ସନ୍ୟାସ ନେବା ଉପରେ ଯୁବରାଜ ସିଂହଙ୍କର ବଡ ବୟାନ, କହିଲେ ‘ମୁଁ ଏହି ଦିନ କହିବି କ୍ରିକେଟକୁ ବିଦାୟ’

ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି । ଯୁବରାଜ ସିଂହ ନିଜର ବ୍ୟାଟିଙ୍ଗ ଦ୍ଵାରା ବଡ ବଡ ବୋଲରଙ୍କ ନିଦ ଉଡାଇ ଦେଇଛନ୍ତି । ଏହା ପରେ ବର୍ତ୍ତମାନ ତାଙ୍କର କ୍ରିକେଟରୁ ସନ୍ୟାସ ନେବାର କଥା ଚର୍ଚ୍ଚାର ବିଷୟ ହୋଇଛି । ଯୁବରାଜ ସିଂହ ନିଜ କ୍ରିକେଟ କ୍ୟାରିୟରରେ ବହୁତ ବଡ ବଡ ରେକର୍ଡ ସୃଷ୍ଟି କରିଛନ୍ତି ।

ବର୍ତ୍ତମାନ ସେ ଆଇପିଏଲରେ ମୁମ୍ବାଇ ପାଇଁ ଖେଳି ସମସ୍ତଙ୍କୁ ଜବାବ ଦେଇଛନ୍ତି ତା ସହିତ ଯୁବରାଜ ସିଂହ ଏହା ମଧ୍ୟ କହିଛନ୍ତି କି ସେ କେଉଁ ଦିନ କ୍ରିକେଟରୁ ସନ୍ୟାସ ନେବେ । ରବିବାର ଦିନ ମୁମ୍ବାଇ ଇଣ୍ଡିଆନ୍ସ ନିଜର ଆଇପିଏଲର ପ୍ରଥମ ମ୍ୟାଚ ଖେଳିଥିଲା କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ଏହି ମ୍ୟାଚରେ ପରାଜୟ ହୋଇଛି ।

କିନ୍ତୁ ଯୁବରାଜ ସିଂହ ପୁଣି ଥରେ ନିଜର ଦମଦାର ବ୍ୟାଟିଙ୍ଗ କରି ଚର୍ଚ୍ଚାରେ ଆସିଛନ୍ତି । ସେ ୩୫ ବଲ ରେ ୫୫ ରନ କରିଥିଲେ । ଏହା ପରେ ଚାରିଆଡେ କେବଳ ତାଙ୍କର ସନ୍ୟାସକୁ ନେଇ ଚର୍ଚ୍ଚା ଚାଲିଛି ଯାହା ଉପରେ ଯୁବରାଜ କିଛି ବିଶେଷ ମନ୍ତବ୍ୟ ରଖିଛନ୍ତି ।

କେବେ ନେବେ ଯୁବରାଜ ସିଂହ ସନ୍ୟାସ ?

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଦମଦାର ପଦର୍ଶନ କରିଥିବା ଯୁବରାଜ ସିଂହ ମ୍ୟାଚ ପରେ ନିଜର ସନ୍ୟାସକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କି ମୁଁ କ୍ରିକେଟକୁ ଏନଜୟ କରୁଥିଲି, କରୁଛି ଏବଂ ଆଗକ କୁ ମଧ୍ୟ କରୁଥିବି ।  ସେ କହିଲେ କି ଯେଉଁ ଦିନ ମୋତେ ଲାଗିବ କି ମୁଁ କ୍ରିକେଟକୁ ଏନଜୟ କରି ପାରୁନାହିଁ, ସେହି ଦିନରୁ ମୁଁ କ୍ରିକେଟରୁ ସନ୍ୟାସ ନେଇଯିବି, କିନ୍ତୁ ବର୍ତ୍ତମାନ ମୁଁ କ୍ରିକେଟକୁ ବହୁତ ଏନଜୟ କରୁଛି । ଏମିତିରେ ସନ୍ୟାସ ନେବାର ପ୍ରଶ୍ନ ଉଠୁନାହିଁ ।

ଦୁଇ ବର୍ଷ ହେବ ଟିମ ରୁ ବାହାରେ ଥିଲେ ଯୁବରାଜ ସିଂହ

କ୍ରିକେଟରେ ଯୁବରାଜ ସିଂହଙ୍କର ପ୍ରଦର୍ଶନ ଗତ ଦୁଇ ବର୍ଷ ହେବ ବହୁତ ତଳକୁ ଖସି ଯାଇଥିଲା, ଯେଉଁ କାରଣରୁ ସେ ଟିମରୁ ବାହାରି ଯାଇଥିଲେ । ଖରାପ ପ୍ରଦର୍ଶନ କାରଣରୁ ତାଙ୍କ ଉପରେ କ୍ରିକେଟରୁ ସନ୍ୟାସ ନେବାର ପ୍ରେସର ବି ବଢୁଥିଲା । ରବିବାର ଦିନ ତାଙ୍କର ଦମଦାର ବ୍ୟାଟିଙ୍ଗ ଦ୍ଵାରା ସେ ନିଜର ଆତ୍ମବିଶ୍ଵାସକୁ ଫେରାଇ ଆଣିଛନ୍ତି । ଯେଉଁ କାରଣରୁ ସେ ୱାଲ୍ଡକପରେ ମଧ୍ୟ ଖେଳିପାରନ୍ତି ।

ତେବେ କଣ ୱାଲ୍ଡକପରେ ଖେଳିବେ ଯୁବରାଜ ସିଂହ ?

ଯୁବରାଜ ସିଂହଙ୍କର ୱାଲ୍ଡକପରେ ଖେଳିବାକୁ ନେଇ ବହୁତ ପ୍ରଶ୍ନ ଉଠୁଛି । ଆଇପିଏଲର ଯେଉଁଭଳି ଭାବରେ ଯୁବରାଜ ସିଂହ ନିଜର ପଦର୍ଶନ ଦେଖାଇଛନ୍ତି, ଯଦି ସେହିଭଳି ଭାବରେ ସେ ଖେଳନ୍ତି ତେବେ ୱାଲ୍ଡକପ ପାଇଁ ମଧ୍ୟ ତାଙ୍କର ନାମ ଉପରେ ବିଚାର ବିମର୍ଶ ନିଶ୍ଚିତ କରାଯାଇପାରେ ।