ଭୁବନେଶ୍ଵରରୁ ଜଣେ ମହିଳାଙ୍କ ସଙ୍ଗୀନ ତଥା ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଜଣେ ବାବା ତାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ମହିଳା ଜଣକ ଖଣ୍ଡଗିରୀ ଥାନାରେ ଅଭିଯୋଗ କରିଛନ୍ତି । ସେହି ମଠଟି ରହିଛି ଡୁମଡୁମା ଅଞ୍ଚଳର ରଘୁନାଥପୁରରେ । ଆଉ ଏହି ଘଟଣା ବିଷୟରେ ଖବର ପାଇବା ପରେ ସେଠାରେ ଲୋକଙ୍କ ଭିଡ ଜମିଛି । ମଠରେ ଅନେକ ଶ୍ରଦ୍ଧାଳୁ ରହିଥିବାର ମଧ୍ୟ ଦେଖିବାକୁ ମିଳୁଛି । ଅଭିଯୋଗ ହୋଇଥିବା ଖଣ୍ଡଗିରିସ୍ଥିତ ବାବଙ୍କ ନାଁ ହେଉଛି ପ୍ରଫୁଲ୍ଲ କୁମାର ଦାସ ।
ସେ ତାଙ୍କ ଆଶ୍ରମରେ ବଳାତ୍କାର କରିଥିବା ନେଇ ଅଭିଯୋଗ କରିଛନ୍ତି ଜଣେ ମହିଳା । ଏହି ବାବା ଜଣକ ରାତିରେ କୃଷ୍ଣ ବେଶରେ ସଜେଇ ହୋଇ କଦମ୍ବ ଗଛ ମୂଳରେ ମୃଗ ଚାଲ ବିଛାଇ ବସନ୍ତି ବୋଲି ଅଭିଯୋଗ କରିଛନ୍ତି ସମ୍ପୃକ୍ତ ମହିଳା । ଏହି ସମୟରେ ବାବା ଜଣକ ମହିଳାଙ୍କୁ ନବବଧୂ ବେଶରେ ସଜେଇ ହେବାକୁ ଚାପ ପକାନ୍ତି ବୋଲି ମଧ୍ୟ ସେ କହିଛନ୍ତି । ତେବେ କେବଳ ମହିଳା ନୁହେଁ ବରନଗ ଶିଶୁଙ୍କୁ ମଧ୍ୟ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ରହିଛି ।
ତେବେ ବାବଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ତାଙ୍କ ସମର୍ଥକ ମାନେ ଖଣ୍ଡନ କରିଛନ୍ତି । ଏପରି ଅଭିଯୋଗର କୌଣସି ଆଧାର ନାହିଁ ବରଂ ବାବାଙ୍କ ଆଶ୍ରମ ଆସି ଅନେକ ରୋଗୀ ଉପକୃତ ହେଉଥିବା ପ୍ରଫୁଲ୍ଲଙ୍କ ସମର୍ଥକ କହିଛ ମହିଳା ଜଣକ କହିଛନ୍ତି କି ତାଙ୍କ ସହ ଖରାପ ବ୍ୟବହାର ଦେଖାଇବାରୁ ସେ ଛାଟିପିଟି ହୋଇ ସେଠାରୁ ଜୀବନ ବିକଳରେ ପଳାଇ ଆସିଛନ୍ତି ।
କିନ୍ତୁ ସେଠାରେ ତାଙ୍କୁ ସେମାନେ ମାଡ ମଧ୍ୟ ମାରିଛନ୍ତି । ଥାନା କିନ୍ତୁ ତାଙ୍କ କେସ୍ ଶୁଣୁନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି । ତେଣୁ ଏହି ମାମଲା ପଦାକୁ ଆଣିବାକୁ ସେ ଗଣମାଧ୍ୟମଙ୍କ ସାହାଯ୍ୟ ଲୋଡିଛନ୍ତି । କିନ୍ତୁ ବାବାଙ୍କୁ ଏ ସମ୍ପର୍କରେ ପଚରା ଯିବାରୁ ସେ ମହିଳାଙ୍କୁ ଯାନୀ ନାହାନ୍ତି ବୋଲି କହିବା ସହ ନିଜେ ମଧ୍ୟ କୌଣସି ବାବା ନୁହନ୍ତି ବୋଲି କହିଛନ୍ତି । ଏପରିକି କୃଷ୍ଣ ବେଶରେ ସଜେଇ ହେବା କଥାକୁ ମଧ୍ୟ ଏକଦମ ଖଣ୍ଡନ କରିଛନ୍ତି ।
ତାଙ୍କ ଝିଅକୁ ସେ ମହିଳା ଜଣକ ପୂର୍ବରୁ ଟଙ୍କା ମାଗିବା ସହ ତାଙ୍କ ବାପାଙ୍କୁ ବରବାଦ କରିଦେବେ ବୋଲି ଧମକ ଦେଇଥିଲେ ବୋଲି ସେ କହିଛନ୍ତି । ତେବେ ଏହା କେତେ ସତ କେତେ ମିଛ ତାହା ତଦନ୍ତ ହେବା ପରେ ହିଁ ସାମ୍ନାକୁ ଆସିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।