ମ୍ୟାନ ଅଫ ଦ ମ୍ୟାଚ ହେବା ପାଇଁ ଡରୁଥିଲେ ଟିମ ଇଣ୍ଡିଆର ଏହି ୨ ଜଣ ଖେଳାଳି, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ!

ଭାରତୀୟ କ୍ରିକେଟ ଟିମର ସ୍ପିନର ହରଭଜନ ସିଂହ ନିଜର ରାଗୀ ସ୍ଵଭାବ ପାଇଁ ଯେତିକି ଚର୍ଚ୍ଚିତ ଅଟନ୍ତି ସେତିକି ହିଁ ନିଜର ମଜାକିଆ ଅନ୍ଦାଜ ପାଇଁ । ଆପଣଙ୍କୁ କହି ଦେଉଛୁ କି ଗତ କିଛି ଦିନ ତଳେ ହରଭଜନ ସିଂହ ଫେମସ କମେଡି ଶୋ ‘ଦ କପିଲ ଶର୍ମା ଶୋ’ରେ ଗେସ୍ଟ ହୋଇ ପହଞ୍ଚିଥିଲେ । ଏହି ଶୋରେ ସେ ନିଜର ଜୀବନ ଓ କ୍ୟାରିୟରକୁ ନେଇ ବହୁତ ମଜାଦାର କଥା ସବୁ ସମସ୍ତଙ୍କ ସହ ଶେୟାର କରିଥିଲେ ।

ଏହି ସମୟରେ ହରଭଜନ ସିଂହ ଏକ ଏମିତି କଥା କହିଲେ, ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ହରଭଜନ ସିଂହ କହିଲେ କି, ସେ ଓ ସେହୱାଗ ନିଜର କ୍ୟାରିୟରର ଆରମ୍ଭ ଦିନ ଗୁଡିକରେ ମ୍ୟାନ ଅଫ ଦ ମ୍ୟାଚ ହେବା ପାଇଁ ଭୟ କରୁଥିଲେ । ଏତିକି ନୁହେଁ ସେ ଏହାର କାରଣ ବି କହିଲେ ।

କପିଲ ଶର୍ମାଙ୍କ ଶୋରେ ହରଭଜନ ସିଂହ କହିଲେ କି, “ପ୍ରଥମରେ ମୋର ଓ ବିରେନ୍ଦ୍ର ସେହୱାଗଙ୍କ ଇଂଗ୍ଲିଶ ଏତେ ବି ଭଲ ନ ଥିଲା ଓ ସେଥିପାଇଁ ଆମେ ମ୍ୟାନ ଅଫ ଦ ମ୍ୟାଚ ହେବା ପାଇଁ ଭୟ କରୁଥିଲୁ । କାରଣ ସେଠାକୁ ଯାଇ ଆମକୁ ଇଂଗ୍ଲିଶରେ କହିବାକୁ ପଡୁଥିଲା । ଏମିତିରେ ଆମର ଅସଲ ମ୍ୟାଚ ସେତେବେଳେ ହିଁ ଆରମ୍ଭ ହେଉଥିଲା ।“

ହରଭଜନ ସିଂହ ନିଜର କ୍ୟାରିୟରରେ ଅନ୍ୟ ଏକ ମଜଦାର କଥା ଶେୟାର କରି କହିଲେ କି “ଯେତେବେଳେ ମୁଁ ଅଣ୍ଡର – ୧୯ ଟିମ ସହିତ ଆଫ୍ରିକା ଟୁରରେ ଯାଇଥିଲି, ସେତେବେଳେ ମୋର ଇଂଗ୍ଲିଶ ସେହିଭଳି କିଛି ଖାସ ନ ଥିଲା । ସେହି ସମୟରେ ଯେତେବେଳେ ମୋତେ ସେଠାରେ କେହି କିଛି ପ୍ରଶ୍ନ କରୁଥିଲେ, ସେତେବେଳେ ମୁଁ ପାଟିରେ ଚଣା ପୁରାଇ ତାକୁ ଚୋବାଇବାକୁ ଲାଗୁଥିଲି ଓ କହୁଥିଲି – “ୟା ଉଇ ୱିଲ ।“