ମାଟି ଦୀପ ଦ୍ଵାରା ଖରାପ ଆର୍ଥିକ ପରିସ୍ଥିତି ଦୂର କରିବାର ସହଜ ଉପାୟ, ଦେଖନ୍ତୁ Astrologer Pragyan Tripathy ଙ୍କ ଖାସ ଟିପ୍ସ

ଆଜି ଆମେ ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ଠାରୁ ଜାଣିବା କି ମାଟି ଦୀପ ଦ୍ଵାରା ଆପଣ କିପରି ନିଜ ଆର୍ଥିକ ପରିସ୍ଥିତିରେ ସୁଧାର ଆଣିପାରିବେ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ପାଖକୁ ଯେ ଖାଲି ପ୍ରଚୁର ଅର୍ଥ ଆସିବ ତାହା ନୁହେଁ ବରଂ ଆପଣଙ୍କ ଧନଜନିତ ରହିଥିବା ପ୍ରତିବନ୍ଧକ ସବୁ ଧୀରେ ଧୀରେ ଖୋଲିବାକୁ ଲାଗିବ । ଏହାଦ୍ବାରା ଆପଣଙ୍କ ଫସି ରହିଥିବା ଧନ ଫେରିଆସିବ ଓ ଆୟର ସ୍ରୋତ ମଧ୍ୟ ବଢିଯିବ । ଆପଣଙ୍କ ଜୀବନରେ ଧନର କଷ୍ଟ ଥିଲେ ନିଶ୍ଚିତ କରନ୍ତୁ ଏହି ସହଜ ଉପାୟ ।

ଯେଉଁଠି ଚନ୍ଦ୍ର ଓ ମଙ୍ଗଳ ପରସ୍ପର ସହ ଜଡିତ ଥାଆନ୍ତି ସେଠାରେ ଲକ୍ଷ୍ମୀ ଯୋଗ ଜାତ ହୋଇଥାଏ । ଚନ୍ଦ୍ର ହେଉଛନ୍ତି ଜଳ ଏବଂ ମଙ୍ଗଳ ହେଉଛନ୍ତି ମାଟି । କିଛି ଭାବ ଅନୁସାରେ ଏହି ସଂଯୋଗର ନକରାତ୍ମକ ପ୍ରଭାବ ମଧ୍ୟ ରହିଛି । କିନ୍ତୁ ଏହାର ସକାରାତ୍ମକ ପ୍ରଭାବ ହେଉଛି ଏହା ଲକ୍ଷ୍ମୀଙ୍କ ଯୋଗ ସୃଷ୍ଟି କରିଥାଏ ।

କାରଣ ମାଟି ଦୀପଟି ତିଆରି ହେବା ପାଇଁ ସେଥିରେ ଉଭୟ ମାଟି ଏବଂ ପାଣି ଆବଶ୍ୟକ । ତେଣୁ ମାଟି ଦୀପରେ ଉଭୟ ଚନ୍ଦ୍ର ଓ ମଙ୍ଗଳଙ୍କ ମିଶ୍ରଣ ରହୁଛି । ଏହି ଉପାୟ ପାଇଁ ଗୋଟିଏ ମାଟି ଦୀପ ଆଣନ୍ତୁ । ଏହାପରେ ତମ୍ବା କିମ୍ବା ପିତ୍ତଳର ଗୋଟିଏ ଢାଳ ଆଣିବେ ଓ ସେଥିରେ ସାଧା ଅରୁଆ ଚାଉଳ କିଛି ରଖି ଭଲ ଭାବେ ଖେଳାଇ ଦେବେ ।

ଏହା ଉପରେ ମାଟିର ଦୀପଟିକୁ ରଖିବେ । ଏହାପରେ ସେଥିରେ ଘିଅ ଢାଳି ନିଆଁ ଲଗାନ୍ତୁ ଏବଂ ଦୀପରେ ଗୁଜୁରାତିର ତିନୋଟି ଦାନା ରଖିଦିଅନ୍ତୁ । ଏହି ଉପାୟକୁ ଆପଣ କୌଣସି ବି ଦିନ, ବାର, ତିଥି ଏବଂ ନକ୍ଷତ୍ରରେ କରିପାରିବେ । କିନ୍ତୁ ଶୁକ୍ଲପକ୍ଷରୁ ଏହି ଉପାୟ ଆରମ୍ଭ କରିବା ଦ୍ଵାରା ସବୁଠୁ ଅଧିକ ଶୁଭଫଳ ମିଳିଥାଏ ।

ହେଲେ ଏହି ଉପାୟକୁ ସକାଳ ସମୟରେ କିମ୍ବା ସୂର୍ଯ୍ୟାସ୍ତ ପରେ କରିବେ ନାହିଁ ବରଂ ସୂର୍ଯ୍ୟ ଅସ୍ତ ହେଉଥିବା ବେଳେ କରିବେ । ଏହି ଉପାୟ କରିବା ବେଳେ ପିନ୍ଧିଥିବା କପଡା ବଦଳାଇ ଦିଅନ୍ତୁ । ଯଦି ସ୍ନାନ କରୁଛନ୍ତି ତେବେ ଆହୁରି ଭଲ । ସୂର୍ଯ୍ୟାସ୍ତ ପରେ ସ୍ନାନ କରିବାକୁ ରାକ୍ଷସ ସ୍ନାନ ବୋଲି କୁହାଯାଏ ।

ତେଣୁ ସୂର୍ଯ୍ୟାସ୍ତ ପରେ ସ୍ନାନ କରି ଏହି ଉପାୟ କଲେ ଏହାର କିଛି ବି ମୂଲ୍ୟ ରହିବ ନାହିଁ । ଏହି ଉପାୟ କରିବା ବେଳେ ଓଁ ଶ୍ରୀ ଶ୍ରୀ ୟେ ନମଃ ସାତଥର ଜପନ୍ତୁ । ଏହାପରେ ଡାହାଣ ହାତରେ ଦୀପ ନିଆଁକୁ ସେକି ନିଜ ନାଭିରେ ଆଣି ତାହା ସ୍ପର୍ଶ କରାନ୍ତୁ । ଏହି ଉପାୟକୁ ପୁରୁଷ ଏବଂ ନାରୀ ଉଭୟ କରିପାରିବେ । ହାତ ଗରମ ଥିବା ଯାଏଁ ନାଭିରେ ଏହାକୁ ସ୍ପର୍ଶ କରାନ୍ତୁ ଓ ଏହାପରେ ଆଉ ତିନିଥର ଓଁ ଶ୍ରୀ ଶ୍ରୀ ୟେ ନମଃ ଜପ କରନ୍ତୁ ।

ଏହି ଉପାୟକୁ ଆପଣ କୌଣସି ବି ଦିନ ଆରମ୍ଭ କରି ଲଗାତାର ୧୧ ଦିନ ପର୍ଯ୍ୟନ୍ତ କରନ୍ତୁ ଓ ଆମିଷ ମଧ୍ୟ ଭୋଜନ କରିବେ ନାହିଁ । ଦେଖିବେ ଏହି ଉପାୟ କରିବା ଦ୍ଵାରା ଡ଼ିଏଚଏନ ଆସିବାର କିଛି ନ କିଛି ବାଟ ଆପଣଙ୍କ ପାଇଁ ଖୋଲିଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।