ଚୈତ୍ର ନବରାତ୍ରିରେ ହେବାକୁ ଯାଉଛି ଏହି ୮ଟି ଶୁଭ ଯୋଗ, ଏମିତି କରନ୍ତୁ ମାତା ଦୂର୍ଗାଙ୍କୁ ପ୍ରସନ୍ନ, ମିଳିବ ଅପାର ସଫଳତା ଓ ହେବ ଧନଲାଭ

ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି ଏବଂ ଚୈତ୍ର ନବରାତ୍ରି ଆଗକୁ ଆସୁଛି । ସବୁଠୁ ବିଶେଷ କଥା ହେଲା ଚୈତ୍ର ନବରାତ୍ରି ଏଥର ପୁରା ୯ ଦିନ ରହିବ ତା ସହିତ ଏହି ଚୈତ୍ର ନବରାତ୍ରିରେ ବହୁତ ଶୁଭ ଯୋଗ ବି ରହିଛି । ୬ ଏପ୍ରିଲରୁ ଆରମ୍ଭ ହୋଇ ଏହି ନବରାତ୍ରି ୧୪ ଏପ୍ରିଲରେ ସମାପନ ହେବ ।

ଜଣାଇ ଦେଉଛୁ କି ଏଥର ଶ୍ରୀରାମ ନବମୀ ଦୁଇ ଦିନ ପାଳନ କରାଯିବ । ପ୍ରଥମେ ୧୩ ଏପ୍ରିଲରେ ନବମୀ ହେବ ଯେଉଁଥିରେ ୧୧.୪୮ ମିନିଟ ପର୍ଯ୍ୟନ୍ତ ଅଷ୍ଟମୀ ରହିବ ଏବଂ ଏହା ପରେ ନବମୀ ଲାଗିଯିବ । ଏହି ମଧ୍ୟାହ୍ନ ବ୍ୟାପିନୀ ନବମୀକୁ ଶ୍ରୀରାମ ନବମୀ କୁହାଯାଏ । ଏହା ଛଡା ଆପଣମାନଙ୍କୁ ଆମେ ଜଣାଇ ଦେଉଛୁ କି ଚୈତ୍ର ନବରାତ୍ରିରେ କଣ କଣ ଜିନିଷ କ୍ରୟ କରିବା ଶୁଭ ହୋଇଥାଏ ।

ସୁନା – ଚାନ୍ଦି

କୁହାଯାଏ କି ଚୈତ୍ର ନବରାତ୍ରିରେ ଯେ କୌଣସି ବି କାମ କରାଯାଏ ସେଥିରେ ସଫଳତା ନିଶ୍ଚିତ ମିଳିଥାଏ । ଏହି ଦିନରେ ଗୃହ ପ୍ରବେଶ, ମାଙ୍ଗଳିକ କାର୍ଯ୍ୟ ଆଦି କରିବା ଶୁଭ ହୋଇଥାଏ । ଏହି ଦିନଗୁଡିକ ମଧ୍ୟରେ ଯଦି ଆପଣ ସୁନା ଚାନ୍ଦି କ୍ରୟ କରନ୍ତି ତେବେ ତାହା ବହୁତ ଶୁଭ ହୋଇଥାଏ ଓ ମାତାଙ୍କ ଆଶୀର୍ବାଦରୁ ଧନଲାଭ ହୋଇଥାଏ ।

ଅତର ଅର୍ପଣ କରନ୍ତୁ

ନବରାତ୍ରି ସମୟରେ ମାତାଙ୍କୁ ସୁଗନ୍ଧ ପାଇଁ ଅତର ଅର୍ପଣ କରନ୍ତୁ । ମାତାଙ୍କୁ ଅତର ଅର୍ପଣ କରିବା ପରେ ତାହାର ବ୍ୟବହାର ମାତାଙ୍କର ଆଶୀର୍ବାଦ ଭାବି କରିବା ଆବଶ୍ୟକ ।

