Vastu Tips- ମଥାରେ ଓଢଣା ଦେଉ ନଥିବା ମହିଳା ମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ଯେଉଁ ପରିବାରରେ ସଂସ୍କୃତି ଓ ପରମ୍ପରାର ପାଳନ କରାଯାଏ ସେହି ପରିବାରରେ ସବୁବେଳେ ସୁଖଶାନ୍ତି ବଜାୟ ରହିଥାଏ । ଯେ ପ୍ରକାର ଶାସ୍ତ୍ରରେ ପୁରୁଷଙ୍କ ପାଇଁ ନିୟମ ଓ ଆଚରଣରେ ବନ୍ଧା ନିୟମ ରହିଛି, ସେହିପ୍ରକାର ମହିଳାମାନଙ୍କୁ ମଧ୍ୟ କିଛି ନିୟମ ପାଳନ କରିବା ଆବଶ୍ୟକ ରହିଛି । ସ୍ତ୍ରୀ ମାନଙ୍କୁ ପୂଜା କରିବା ସମୟରେ, ଭୋଜନ ପ୍ରସ୍ତୁତ କରିବା ସମୟରେ ଓ ଘରୁ ବାହାରକୁ ଯିବା ସମୟରେ ଶାସ୍ତ୍ରରେ ଲେଖା ଯାଇଥିବା କିଛି ବିଷୟ ଜାଣିବା ନିହାତି ଆବଶ୍ୟକ ରହିଛି । ଯାହାର ପାଳନ କରିବା ଦ୍ୱାରା ଆପଣଙ୍କ ଉପରେ ଓ ପରିବାରରେ ମା ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ ।

୧- ପ୍ରତ୍ୟେକ ଦିନ ମା ଲକ୍ଷ୍ମୀଙ୍କୁ ନିଜ ଘରକୁ ନିମନ୍ତ୍ରଣ କରନ୍ତୁ । ମହିଳାମାନଙ୍କୁ ପ୍ରତ୍ୟେକ ଦିନ ଘର ସଫା କରିବା ଉଚିତ୍ । କାରଣ ଘରର ଲକ୍ଷ୍ମୀଙ୍କ ଦ୍ଵାରା ସ୍ବାଗତ କରିବା ଦ୍ୱାରା ହିଁ ମା ଲକ୍ଷ୍ମୀ ଘରେ ପ୍ରବେଶ କରନ୍ତି ।

ସେଥିପାଇଁ ଘରକୁ ନିୟମିତ ସଫା କରିବା, ଘର ସାମନାରେ ଚିତା ଆଙ୍କିବା, ମୁଖ୍ୟ ଦ୍ଵାରରେ ସ୍ଵସ୍ତିକ ଚିହ୍ନ ଆଙ୍କିବା ଇତ୍ୟାଦି ମା ଲକ୍ଷ୍ମୀଙ୍କୁ ନିମନ୍ତ୍ରଣ ଦେବା ସହ ସମାନ ଅଟେ । ସେଥିଆଇଁ ମହିଳାମାନେ ଘର ସଫା କରିବା ସମୟରେ ମା ଲକ୍ଷ୍ମୀଙ୍କୁ ନିଶ୍ଚୟ ଧ୍ୟାନ କରନ୍ତୁ ।

୨- ସମସ୍ତଙ୍କ ଠୁ ପ୍ରଥମେ ଜାଗିବା । ଘରର ସ୍ତ୍ରୀ ସମସ୍ତଙ୍କୁ ପ୍ରଥମେ ଉଠିବା ଉଚିତ୍ । କାରଣ ସ୍ତ୍ରୀକୁ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ । ଯେଉଁ ଘରର ଲକ୍ଷ୍ମୀ ସବୁଠୁ ପ୍ରଥମେ ଉଠେ ସେହି ଘରର ସମସ୍ତ ସଦସ୍ୟଙ୍କ ଭାଗ୍ୟୋଦୟ ହୋଇଥାଏ ଓ ତାଙ୍କ ଉପରେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ରହିଥାଏ ।

