ବନ୍ଧୁଗଣ ଖୋଲିଛି ଏବେ ପୋଲିସ ବାବୁଙ୍କର ଅମାନୁଷିକର ଫାଇଲ । ମାର୍ସାଘାଇ ଥାନା ଡ଼ିଏସପି ଇନଚାର୍ଜ IIC ଙ୍କ ନାଁ ରେ ପୁଣି ଏକ ସାଂଘାତିକ ଅଭିଯୋଗ । ପିଟି ପିଟି ଜଣେ ନିରୀହ ଲୋକଙ୍କୁ ପାରାଲିସିସ ରୋଗୀ କରି ଦେଇଥିବା ଅଭିଯୋଗ ଆଣିଛନ୍ତି ପୀଡିତ ଙ୍କ ପରିବାର । ଥାନା ବାବୁଙ୍କ ଥାର୍ଡ ଡିଗ୍ରୀ ଙ୍କ ଅଭିଯୋଗ ପରେ ବି ଚୁପ ଅଛନ୍ତି ଜିଲ୍ଲାପାଳ ଓ ଜିଲ୍ଲା SP । ପୀଡ଼ିତାଙ୍କ ମା ହେଉଛନ୍ତି ମାର୍ସାଘାଇ ମନୋରଞ୍ଜନ ଦଳେଇ ଙ୍କ ମା ।

ନିର୍ଦୟ ପୋଲିସ ବାବୁ ଜ୍ଯୋତି ରଞ୍ଜନ ସମାନ୍ତରାୟ ବୃଦ୍ଧାଙ୍କ ଆଖି ରୁ ଝରୁଥିବା ଲୁହର କାରଣ ବୋଲି କାନ୍ଦି କାନ୍ଦି କହିଛନ୍ତି ବୃଦ୍ଧା ମା । ବିନା କାରଣରେ ତାଙ୍କ ପୁଅ କୁ ଥାନାକୁ ନେଇ ପିଟି ପିଟି ପାରାଲିସିସ ରୋଗୀ କରି ଦେଇଛନ୍ତି ବୋଲି ବୃଦ୍ଧା ମା ଜଣକ ଅଭିଯୋଗ ଆଣିଛନ୍ତି । ସୂଚନା ଅନୁଯାୟୀ ଜଣେ ମହିଳାଙ୍କ ସମସ୍ଯା ନେଇ ଥାନାକୁ ଯାଇଥିଲେ ହେଲେ ଥାନା ଇନଚାର୍ଜ ଜ୍ଯୋତି ରଞ୍ଜନ ସାମନ୍ତରାୟ ତୁ କିଏ ବୋଲି ପ୍ରଶ୍ନ କରି ପିଟି ଚାଲିଲେ ।
ଚେତା ଶୂନ୍ୟ ହେବା ପରେ ମୁନ୍ନା ଙ୍କ ପରିବାର କୁ ଫୋନ କରି ଥାନା ବାଲା ଜଣାଇଲେ । ଗୁରୁତର ମୁନ୍ନା ଙ୍କୁ ମାର୍ସାଘାଇ ମେଡିକାଲ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର ହୋଇଥିଲେ । ଏବେ ଘରେ ପୋଲିସ ମାଡରେ ପାରାଲିସିସ ରୋଗୀ ହୋଇ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ମୁନ୍ନା ଦଳେଇ । ଖାଲି ମୁନ୍ନା ଦଳେଇ ନୁହେଁ ବରଂ ଥାନା ବାବୁ ଜ୍ଯୋତି ରଞ୍ଜନ ଙ୍କ ରାଗ ର ଶିକାର ହୋଇଛନ୍ତି ଉକ୍ତ ମହିଳା ।

ଥାନା ଭିତରେ ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲା ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ପୀଡିତ ମୁନ୍ନା ଦଳେଇ । ମୁନ୍ନା ଙ୍କ ମା କାନ୍ଦି କାନ୍ଦି ଆଖି ରୁ ଲୁହ ଶୁଖୁ ନାହିଁ । କାରଣ ଘରେ ଏକମାତ୍ର ରୋଜଗାରିଆ ପୁଅକୁ ପୋଲିସ ପାରାଲିସିସ ରୋଗୀ କରାଇ ଦେଇଛି । ପାଖରେ ମେଡ଼ିସିନ ପାଇଁ ଟଙ୍କା ଟିଏ ନାହିଁ । ଆଉ ଗୁଣ୍ଡା ପୋଲିସ ପାଇଁ ଆଜି ପରିବାର ଭୋଗୁଛି ଦୁଃଖ ।
ଗତ କାଲି ମଧ୍ୟ ପୋଲିସ ବାବୁଙ୍କର ହୃଦୟ ବିଦାରକ ଦ୍ରୁଶ୍ଯ ସାମ୍ନା କୁ ଆସିଥିଲା । ଜ୍ଯୋତି ରଞ୍ଜନ ସାମନ୍ତରାୟ ଥାନା କୁ ଡାକି ଜଣେ ବ୍ୟକ୍ତିଙ୍କୁ ଅମାନୁଷିକ ଭାବେ ମେଡିକାଲ ପଠାଇ ଥିଲେ । ଏହାକୁ ନେଇ ଏବେ ପୋଲିସ ଙ୍କ ଉପରକୁ ଆଙ୍ଗୁଳି ଉଠିଛି । ସବୁଠାରୁ ବଡ କଥା ହେଲା ଗୁଣ୍ଡା ସାଜିଥିବା ପୋଲିସ ବାବୁ ଜ୍ଯୋତି ରଞ୍ଜନ ଙ୍କ ବଦଳି କେନ୍ଦ୍ରାପଡା ରୁ ଜଗତସିଙ୍ଘପୁର କୁ ହୋଇଥିଲା ।
କିନ୍ତୁ ସେ ସେଠାରେ ଯୋଗ ନ ଦେଇ ନୟାଗଡ କୁ ବଦଳି କରାଇ ପୁଣି କେନ୍ଦ୍ରାପଡା କୁ ବଦଳି ହୋଇ ଆସିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ମାତ୍ର 1 ମାସ ମଧ୍ୟରେ କେନ୍ଦ୍ରାପଡା କୁ କାହିଁକି ବଦଳି କରାଗଲା ? ବଦଳି ପରେ ବି ଜଗତସିଙ୍ଘପୁର କୁ କାହିଁକି ଗଲେନି ଜ୍ଯୋତି ରଞ୍ଜନ ? ତାଙ୍କ ଉପରେ କେଉଁ ବଡ ବାବୁଙ୍କ ହାତ ଅଛି ଏଭଳି ନାନା ପ୍ରଶ୍ନ ଏବେ ଚର୍ଚ୍ଚାକୁ ଆସିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।