୩୧ ମାର୍ଚ ପୂର୍ବରୁ ସାରି ଦିଅନ୍ତୁ ଏହି ୩ ଟି ଜରୁରୀ କାମ, ନ ହେଲେ ହୋଇପାରେ ୧୦ ହଜାର ଟଙ୍କାର କ୍ଷତି

ଦେଶକୁ ସୁଚାରୁ ରୂପରେ ଚଳାଇବାର ଦାୟିତ୍ଵ ଯେତିକି ସରକାରଙ୍କର ହୋଇଥାଏ, ସେତିକି ହିଁ ଦାୟିତ୍ଵ ଜନତାଙ୍କର ବି ହୋଇଥାଏ । ସେଥିପାଇଁ ସରକାର ଦ୍ଵାରା ଜାରି କରାଯାଉଥିବା କିଛି ନିର୍ଦେଶକୁ ସଠିକ ସମୟ ମଧ୍ୟରେ ପାଳନ କରିବା ଉଚିତ । ଯାହା ନ କରିବା ଦ୍ଵାରା ନିଜର କ୍ଷତି ହେବା ସହିତ ଦେଶକୁ ବି କ୍ଷତି ପହଞ୍ଚିଥାଏ । ଏହି ସବୁ ମଧ୍ୟରେ ଆଜି ଆମେ ଆପଣଙ୍କୁ ତିନୋଟି କାମ ବିଷୟରେ କହିବାକୁ ଯାଉଛୁ, ଯାହାକୁ ୩୧ ମାର୍ଚ ପୂର୍ବରୁ କରି ନେବା ଉଚିତ ।

୩୧ ମାର୍ଚ ପୂର୍ବରୁ ଆପଣମାନେ ଯଦି ତଳେ କୁହାଯାଇଥିବା କାମକୁ କରୁ ନାହାନ୍ତି, ତେବେ ଆପଣଙ୍କୁ ୧୦ ହଜାର ଟଙ୍କାର ଜୁର୍ମାନା ଭରିବାକୁ ପଡିବ । ସେଥିପାଇଁ ଏହି ସବୁ କାମ ଗୁଡିକୁ ଜଲ୍ଦି ହିଁ କରି ଦିଅନ୍ତୁ ।

୧. ନିବେଶ କରିବା

ଯଦି ଆପଣ ନିବେଶର ପ୍ଲାନିଂଗ କରୁଛନ୍ତି, ତେବେ ବର୍ତ୍ତମାନ ହିଁ ନିବେଶ କରି ଦିଅନ୍ତୁ, କାରଣ ଆପଣ ଯଦି ଏହିଭଳି କରୁଛନ୍ତି ତେବ ଆପଣଙ୍କୁ ଟାକ୍ସରେ ଭଲ ରିହାତି ମିଳିବ । ଯଦି ଆପଣ ୩୧ ମାର୍ଚ ପରେ ନିବେଶ କରୁଛନ୍ତି ତେବେ ଆପଣଙ୍କୁ ପ୍ରଥମେ ନିଜର ପୁରା ଟାକ୍ସ ଦେବାକୁ ପଡିବ ଏବଂ ପୁଣି ଯାଇ ଆପଣ ନିବେଶ କରି ପାରିବେ । ସେଥିପାଇଁ ୩୧ ମାର୍ଚ ପୂର୍ବରୁ ଟଙ୍କା ନିବେଶ କରି ଦିଅନ୍ତୁ ।

୨. ଆଈଟୀଆର ରିଟର୍ନ କରନ୍ତୁ

ଯଦି ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୧୯ରେ ଆଈଟୀଆର ରିଟର୍ନ କରି ନାହାନ୍ତି, ତେବେ ଜଲ୍ଦି ହିଁ ଆଈଟୀଆର ରିଟର୍ନ କରି ଦିଅନ୍ତୁ । ଯଦି ଆପଣ ୩୧ ମାର୍ଚ ପୂର୍ବରୁ ଆଈଟୀଆର ରିଟର୍ନ କରିବେ ନାହିଁ ତେବ ଆପଣଙ୍କୁ ୧୦୦୦୦ ଟଙ୍କାର ଜୁର୍ମାନା ଲାଗି ପାରେ । ଏହା ସହିତ ଆପଣଙ୍କୁ କହିଦେଉଛୁ ଯେ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକମାନଙ୍କୁ ପେନଲ୍ଟୀ   ୧୦୦୦ ଟଙ୍କା ରଖାଯାଇଛି, କିନ୍ତୁ ଏହା ଠାରୁ ଅଧିକ ଆୟ କରୁଥିବା ଲୋକମାନଙ୍କର ପେନଲ୍ଟୀର ରାସୀ ବି ଅଧିକ ହେବ ।

୩. ପ୍ୟାନକୁ ଆଧାର ସହ ଲିଙ୍କ କରନ୍ତୁ

ସରକାର ଗତ ୧ ବର୍ଷ ହେବ ପ୍ୟାନ କାର୍ଡକୁ ନିଜ ଆଧାର ସହ ଲିଙ୍କ କରିବା ପାଇଁ କହୁଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି କେତେକ ଲୋକମାନେ ଏହାକୁ କରି ନାହାନ୍ତି । ଯଦି ଆପଣ ଏହି ପରକ୍ରିୟାକୁ ୩୧ ମାର୍ଚ ପୂର୍ବରୁ କରୁ ନାହାନ୍ତି, ତେବେ ୩୧ ମାର୍ଚ ପରେ ଆପଣଙ୍କର ପ୍ୟାନ କାର୍ଡ ନଷ୍ଟ ହୋଇଯିବ । ସେଥିପାଇଁ ପ୍ୟାନ କାର୍ଡ ୱେବସାଇଟକୁ ଯାଇ ଏହାକୁ ଲିଙ୍କ କରି ଦିଅନ୍ତୁ । ପୋଷ୍ଟଟିକୁ ସେଆର କରି ସମସ୍ତଙ୍କୁ ଜଣାନ୍ତୁ ।