ବର୍ଷ ବର୍ଷ ଧରି ମଶାଣିରେ ପୁଅର ଫେରିବା ବାଟକୁ ଚାହିଁ ବସୁଛନ୍ତି ବାପା, ଏହି ଦୁଃଖଦ ଘଟଣା ଜାଣିଲେ ଆଖି ଛଳଛଳ ହୋଇଯିବ, ଦେଖନ୍ତୁ video

ଶୂନଶାନ ବନ ଜଙ୍ଗଲ ଭିତରେ ମଶାଣି । ରାସ୍ତାରେ ଠିଆ ହେଲେ କୋଠଘର ବ୍ଯତୀତ ଆଉ କିଛି ଦିଶୁନି । ଆଉ ସେହି ନିସ୍ତବ୍ଧ ମଶାଣି ଭିତରେ ବସି ରହୁଛନ୍ତି ଜଣେ ବୃଦ୍ଧ ଓ ତାଙ୍କ ପୁଅକୁ ଅପେକ୍ଷା କରୁଛନ୍ତି । ପୁଅ ଫେରିଲେ ତାକୁ ସାଙ୍ଗରେ ନେଇ ଘରକୁ ଯିବେ ବୋଲି ଚାହିଁ ବସିଛନ୍ତି । ତେବେ ଶ୍ମଶାନରେ ପୁଅ ଫେରିବାକୁ କାହିଁକି ଚାହିଁଛନ୍ତି ଏହି ବୃଦ୍ଧ ? ପୁରା ଘଟଣା ଜାଣିଲେ ଆପଣଙ୍କ ଆଖି ଲୁହ ଛଳଛଳ ହୋଇଯିବ । ବାପା ଶ୍ମଶାନରେ ପୁଅର ଫେରିବା ବାଟକୁ ଚାହିଁ ବସୁଛି ଆଉ ବେଳେ ବେଳେ ଡାକ ମଧ୍ୟ ଛାଡୁଛି ।

ହେଲେ ପୁଅ ଆସୁନି କି କେବେବି ଆସିବନି । କାରଣ ତାଙ୍କ ପୁଅ ଏ ଦୁନିଆରେ ଆଉ ନାହିଁ । ପୁଅକୁ ହରାଇ ଏତେ ଦୁଃଖରେ ଭାଙ୍ଗି ପଡିଛନ୍ତି ଯେ ମୃ-ତ୍ୟୁର ସତକୁ ସ୍ଵୀକାର କରି ପାରୁନାହାନ୍ତି ଏହି ବୃଦ୍ଧ ବାପାଜଣକ । ସେଥିପାଇଁ ଦିନରାତି ଏକ କରି ମଶାଣିରେ ବସୁଛନ୍ତି ଓ ପୁଅର ଫେରିବା ବାଟକୁ ଚାହିଁ ବସୁଛନ୍ତି । ଯେଉଁଠାରେ ପୁଅକୁ ପୋଡା ଯାଇଥିଲା ସେହିଠାରେ ମାସ ମାସ ଧରି ଏମିତି ବସି ରହୁଛନ୍ତି ତାଙ୍କ ବାପା । ଏହି ବୃଦ୍ଧ ବାପାଜଣକ ହେଉଛନ୍ତି ପୁରୀ ନିମାପଡା ବ୍ଲକ ଭୁଆଁ ଗାଁର ଗୌତମ ମହାନ୍ତି ।

ଆଠ ବର୍ଷ ତଳେ ତାଙ୍କ ପୁଅ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲା । ପୁରା ହଠାତ ମୃ-ତ୍ୟୁରେ ଗୌତମ ମାନସିକ ସନ୍ତୁଳନ ହରାଇ ବସିଥିଲେ । ତେଣୁ ସେବେ ଠାରୁ ଖିଅପିଆ ଭୁଲି ମଶାଣିରେ ଏମିତି ବସି ରହୁଛନ୍ତି । ଯେତେ ଡାକିଲେ କି ଯାହା କଲେ ମଶାଣି ଛାଡି ଯାଉନାହାନ୍ତି ଗୌତମ । ବେଳେ ବେଳେ କିଛି କହୁଛନ୍ତି ନଚେତ ଅଧିକାଂଶ ସମୟ ଚୁପଚାପ ବସି ରହୁଛନ୍ତି ।

ବାପାଙ୍କର ଏଭଳି ଅବସ୍ଥା ଦେଖି ଝିଅ ନଳିନୀ ଓ ଜ୍ଵାଇଁ ଗଙ୍ଗାଧର ବାପାଙ୍କୁ ନେଇ ତାଙ୍କ ଘରେ ରଖିଲେ । ହେଲେ ସେ ଘରେ ନରହି ଦିନରାତି ମଶାଣିରେ ବସୁଛନ୍ତି । ଜ୍ଵାଇଁ ଡାକିଲେ ସେ ଘରକୁ ଖାଇବାକୁ ଆସନ୍ତି ନହେଲେ ଆସନ୍ତିନି । ଜ୍ଵାଇଁ କାମକୁ ଗଲା ପରେ ଗୌତମ ପୁଣି ମଶାଣିରେ ଆସି ବସନ୍ତି ଓ ରାତିରେ ଗୌତମ ଫେରି ପୁଣି ତାଙ୍କୁ ଡାକିକରି ଆଣିବା ପରେ ସେ ରାତିରେ ଘରକୁ ଫେରନ୍ତି ।

ଶାଶୁଘର ଜଞ୍ଜାଳ ଭିତରେ ବି ବାପାଙ୍କର ସେବା କରୁଛନ୍ତି ଝିଅ ନଳିନୀ ଏବଂ ଚିକିତ୍ସା ବି କରାଉଛନ୍ତି । ହେଲେ ସଂପୂର୍ଣ୍ଣ ଭଲ ହେବା ପାଇଁ ବାପାଙ୍କୁ ବଡ ଡାକ୍ତରଖାନାକୁ ନେବାକୁ ହେବ । କିନ୍ତୁ ଚିକିତ୍ସା ପାଇଁ ଟଙ୍କାର ଅଭାବ ଥିବାରୁ ଏବେ ସରକାରୀ ସହାୟତାକୁ ଅପେକ୍ଷା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।