୩- ମହିଳାମାନେ କେବେ ମଧ୍ୟ ଘରର ବାଜୁବନ୍ଧ ଓ ବିଛଣା ଉପରେ ବସି ଭୋଜନ କରିବା ଉଚିତ୍ ନୁହେଁ । ଏହା ଦୁର୍ଭାଗ୍ୟକୁ ଆମନ୍ତ୍ରଣ ଦେଇଥାଏ । ଏହା ସହ ମହିଳାମାନେ ସର୍ବଦା ମଧୁର ଭାବେ କଥା ବାର୍ତ୍ତା କରିବା ଉଚିତ୍ । ଘରେ କେବେ ମଧ୍ୟ କଠୋର ଶବ୍ଦର ବ୍ୟବହାର କରନ୍ତୁ ନାହିଁ । ଯେଉଁ ଗୃହରେ ମହିଳାମାନେ ଏକ ଆରେକ ସହ ପ୍ରେମରେ ବାସ କରନ୍ତି ସେଠାରେ ମା ଲକ୍ଷ୍ମୀ ସର୍ବଦା ବିରାଜମାନ କରନ୍ତି ।

୪- ଘରର ମହିଳାମାନେ ଘରକୁ ଆସିଥିବା ଅତିଥି ମାନଙ୍କ ସହ ଏକାଠି ଗୋଟିଏ ଆସନରେ ବସିବା ଉଚିତ୍ ନୁହେଁ । ଅନ୍ୟ ପୁରୁଷ ସହ ସ୍ତ୍ରୀ କୁ କେବେ ମଧ୍ୟ ଗୋଟିଏ ଆସନରେ ବସିବା ଉଚିତ୍ ନୁହେଁ । ଏହା କ୍ଲେଶର କାରଣ ହୋଇଥାଏ ।

୫- ମହିଳାମାନଙ୍କୁ ୨୪ ଘଣ୍ଟା ମୁଣ୍ଡରେ ଓଢ଼ଣା ଦେବା ଆବଶ୍ୟକ ନାହିଁ । କିନ୍ତୁ ଗୁରୁଜନଙ୍କ ସମ୍ମାନ ଦେବା ପାଇଁ ଅବା ତାଙ୍କ ଚରଣ ସ୍ପର୍ଶ କରିବା ସମୟରେ ସ୍ତ୍ରୀକୁ ନିଜ ମୁଣ୍ଡରେ ଓଢ଼ଣା ଦେବା ଆବଶ୍ୟକ ଅଟେ । ଏହାଦ୍ବାରା ସେ ସମ୍ମାନ ପାଆନ୍ତି ଓ ହୃଦୟରୁ ଆଶୀର୍ବାଦ ପ୍ରଦାନ କରନ୍ତି । ଯେଉଁ ଘରର ଗୁରୁଜନ ମାନେ ସନ୍ତୁଷ୍ଟ ରୁହନ୍ତି ସେହି ଘରେ ସୁଖଶାନ୍ତି ବିଦ୍ୟମାନ ରୁହେ । ସେହିପରି ପୂଜା ପ୍ରାର୍ଥନା କରିବା ସମୟରେ ମଧ୍ୟ ମୁଣ୍ଡରେ ଓଢ଼ଣା ଦିଅନ୍ତୁ ।

ଆମ ମୁଣ୍ଡରେ ଏକ ଚକ୍ର ଥାଏ ଯାହା ଆମ ଚାରିପାଖେ ଥିବା ଉଭୟ ସକାରାତ୍ମକ ଓ ନକାରାତ୍ମକ ଉର୍ଜାକୁ ଆକର୍ଷଣ କରିଥାଏ । ସେଥିପାଇଁ ମୁଣ୍ଡରେ ଓଢ଼ଣା ଦେବା ଉଚିତ୍ । ମୁଣ୍ଡର ବାଳ ମଧ୍ୟ ପୂଜା ସାମଗ୍ରୀରେ ପଡ଼ିବା ଦ୍ଵାରା ତାହା ଅପବିତ୍ର ହୋଇ ଯାଏ । ସେଥିପାଇଁ ପୂଜା କରିବା ସମୟରେ ମୁଣ୍ଡରେ ନିଶ୍ଚୟ ଓଢ଼ଣା ଦିଅନ୍ତୁ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।