ଶେଷରେ ମାଷ୍ଟର ମାଇଣ୍ଡ Jagabandhu Chand କୁ ଧରିଲା ପୋଲିସ, ଗିରଫ ବେଳେ କଣ କହିଲା ଜଗବନ୍ଧୁ ଥରେ ଶୁଣନ୍ତୁ, ଦେଖନ୍ତୁ video

ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସହଯୋଗୀ ତଥା ସ୍ଵାମୀ ଜଗବନ୍ଧୁ ଚାନ୍ଦଙ୍କ ମାମଲା । ଜଣେ ସାଧାରଣ ମହିଳା ଓ ପୁରୁଷ ହୋଇ କିଭଳି ରାଜ୍ୟର ପାୱାର କରିଡରକୁ ଆଙ୍ଗୁଳିରେ ନଚାଉଥିଲେ ତାହା ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ କରିଛି । ବ୍ଳାକମେଲିଂ ଜରିଆରେ ବଡବଡିଆଙ୍କୁ ଲୁଟି ମାତ୍ର ଚାରି ବର୍ଷ ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ଠିଆ କରି ଦେଇଥିଲେ ରାଜପ୍ରସାଦ ଭଳି ଘର ।

ଘରେ ଅତ୍ୟାଧୁନିକ ସମସ୍ତ ସରଞ୍ଜାମ ଖଞ୍ଜିବା ସହ ରାଜକୀୟ ଜୀବନଯାପନ କରୁଥିଲେ ଉଭୟ ଅର୍ଚ୍ଚନା ଏବଂ ଜଗବନ୍ଧୁ । ତେବେ ଅର୍ଚ୍ଚନାଙ୍କ ସବୁ ଚାଲ୍ ପର୍ଦ୍ଦାଫାଶ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଆଉ ଗତକାଲି ଧରା ପଡିଛନ୍ତି ଅର୍ଚ୍ଚନାଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ । ତେବେ ଧରାପଡିବା ପରେ ଜଗବନ୍ଧୁଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ଅନେକ ପ୍ରଶ୍ନ ପଚାରିଥିଲେ ମଧ୍ୟ ଚୁପ୍ ସେ ରହିଥିଲେ । କୌଣସି ପ୍ରଶ୍ନର ଉତ୍ତର ଦେଇ ନଥିଲେ ଜଗବନ୍ଧୁ ।

କିନ୍ତୁ ବିଶେଷ ସୂତ୍ରରୁ ଜଣାପଡିଛି ଯେ, ପୋଲିସ ଜଗବନ୍ଧୁଙ୍କୁ ଧରିନେବା ପରେ ଜଗବନ୍ଧୁ କୁଆଡେ ପୋଲିସ ସାମ୍ନାରେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ । ଜଗବନ୍ଧୁ ନିଜେ ବି ହୁଏତ ଜାଣି ନଥିଲେ କି, ତାଙ୍କ ଉପରେ କେତେ ସବୁ ଦଫା ଲାଗିଛି । ଜଗବନ୍ଧୁ ପୋଲିସ ଆଗରେ କହିଛନ୍ତି, ମୁଁ ଗରିବ ଘରର ପୁଅଟେ । ମୋ ବାପାମା’ ବହୁତ ଗରିବ ।

ଜୀବନରେ ସଂଘର୍ଷ କରି ଆଗକୁ ବଢିବାକୁ ଚାହୁଁଥିଲି । ହେଲେ ସ୍ତ୍ରୀ କଥାରେ ପଡି ଟଙ୍କା ଲୋଭ ଯୋଗୁଁ ବରବାଦ ହୋଇଗଲି । ଜଗବନ୍ଧୁଙ୍କୁ ତାଙ୍କ ସତ୍ୟବିହାରସ୍ଥିତ ଘରୁ ଉଠାଇ ନେଇଥିଲା କମିଶନରେଟ ପୋଲିସ । ଆଉ ପଚରାଉଚରା ବେଳେ ଜଗବନ୍ଧୁ କୁଆଡେ ଏଭଳି କିଛି କହି କାନ୍ଦି ପକାଇଥିଲେ । ସ୍ତ୍ରୀ ଅର୍ଚ୍ଚନା ନାଗଙ୍କ ବ୍ଳାକମେଲ ମାମଲାରେ ଜଗବନ୍ଧୁ ଚାନ୍ଦଙ୍କ ସମ୍ପୃକ୍ତି ଥିବା ସହ ଅନ୍ୟ କୌଣସି ଠୋସ ପ୍ରମାଣ ପାଇବା ପରେ ଯାଇଆ ଜଗବନ୍ଧୁଙ୍କୁ ପୋଲିସ ଗିରଫ କରିଥିବା କୁହାଯାଉଛି ।

ପୂର୍ବରୁ ଜଗବନ୍ଧୁଙ୍କୁ କେବଳ ଥାନାକୁ ଡାକି ଛାଡି ଦେଇଥିଲା ପୋଲିସ । ସ୍ଵାସ୍ଥ୍ୟଗତ କାରଣରୁ ତାଙ୍କୁ କେବଳ ନୋଟିସ ଜାରି କରି ଛଡା ଯାଇଥିବା ମଧ୍ୟ ଚର୍ଚ୍ଚା ହେଉଥିଲା । ହେଲେ ବର୍ତ୍ତମାନ ସ୍ତ୍ରୀ ଅର୍ଚ୍ଚନା ଭଳି ଜଗବନ୍ଧୁ ଚାନ୍ଦଙ୍କ କାରନାମାର ବହୁ ଗୁମର ପଦାକୁ ଆସିବାରେ ଲାଗିଛି । ଦେଖାଯାଉ ଆଗକୁ ପୋଲିସ ସେହି ସବୁ ତଥ୍ୟ ସାମ୍ନାକୁ ଆଣୁଛି କି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।