ମାରିଲା ଘଡଘଡି ଭାଙ୍ଗିଗଲା ଦଧି ନଉତି । ଭଙ୍ଗା ଦଧିନଉତି ସିଧା ଆସି ତଳେ ପଡିଗଲା । ମନ୍ଦିର ପୁରା ଆଲୋକମୟ ହୋଇଗଲା । ହଁ ଦର୍ଶକ ବନ୍ଧୁ ଓଡ଼ିଶାକୁ ମାଡି ଆସୁଛି ଗୋଟେ ପରେ ଗୋଟେ ବିପଦ । କେବେ ମନ୍ଦିର ଉପରେ ଚିଲ ବସୁଛି ତ ଆଉ କେବେ ମନ୍ଦିର ର ଦଧିନଉତି ଭାଙ୍ଗି ଯାଉଛି । କୁହାଯାଏ ମନ୍ଦିର ମାନଙ୍କରେ ଅଘଟଣ ଘଟିଲେ ଲୋକଙ୍କ ଉପରକୁ ବିପଦ ମାଡି ଆସେ । ବିଜୁଳି ଘଡଘଡି ଭାଙ୍ଗି ପୁରା ଗୁଣ୍ଡ ହୋଇ ଯାଇଛି ଲିଙ୍ଗରାଜ ଙ୍କ ମାଉସୀ ମା ଙ୍କ ଦଧିନଉତି ।
ପତାକା ସହ ତଳେ ପଡିଛି ଦଧିନଉତି । ସମସ୍ତେ ଏବେ ଭୟଭୀତ ହୋଇ ଉଠିଛନ୍ତି । ଗତ କାଲି ସକାଳୁ ରାଜଧାନୀରେ ବର୍ଷା ସହ ଘଡଘଡି ଲାଗି ରହିଛି । କଳାହାଣ୍ଡି ମେଘ ତୁହା କୁ ତୁହା ବର୍ଷି ଚାଲିଛି । ଆଉ ଏହାରି ଭିତରେ ଘଟି ଯାଇଛି ମାଉସୀ ମା ଙ୍କ ମନ୍ଦିର ରେ ଅଘଟଣ । ଘଡଘଡି ମାରି ମନ୍ଦିରର ଦଧିନଉତି ଭାଙ୍ଗି ଯାଇଛି । ସୂଚନା ଅନୁଯାୟୀ ଲିଙ୍ଗରାଜ ମାଉସୀ ମା ମନ୍ଦିର ରେ ପୂଜା ଅର୍ଚ୍ଚନା ଚାଲିଥିଲା ।
ବୋଲବମ ଭକ୍ତ ମାନେ ପାଣି ଭାର ନେଇ ଯାଉଥିଲେ । ଆଉ ଠିକ ଏତିକି ବେଳେ ମାରିଥିଲା ଜୋର ରେ ବିଜୁଳି ସହ ଘଡଘଡି । ମନ୍ଦିରର ଆଖପାଖ ପୁରା ଆଲୋକମୟ ହୋଇ ଉଠିଥିଲା । ଆଉ ଏହା ପରେ ଦେଖିବା ବେଳକୁ ମନ୍ଦିରର ଦଧି ନଉତି ଭାଙ୍ଗି ତଳେ ଦିଆଗଲା । ଯାହାକୁ ଦେଖି ଭକ୍ତ ମାନେ ଆଶ୍ଚର୍ଯ୍ୟ ହୋଇଗଲେ । ତେବେ ଏଠାରେ ପ୍ରଶ୍ନ ଉଠିଛି ମନ୍ଦିର କୁ ଘଡଘଡି ଠାରୁ ରକ୍ଷା କରିବା ପାଇଁ ମନ୍ଦିର ଉପରେ ଆରଥିନ ଲାଗିବା କଥା ।
ହେଲେ ମାଉସୀ ମା ମନ୍ଦିର ରେ ଆରଥିନ ଲାଗିଥିଲା ନା ନାହିଁ କିମ୍ବା ମାଉସୀ ମା ମନ୍ଦିର କୁ ଅବହେଳା ରେ ଛାଡି ଦିଆ ଯାଇଥିଲା କି ? ଏଭଳି ନାନା ପ୍ରଶ୍ନ ଏବେ ଉଙ୍କି ମାରୁଛି ମନରେ । ଆଉ ଯଦି ଆରଥିନ ଲାଗି ନ ଥିଲା ଏଥିପାଇଁ ଦାୟୀ କିଏ ? ସବୁଠାରୁ ବଡ କଥା ହେଉଛି ଯେବେ ଠାରୁ ଶ୍ରୀ ମନ୍ଦିର ଉପରେ ଚିଲ ବସିଛି ସେବେ ଠାରୁ ବିପଦ ମାଡି ଆସୁଛି ।
ତେବେ ଏ ନେଇ ସେବାୟତ ମାନାଙ୍କ ମଧ୍ୟରେ ଛନକା ପସିଛି । ଆଉ ଭକ୍ତ ଏମାନେ ଏଭଳି ଦ୍ରୁଶ୍ଯ କୁ ଦେଖି ଆଚମ୍ବିତ ହୋଇ ପଡ଼ୁଛନ୍ତି । ତେବେ ସତରେ କଣ ଓଡିଶା କୁ ବିପଦ ମାଡି ଆସୁଛି । ଏ ନେଇ ଅନେକ ଲୋକ ମତ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।