ଦୁହେଁ ଦୁହିଁଙ୍କୁ ମନ ଦିଆନିଆ ହୋଇ ପ୍ରେମ କରିଥିଲେ ଆଉ ବିବାହ ପାଇଁ ବି ପ୍ରତିଶ୍ରୁତି ଦିଆନିଆ ହୋଇଥିଲେ । ଦୁହେଁ ଗୋଟିଏ ଘରେ ଏକାଠି ରହିଥିଲେ ଆଉ ଏକାଠି ମରିବା ଓ ବଞ୍ଚିବା ପାଇଁ ପ୍ରତିଜ୍ଞ କରିଥିଲେ । ଭଲ ପାଇ ଏହହିସବୁ ପ୍ରତିଶ୍ରୁତି ଦେଇ ପ୍ରେମିକା ସହ ଶାରୀରିକ ସମ୍ପର୍କ ରହିଥିଲା ପ୍ରେମିକ । କିନ୍ତୁ ମନ ଭରିଗଲା ପରେ ଅଧାରାସ୍ତାରେ ପ୍ରେମିକାର ହାତ ଛାଡିଦେଲା । ଯାହାଫଳରେ ବାଧ୍ୟ ହୋଇ ଥାନାର ଦରସ୍ଥ ହୋଇଛନ୍ତି ପ୍ରେମିକା ଜଣକ ।

ପୁରୀ ଜିଲ୍ଲା ଅସ୍ତରଙ୍ଗରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ପ୍ରେମିକ ସମ୍ପଦଙ୍କୁ ଭରସା କରି ପ୍ରେମିକା ବାପୁନି ଗତ ୯ ତାରିଖରେ ଘରଛାଡି ପଳେଇ ଆସିଥିଲେ । ପ୍ରେମିକାଙ୍କୁ ଆନ୍ଧ୍ରପ୍ରଦେଶରେ ନେଇ ରଖିଥିଲା ସମ୍ପଦ ଓ ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା । ଆଉ ମନ ଭରିଗଲା ପରେ ଯୁବତୀଙ୍କୁ ଗାଁକୁ ଆଣିଥିଲା ଓ ଯୁବତୀ ବାହା ହେବାକୁ କହିବାରୁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲା ।
କେବେଳ ପ୍ରେମିକ ନୁହେଁ ବରଂ ପ୍ରେମିକର ମା ମଧ୍ୟ ଜାତିପ୍ରଥା କଥା ଉଠାଇ ଯୁବତୀଙ୍କୁ ମାଡ ମାରିବା ସହ ଜୀବନରେ ମାରିବାକୁ ମଧ୍ୟ ଧମକ ଦେଉଥିଲେ । ଶେଷରେ ଉପାୟଶୂନ୍ୟ ହୋଇ ଥାନାର ଦ୍ଵାରସ୍ଥ ହୋଇଛନ୍ତି ସେହି ଯୁବତୀ ଜଣକ । ସେ ଗୋଟିଏ ହିଁ ଜିଦ୍ ଧରି ବସିଛନ୍ତି କି ସମ୍ପଦ ତାଙ୍କୁ ବାହା ହେଉ ।

କାହିଁକି ନା ସେ ସମ୍ପଦଙ୍କୁ ଛାଡି ବଞ୍ଚିପାରିବେ ନାହିଁ । ଥାନାବାବୁ ସମ୍ପଦଙ୍କୁ ଫେରେଇ ଦିଅ ବୋଲି ଗୁହାରି କରୁଛନ୍ତି ଯୁବତୀ । କେତେ ବିଶ୍ଵାସ ଭରସା କରି ପ୍ରେମିକଙ୍କ ହାତ ଧରି ଘରଛାଡି ଚାଲି ଯାଇଥିଲେ ଯୁବତୀ ବାପୁନି । କିନ୍ତୁ ତାଙ୍କୁ ୧୦ ଦିନ ରଖି ତାଙ୍କ ସହ ଲଗାତାର ଶାରୀରିକ ସମ୍ପର୍କ ରଖିବା ପରେ ଘରକୁ ଚାଲିଯିବା ପାଇଁ କହିଥିଲେ ସମ୍ପଦ ।
ନିଜ ପ୍ରେମିକାଙ୍କୁ କହିଥିଲେ, ତୁ ବାଉରି ଝିଅଟା ଆମ ଚଉରାରେ ପାଣି ଦେଲେ କେହି ଶାନ୍ତି ପାଇବେନି । ସମ୍ପଦଙ୍କ ପୁରା ପରିବାର ଯୁବତୀଙ୍କ ଜାତି ପାଇଁ ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ । ତେଣୁ ଏବେ ଥାନାକୁ ଆସି ସମ୍ପଦ ତାଙ୍କୁ ବିବାହ କରନ୍ତୁ ବୋଲି ସେ ଅଡି ବସିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।