ମାସିକ ଧର୍ମ ସମୟରେ କରନ୍ତୁ ନାହିଁ ଏହି ସବୁ ଭୁଲ, ହେଇଥାଏ ମହାପାପ

ଏହି ଦୁନିଆରେ ନାରୀମାନଙ୍କୁ ହେଉଥିବା ମାସିକ ଧର୍ମକୁ ସମସ୍ତେ ଖରାପ ରୂପରେ ଦେଖିଥାନ୍ତି । କିନ୍ତୁ ଆମେ ଆପଣଙ୍କୁ କହିଦେଉଛୁ କି ଏହା କୌଣସି ଖରାପ ଜିନିଷ ନୁହେଁ ଏହା ଭଗବାନଙ୍କ ଆଶୀର୍ବାଦ ଅଟେ । ବିଜ୍ଞାନରେ କୁହାଯାଇଛି କି ଯଦି କୌଣସି ମହିଳାର ମାସିକ ଧର୍ମ ହେଉ ନାହିଁ ତେବେ ମହିଳାମାନଙ୍କୁ ଗର୍ଭଧାରଣା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।

କିନ୍ତୁ ଗୋଟିଏ ମହିଳା ଯେତେବେଳ ମାସିକ ଧର୍ମ ସମୟରେ ଥାଏ ତେବେ ସେହିସ ସମୟରେ ତାକୁ ବହୁତ କଷ୍ଟ ବି ହୋଇଥାଏ । ମାସିକ ଧର୍ମ ଏକ ଏମିତି ସମସ୍ୟା ଅଟେ ଯାହାକୁ ସବୁ ମହିଳାମାନେ ନିଜ ଜୀବନରେ ସମ୍ମୁଖୀନ କରିବାକୁ ବାଧ୍ୟ ଅଟନ୍ତି ।

ଏହି ମାସିକ ଧର୍ମ ବିଷୟରେ ବିଭିନ୍ନ ପ୍ରକାରର ସାମାଜିକ ଓ ଧାର୍ମିକ ଭୁଲ ଚିନ୍ତାଧାରା ବି ଆପଣମାନେ ଶୁଣିଥିବେ । ମହିଳା ମାନେ ଏହି ସମୟରେ ରହିଥିବା ସମୟରେ ପୁରୁଷମାନଙ୍କ ଠାରୁ ଅଧିକ ଶୁଦ୍ଧ ଓ ପ୍ରଭାବଶାଳି ରହିଥାନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି କିଛି ଭୁଲ କାମ ବିଷୟରେ କହିବୁ ଯାହାକୁ ମାସିକ ଧର୍ମ ସମୟରେ କରିବା ଉଚିତ ନୁହେଁ । ଯାହାକି ପାପ ସଙ୍ଗେ ସମାନ ହୋଇଥାଏ ।

କଷ୍ଟଦାୟକ କାର୍ଯ୍ୟ

ମାସିକ ଧର୍ମ ସମୟରେ ମହିଳାମାନେ ସମସ୍ତ ପ୍ରକାରର କଷ୍ଟଦାୟକ କାର୍ଯ୍ୟରୁ ଦୂରେଇ ରହିବା ଉଚିତ । ଏହି ସମୟରେ ଆପଣ ବିଶ୍ରାମ ନିଅନ୍ତୁ । କିନ୍ତୁ ଯଦି ଆପଣ ଅତ୍ୟଧିକ କାମ କରିବେ ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇ ପାରେ ।

ସଜବାଜ ହେବା

କେତେକ ମହିଳାମାନେ ନିଜର ମାସିକ ଧର୍ମ ସମୟରେ ସଜବାଜ ହେବା ବନ୍ଦ କରି ଦିଅନ୍ତି । ଏହିଭଳି କରିବା ଦ୍ଵାରା ଘରେ ଦୁଖ ଆସିଥାଏ । ଏହି ସମୟରେ ଅସନ୍ତୁଷ୍ଟ ରହିବା ମଧ୍ୟ ମହିଳାମାନଙ୍କ ପାଇଁ ଖରାପ ହୋଇଥାଏ । ସେଥିପାଇଁ ମାସିକ ଧର୍ମ ସମୟରେ ନିଜକୁ ଖୁସିରେ ରଖିବା ସହିତ ସବୁବେଳେ ନିଜର ଶରୀରର ଧ୍ୟାନ ରଖନ୍ତୁ ।

ଧାର୍ମିକ କାର୍ଯ୍ୟ

ଯଦି କୌଣସି ମହିଳାର ମାସିକ ଧର୍ମ ଚାଲୁଅଛି ତେବେ ସେହି ସମୟରେ ମହିଳାମାନେ ପୂଜାପାଠରୁ ଦୂରେଇ ରୁହନ୍ତୁ । ଏହା ପଛରେ ଏକ କାରଣ ଅଛି । କହିବାକୁ ଗଲେ ମାସିକ ଧର୍ମ ସମୟରେ ମହିଳାମାନଙ୍କ ଶରୀର ଶୁଦ୍ଧ ଥାଏ । ସେଥିପାଇଁ ଏହି ସମୟରେ ମହିଳାମାନଙ୍କୁ ଧାର୍ମିକ କାର୍ଯ୍ୟରୁ ଦୂରେଇ ରହିବାକୁ କୁହାଯାଏ ।

ଗୁରୁଜନମାନଙ୍କ ପାଦ ସ୍ପର୍ଶ

ମାସିକ ଧର୍ମ ସମୟରେ ଗୁରୁଜନମାନଙ୍କ ଦୂରେଇ ରହିବା ଉଚିତ । ଏହା ସହିତ ଏହି ସମୟରେ ମହିଳାମାନଙ୍କୁ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ ।

ଗାଧୋଇବା ଘରେ

ମାସିକ ଧର୍ମ ଚାଲୁଥିବା ସମୟରେ ଗାଧୁଆ ଘରେ ଅଧିକ ସମୟ ରହିବା ଉଚିତ ନୁହେଁ । କାରଣ ଗାଧୁଆ ଘରେ ଅଧିକ ଜୀବାଣୁ ଥାଏ ଯାହା ମହିଳାମାନଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।