ମାର୍ଗଶିର ମାସରେ ନିଶ୍ଚୟ କରନ୍ତୁ ଶଙ୍ଖ ପୂଜା, ଜାଣନ୍ତୁ ଏହାର ବିଶେଷ ମହତ୍ୱ ଓ ପୂଜା ବିଧି ! ମିଳିଥାଏ ଏହି ସବୁ ଲାଭ

କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଠାରୁ ମାର୍ଗଶିର ମାସ ଆରମ୍ଭ ହୋଇଯାଏ । ଏହି କାର୍ତ୍ତିକ ମାସ ଭଗବାନ ଶ୍ରୀ କୃଷ୍ଣଙ୍କ ଅତିପ୍ରିୟ ମାସ ଅଟେ । ଏବଂ ପୂର୍ବରୁ କୁହାଯାଇଥିବା କଥା ଅନୁସାରେ ଏହି କାର୍ତ୍ତିକ ମାସରେ ଶ୍ରୀ କୃଷ୍ଣଙ୍କର ପୂଜା କରାଯାଇଥାଏ । ଯେପରି କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁ ପୂଜା ପାଆନ୍ତି ଠିକ୍ ସେହିଭଳି କାର୍ତ୍ତିକ ମାସରେ ଶ୍ରୀ କୃଷ୍ଣ ପୂଜା ଶ୍ରେଷ୍ଠ ଫଳାଦାୟୀ ବୋଲି କୁହାଯାଇଛି ।

କୃଷ୍ଣଙ୍କର ଶଙ୍ଖ ଅତି ପ୍ରିୟ ହୋଇଥିବାରୁ ମାର୍ଗଶିର ମାସରେ ଶଙ୍ଖ ପୂଜାର ବିଧି ରହିଛି ଓ ଏହାର ପୂଜା ଦ୍ଵାରା ମନୋସ୍କାମନା ମଧ୍ୟ ପୂର୍ଣ୍ଣ ହୁଏ ବୋଲି ପ୍ରଥା ଅଛି । ତେବେ ଆସନ୍ତୁ ଜାଣିବା ଏହି ମାସରେ କିପରି କରିବେ ଶଙ୍ଖ ପୂଜା ଏହା ବିଧି ବିଧାନ । ହିନ୍ଦୁ ଶାସ୍ତ୍ରରେ ଶଙ୍ଖ କୁ ମା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି ମାନାଯାଏ । ସେଥିପାଇଁ ଲକ୍ଷ୍ମୀ ପୂଜା ଓ ମାଣବସା ରେ ଶଙ୍ଖ ଫୁଙ୍କା ହୁଏ ନାହିଁ ।

ଶଙ୍ଖ ବିନା ମାଆଙ୍କ ପୂଜା ହୁଏ ନାହିଁ । ସେଦିନ ଶଙ୍ଖ ମଧ୍ୟ ପୂଜା କରାଯାଏ । ମାର୍ଗଶିର ମାସରେ ଶଙ୍ଖ ପୁଜାକଲେ ଭଗବାନ ଶ୍ରୀ କୃଷ୍ଣ ପ୍ରସନ୍ନ ହୁଅନ୍ତି । ପୌରାଣିକ କଥାନୁସାରେ ଭଗବାନ ଶ୍ରୀ କୃଷ୍ଣଙ୍କ ଗୋଡ଼ରେ ୧୯ ପ୍ରକାର ଚିହ୍ନ ରହିଛି । ସେଥିରୁ ଶଙ୍ଖ ଚିହ୍ନ ମହତ୍ୱ କିଛି ଭିନ୍ନ । ଏହି ଶଙ୍ଖ ଚିହ୍ନ ପ୍ରଭୁଙ୍କ ପାଦତଳେ ଅର୍ଥାତ୍ ବୁଢ଼ା ଆଙ୍ଗୁଳି ତଳେ ଥିଲା ।

ଏହା ସୁଭ୍ରତାର ପ୍ରତୀକ ଅଟେ । ମାର୍ଗଶିର ମାସ ଭଗବାନଙ୍କର ଅତିପ୍ରିୟ ହୋଇଥିବାରୁ ଏହି ମାସରେ ଶଙ୍ଖ ପୂଜା କଲେ ଶୁଭଫଳ ମିଳିଥାଏ । ଯଦି ଆପଣ ଶ୍ରୀ କୃଷ୍ଣଙ୍କ ପୂଜା ଶଙ୍ଖ ମାଧ୍ୟମରେ କରିବାକୁ ଚାହୁଁଛନ୍ତି । ତେବେ ସକାଳୁ ସୂର୍ଯ୍ୟଦୋୟ ପୂର୍ବରୁ ସ୍ନାନ ସାରି ସଫା ବସ୍ତ୍ର ପିନ୍ଧି ଏକ କାଠର ପିଢ଼ା ଉପରେ ନୂଆ କପଡ଼ା ପକାଇ ଏକ ପିତଳ ଥାଳିରେ ଶଙ୍ଖରୁପକ ଶ୍ରୀକୃଷ୍ଣଙ୍କୁ ରଖନ୍ତୁ ।

ଏହାପରେ କଞ୍ଚା କ୍ଷୀରରେ କିଛି ଜଳ ମିଶାଇ ଶଙ୍ଖ ମହାପ୍ରଭୁଙ୍କୁ ସ୍ନାନ କରାନ୍ତୁ । ଏହା ପରେ ତାକୁ ଏକ କପଡ଼ାରେ ପୋଛି ଦୀପ ଜଳାନ୍ତୁ । ଶଙ୍ଖ ଉପରେ ଏକାକ୍ଷରୀ ମନ୍ତ୍ର ଲେଖି ଆପଣଙ୍କ ସାମର୍ଥ୍ୟ ଅନୁସାରେ ରୂପା କିମ୍ବା ତମ୍ବା ପାତ୍ରରେ ସ୍ଥାପିତ କରି ସେଥିରେ ଚନ୍ଦନ, ସିନ୍ଦୂର ଲଗାଇ ଓ ଫୁଲ ଥୋଇ ଚାଉଳ ଚଢାଇ ପୂଜା କରନ୍ତୁ । ଓ ପୂଜା ଶେଷରେ ମିଠା ଭୋଗ ଲଗାଇ କର୍ପୁର ଆଳତି କରନ୍ତୁ ଫଳରେ ଘରେ ସୁଖଶାନ୍ତି ଲାଗିରହିିବ ଓ ଶୁଭ କାର୍ଯ୍ୟ ଘରେ ଅନୁଷ୍ଠିତ ହେବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।