ରାମନବମୀରେ ଜନ୍ମ ହୋଇଥିବା ପିଲାକୁ ଜନ୍ମାଷ୍ଟମୀରେ ନେଇଗଲା ଯମ ! ହଁ ବନ୍ଧୁଗଣ ଏଭଳି ଏକ ଦୁଃଖଦ ଘଟଣା ଢେଙ୍କାନାଳର କଣ୍ଟାପାଳରୁ ଶୁଣିବାକୁ ମିଳିଛି । ତେବେ ରାମନବମୀରେ ଜନ୍ମ ହୋଇଥିଲେ, ବୋଲି ଘର ଲୋକେ ଶ୍ରଦ୍ଧାରେ ନାମଟି ତା’ ର ରାମ ବୋଲି ରଖିଥିଲେ । ହେଲେ ପିଲାଟି ସହ ଏତେ ଅଳ୍ପ ବର୍ଷ ବୟସରୁ ଏଭଳି କିଛି ଘଟିଯିବ ବୋଲି କେହି କେବେ ଭାବିନଥିଲେ । ରାମ ଛୋଟ ହୋଇଥିବା ବେଳେ ତାଙ୍କ ବାପା ତାଙ୍କ ମା’ କୁ ଛାଡପତ୍ର ଦେଇ ଅନ୍ୟତ୍ର ବିବାହ କରିଥିଲେ ।
ପରେ ଦୁଃଖୀନୀ ମା’ ଜଣଙ୍କ ନିଜର କୁନି ଛୁଆକୁ ଧରି ନିଯ ବାପା ଘର ଗ୍ରାମରେ ରହୁଥିଲେ । ରାମ ଛୋଟ ବେଳୁ ମଧ୍ୟ ବହୁତ ଭଲ ମେଧାବୀ ଛାତ୍ର ଥିଲା । ତେଣୁ ରାମ ଭଳି ପୁଅଟି ପାଇ ମା’ ବହୁତ ଖୁସି ହୋଇଯାଇଥିଲେ । ଏତେ କଷ୍ଟ, ଅଭାବ ଅସୁବିଧା ମଧ୍ୟରେ ରହି ବି ନିଜର ପୁଅ ରାମ ମୁହଁକୁ ଚାହିଁ ସବୁ କିଛି ଭୁଲି ଯାଉଥିଲେ । ହେଲେ ତାଙ୍କର ସେହି ଟୀକକ ଖୁସିରେ ଯେମିତି କାହାର ନଜର ଲାଗିଯାଇଥିଲା । ଯାହା ପରେ ରାମ ତା’ ମା’ ଙ୍କ ପାଖରେ ଶୋଇଥିବା ବେଳେ ଗୋଟେ ଚିତି ସାପ ଆସି ତାକୁ ଦଂଶନ କରିଦେଇଥିଲା ।
ପରେ ପିଲାଟିର ସ୍ଵାସ୍ଥବସ୍ତା ଅତି ଗୁରୁତର ହୋଇଯିବା କାରଣରୁ ପିଲାଟିକୁ ମେଡିକାଲରେ ନେଇ ଭର୍ତ୍ତି କରିଦେଇଥିଲେ । ପରେ ସେଠାରେ ତା’ ର ସ୍ଵାସ୍ଥବସ୍ତା ଅତି ସଙ୍କଟାପର୍ଣ୍ଣ ହୋଇଯିବା କାରଣରୁ ତାକୁ କଟକ ବଡ ମେଡିକାଲକୁ ମଧ୍ୟ ସ୍ତାନାନ୍ତରଣ କରାଯାଇଥିଲା । ହେଲେ ଏତେ ସବୁ କରିବା ସତ୍ବେ ମଧ୍ୟ ଡାକ୍ତର ପିଲାଟିକୁ ମୃ-ତ ଘୋଷଣା କରିଥିଲେ । ଯାହା ଶୁଣି ପିଲାଟି ଡ଼ା ଗାଁ ସାରା ଶୋକାକୁଳ ପରିବେଶ ହୋଇଯାଇଥିଲା ।
ଏଥିସହ ପିଲାଟିର ମା’ ମୁହଁରୁ ଯେମିତି ସବୁଦିନ ପାଇଁ ହସ ଲିଭିଯାଇଥିଲା । ସେମିତି ମା’ ନିଜ ପୁଅ କଥା ମାନେ ପକାଇ କାନ୍ଦୁଥିଲେ । ହେଲେ ରାମନବମୀ ଜନ୍ମ ହୋଇଥିବା ରାମଚନ୍ଦ୍ରକୁ ଜନ୍ମାଷ୍ଟମୀରେ ଯମ ଛଡାଇ ନେଲା କହି ଗ୍ରାମ ସାରା ଶୋକାକୁଳ ମାହୋଲ ଘୋଟି ଯାଇଛି । ତେବେ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