ମା’ଙ୍କୁ ଭୋଗ ଲଗାନ୍ତୁ

ନବରାତ୍ରି ଦିନ ମାତାଙ୍କୁ ଭୋଗ ନିଶ୍ଚିତ ଲଗାନ୍ତୁ । ନବରାତ୍ରି ଦିନ ଯାହା ବି ଭୋଗ ପ୍ରସ୍ତୁତ କରିବେ ସେଥିରେ ପିଆଜ ଏବଂ ରସୁଣର ବ୍ୟବହାର କରନ୍ତୁ ନାହିଁ ।

କଳା ରାଶି  ଏବଂ ଜଳ ଅର୍ପଣ କରନ୍ତୁ

ଯଦି ଘରେ କୌଣସି ସଦସ୍ୟ ରୋଗରେ ପୀଡିତ ଅଛନ୍ତି ତେବେ ନବରାତ୍ରିରେ ଶିବଲିଙ୍ଗ ଉପରେ କଳା ରାଶି ଏବଂ ଜଳ ଅର୍ପଣ କରନ୍ତୁ । ଏହା କରିବା ଦ୍ଵାରା ମାତା ପ୍ରସନ୍ନ ହୋଇଥାନ୍ତି ଏବଂ ଯାହା ବି ରୋଗ ଥାଏ ତାହା ସବୁ ଦୂର ହୋଇଯାଏ ତା ସହିତ ସମସ୍ତ କଷ୍ଟ ଏବଂ ସମସ୍ୟା ମଧ୍ୟ ଦୂର ହୋଇଯାଏ ।

ଦୂର୍ଗାଙ୍କର ୧୦୮ଟି ନାମର ଜପ

ନବରାତ୍ରିରେ ସବୁଦିନ ମାତା ଦୂର୍ଗାଙ୍କର ସମସ୍ତ ୧୦୮ଟି ନାମ ଜପିବା ଦ୍ଵାରା ସମସ୍ତ ସଙ୍କଟ ଦୂର ହୋଇଯାଇଥାଏ । ଦୂର୍ଗା ସପ୍ତଶତୀରେ ଦୂର୍ଗାଙ୍କର ସମସ୍ତ ୧୦୮ଟି ନାମର ଉଲ୍ଲେଖ ରହିଛି ।

କେଉଁ ଦିନରେ ହେଉଛି କେଉଁ ଶୁଭ ଯୋଗ

୮ ଏପ୍ରିଲ – ତୃତୀୟା ସହିତ ରବି ଯୋଗ (କାର୍ଯ୍ୟ ସିଦ୍ଧି )

୯ ଏପ୍ରିଲ – ଚତୁର୍ଥୀ ସହିତ ସବାର୍ଥ ସିଦ୍ଧି (ଭୂମି ଭବନ କ୍ରୟ କରନ୍ତୁ)

୧୦ ଏପ୍ରିଲ – ପଞ୍ଚମୀ ସହିତ ସବାର୍ଥ ସିଦ୍ଧି (ଲକ୍ଷ୍ମୀ ପଞ୍ଚମୀ)

୧୧ ଏପ୍ରିଲ – ଷଷ୍ଠି ସହିତ ରବି ଯୋଗ (ସନ୍ତାନ ସୁରକ୍ଷା)

୧୨ ଏପ୍ରିଲ – ସପ୍ତମୀ ସହିତ ସବାର୍ଥ ସିଦ୍ଧି (ନୂଆ ସମ୍ବନ୍ଧ ସୁରକ୍ଷା)

୧୩ ଏପ୍ରିଲ – ଅଷ୍ଟମୀ ସହିତ ଇଷ୍ଟଦେବତାଙ୍କର ପୂଜା (ମତାନୁସାର ନବମୀ)

୧୪ ଏପ୍ରିଲ – ନବମୀ ସହିତ ରବି ପୁଷ୍ପ ଏବଂ ସବାର୍ଥ ସିଦ୍ଧି (ସକାଳ ୯.୩୭ ପର୍ଯ୍ୟନ୍ତ ନବମୀ)