ତୁରନ୍ତ ମଶାଙ୍କୁ ବିଦା କରିବାର ସହଜ ଘରୋଇ ଉପାୟ, ଗୋଟେ ବି ମଶା ଘର ପାଖ ମାଡିବନି

କହିବାକୁ ଗଲେ ବର୍ତ୍ତମାନ ସମୟରେ ସମସ୍ତଙ୍କ ଘରେ ମଶା ଅଛି ଓ ସମସ୍ତେ ମଶାଙ୍କୁ ନିଜ ଘରୁ ଦୂରେଇ ରଖିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ବି ଆପଣାଇ ଥାନ୍ତି । କିନ୍ତୁ ଏହା ସତ୍ବେ ବି ମଶା ଘରୁ ଯାଏ ନାହିଁ ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ମଶାମାନଙ୍କୁ ଘରୁ ଘୋଡାଇବା ପାଇଁ କିଛି ସରଳ ଓ ସହଜ ଘରେଲୁ ଉପାୟ ନେଇ ଆସିଛୁ । କହିବାକୁ ଗଲେ ମଶା ଆଜିକାଲି ସମସ୍ତଙ୍କ ପାଇଁ ଏକ ଚିନ୍ତାର କାରଣ ହୋଇ ଯାଇଛି ।

କାରଣ ଏମାନଙ୍କ ଦ୍ଵାରା ଆପଣ କେତେକ ରୋଗରେ ବି ପିଡିତ ହୋଇ ପାରନ୍ତି । ରୋଗରୁ ବଞ୍ଚିବାର ଅଛି ତେବେ ମଶା ଠାରୁ ଦୂରେଇ ରହିବାର ଅଛି । କିନ୍ତୁ ଘରେ ମଶାବତୀ କିମ୍ବା ଅନ୍ୟ କମ୍ପାନୀ ମାନଙ୍କ ଦ୍ଵାରା ତିଆରି ହେଉଥିବା ଜିନିଷ ଦ୍ଵାରା ମଶା ଯାଉ ନାହାନ୍ତି ତେବେ ଆମର ଏହି ଘରେଲୁ ସରଲ ଉପାୟକୁ ଆପଣାଇ ମଶାକୁ ନିଜ ଘରୁ ଦୂରେଇ ରଖନ୍ତୁ ।

ପ୍ରଥମ ଉପାୟ

ଏହି ଉପାୟ ପାଇଁ ଆପଣଙ୍କୁ କେବଳ ତିନୋଟି ଜିନିଷ ଦରକାର । ନିମ ତେଲ, କପୁର, ତେଜପତ୍ର । ସର୍ବେ ପ୍ରଥେମ ନିମ ତଲେରେ କପୁର ମିଶ୍ରଣ କରି ଗୋଟିଏ ସ୍ପ୍ରେ ବୋତଲରେ ଭର୍ତ୍ତି କରି ଦିଅନ୍ତୁ । ବର୍ତ୍ତମାନ ଏହି ମିଶ୍ରଣକୁ ତେଜପତ୍ର ଉପରେ ସ୍ପ୍ରେ କରନ୍ତୁ ଓ ତେଜପତ୍ରକୁ ଜଳାଇ ଦିଅନ୍ତୁ । ବର୍ତ୍ତମାନ ଏହି ତେଜପତ୍ରରୁ ବାହାରୁଥିବା ଧୂଆଁରେ ଘରେ ମଶା ରହିବେ ନାହିଁ । କାରଣ ଏହାର ଧୂଆଁ ମଶା ପାଇଁ ଅସୁବିଧା କରିଥାଏ । ଆପଣଙ୍କୁ କହିଦେଉଛୁ କି ଏହି ତେଜପତ୍ରର ଧୂଆଁ ସ୍ୱାସ୍ଥ୍ୟ ପାଇଁ ହାନିକାରକ ନୁହେଁ ।

ଦ୍ଵିତୀୟ ଉପାୟ

ଶୋଇବା ସମୟରେ କିଛି ଦୂରରେ ଅର୍ଥାତ ଆପଣଙ୍କ ଶୋଇବା ସ୍ଥାନ ପାଖପାଖି କପୁର ଓ ନିମ ତେଲର ଦୀପ ଜଳାନ୍ତୁ । ଏହା ଦ୍ଵାରା ମଶା ଆପଣଙ୍କ ପାଖକୁ ବିଲକୁଲ ବି ଆସିବେ ନାହିଁ ।

ତୃତୀୟ ଉପାୟ

ନଡିଆ ତେଲ, ନିମ ତେଲ, ଲବଙ୍ଗ ତେଲ, ପେପରମେଣ୍ଟ ତେଲ ଓ ନିଳଗିରିର ତେଲକୁ ସମାନ ପାତ୍ରରେ ମିଶ୍ରତ କରନ୍ତୁ ଓ ଗୋଟିଏ ବୋତଲରେ ଭର୍ତ୍ତି କରି ରଖି ଦିଅନ୍ତୁ । ରାତିରେ ଶୋଇବା ସମୟରେ ତ୍ଵଚା ଉପରେ ଏହାକୁ ଲଗାନ୍ତୁ ଓ ନିଶ୍ଚିତ ହୋଇ ଶୋଇ ଯାଆନ୍ତୁ । ଏହାକୁ ଲଗାଇବା ଦ୍ଵାରା ମଶା ଆପଣଙ୍କ ଠାରୁ ଦୂରେଇ ଯିବ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।