବା ମା ସହିପାରିବ ?  ସୂଚନା ଅନୁଯାୟୀ ଜିତେନ୍ଦ୍ର ଙ୍କ ପାଇଁ ଘର ଲୋକ ଭଲ ଝିଅ ଟି ଖୋଜୁ ଥିଲେ । ମାର୍ଗଶିର ମାସ ଆଡକୁ ତାଙ୍କର ବାହାଘର ମଧ୍ୟ ହୋଇଥାନ୍ତା ।

ଘର ହସ ଖୁସି ରେ ଫୁରି ଉଠିଥାନ୍ତା । ହେଲେ ସବୁ ସ୍ଵପ୍ନ ଏବେ ଭାଙ୍ଗି ଚୁରମାର ହୋଇ ଯାଇଛି । ଜିତେନ୍ଦ୍ର ଙ୍କ ମୃତ୍ୟୁ ଖବର ପାଇବା ପରେ କୋହ ସମ୍ଭାଳି ପାରୁ ନ ଥିଲେ ବାପା । ସେପଟେ ସାଙ୍ଗ ସାଥି ବନ୍ଧୁଙ୍କୁ ହରାଇ ଦୁଃଖ ରେ ଭାଙ୍ଗି ପଡିଥିଲେ ଆଉ ଶେଷ ଦର୍ଶନ ପାଇଁ ଲଗାଇ ଥିଲେ ଭିଡ ।

ଜିତେନ୍ଦ୍ର ଙ୍କ ମୃତ ଶରୀର ଯେବେ ଗାଁ ଭିତରକୁ ପ୍ରବେଶ କରିଥିଲା ସେତେବେଳେ ଲୋକ ମାନେ କିଛି ଏମିତି ଢଙ୍ଗରେ ତାଙ୍କୁ ଦେଇଥିଲେ ଶ୍ରଦ୍ଧାଞ୍ଜଳି । ଆବାଳକ ବୃଦ୍ଧ ସମସ୍ତଙ୍କ ଆଖି ଲୁହରେ ଭିଜି ଯାଇଥିଲା । ଆଉ ଗାଁ ରେ ଜିତେନ୍ଦ୍ର ଙ୍କ ମୃତ ଶରୀରର ଶୋଭାଯାତ୍ରା କରା ଯାଇଥିଲା । ନିଜ ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ପୁରା ପରିବାର । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।