ଦୁର୍ବଳ ସ୍ମରଣ ଶକ୍ତିର ଆୟୁର୍ବେଦିକ ଚିକିତ୍ସା, ଭୁଲିଯାଉଥିବା ରୋଗର ଘରୋଇ ଉପାୟ

ସାଧାରଣତଃ ଲୋକମାନଙ୍କର ସ୍ମରଣ ଶକ୍ତି ଦୁର୍ବଳ ହୋଇଯାଉଛି । ଆଜି କାଲିର ଦୁନିଆରେ ଲୋକମାନେ ନିଜ ପରିବାରର ଖୁସି ପାଇଁ ଦିନ ରାତି କଷ୍ଟ କରିଥାନ୍ତି । ଯାହାଦ୍ୱାରା ସେମାନେ ଛୋଟ ଛୋଟ ତଥ୍ୟ ବା ଜିନିଷ ମନେ ରଖିପାରନ୍ତି ନାହିଁ । ଏହି ସବୁ ସମସ୍ୟା ପାଇଁ ଲୋକମାନେ ବହୁତ ଚିନ୍ତାରେ ରୁହନ୍ତି । ତେଣୁ ଆଜି ଆମେ ଆପଣମାନଙ୍କୁ ଏହି ସମସ୍ୟାର ସମାଧାନ ବିଷୟରେ କହିବୁ ।

ଏହି ଦୁର୍ବଳ ସ୍ମରଣ ଶକ୍ତିକୁ ମଝବୁତ କରିବା ପାଇଁ ଆଜି ଆମେ ଆପଣମାନଙ୍କୁ ଏକ ଆୟୁର୍ବେଦିକ ଉପାୟ କହିବୁ ଯାହାକୁ ଆପଣ ବ୍ୟବହାର କଲେ ବହୁତ ଶୀଘ୍ର ଆପଣଙ୍କ ସ୍ମରଣ ଶକ୍ତି ମଝବୁତ ହୋଇପାରିବ ଓ ଆପଣ ସବୁ ମନେ ରଖିପାରିବେ । ତେଣୁ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଯଦି ଆପଣ ସବୁଦିନ ୧୦ ଗ୍ରାମ ଅଖରୋଟ ସହିତ ୨୦ ଗ୍ରାମ କିସମିସ ଖାଇବେ, ତେବେ ଏହା ଦ୍ଵାରା ଆପଣଙ୍କ ମାନସିକ ଚିନ୍ତା ଦୂର ହେବା ସହିତ ଆପଣଙ୍କ ସ୍ମରଣ ଶକ୍ତିରେ ସୁଧାର ଆସିବ । କାରଣ ମାନସିକ ଚିନ୍ତା ମଧ୍ୟ ଆପଣଙ୍କ ସ୍ମରଣ ଶକ୍ତିକୁ ଦୁର୍ବଳ କରିଥାଏ ।

୨. ଗାଜର ହାଲୱାର ସେବନ କଲେ ମଧ୍ୟ ମାନସିକ ଚିନ୍ତା ଦୂର ହୋଇଥାଏ ଓ ଏହା ସହିତ ମସ୍ତିସ୍କର ଶିରା ପ୍ରଶିରା ମଝବୁତ ହୋଇଥାଏ, ଯେଉଁଠି ଆମର ମେମୋରି ଷ୍ଟୋର ହୋଇଥାଏ । ତେଣୁ ଯଦି ଆପଣ ଗାଜର ହାଲୱାର ସେବନ କରିବେ, ତେବେ ଏହା ଦ୍ଵାରା ଆପଣଙ୍କ ସ୍ମରଣ ଶକ୍ତି ମଝବୁତ ହେବ ।

୩. ସ୍ମରଣ ଶକ୍ତିକୁ ମଝବୁତ କରିବା ପାଇଁ ଆପଣ ରାତିରେ ୧୦ ଟି ବାଦାମକୁ ଭିଜାଇ ଦିଅନ୍ତୁ ଓ ସକାଳେ ଏହାର ଚୋପାକୁ ବାହାର କରିଦିଅନ୍ତୁ । ଏହାକୁ ୧୦ ଗ୍ରାମର ଲହୁଣୀ ଓ ମିଶ୍ରି ସହ କିଛି ଦିନ ସେବନ କଲେ ଆପଣଙ୍କ ସ୍ମରଣ ଶକ୍ତି ମଝବୁତ ହୋଇପାରିବ ।

୪. ଗାଈର ଘିଅକୁ ନିଜ ମୁଣ୍ଡରେ କିଛି ଦିନ ମାଲିସ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ସ୍ମରଣ ଶକ୍ତି ବହୁତ ଶୀଘ୍ର ମଝବୁତ ହୋଇପାରିବ ।

୫. ଏହି ଉପାୟରେ ଜୀରା, ମିଶ୍ରି ଓ ଅଦାକୁ ଭଲ ଭାବରେ ପେଶି ଦିଅନ୍ତୁ ଓ ଏହାର ପେଷ୍ଟ ବନେଇଦିଅନ୍ତୁ । ଏହାକୁ ଆପଣ ସବୁଦିନ ସେବନ କରନ୍ତୁ, ଏହା ଦ୍ଵାରା ଆପଣଙ୍କ ସ୍ମରଣ ଶକ୍ତି ମଝବୁତ ହୋଇଯିବ ।

୬. ସ୍ମରଣ ଶକ୍ତିର ବୃଦ୍ଧି ପାଇଁ ଗୁଲକନ୍ଦର ସେବନ କରନ୍ତୁ । ସବୁ ଦିନ ଦୁଇ ରୁ ତିନି ଥର ଗୁଲକନ୍ଦର ସେବନରେ ଆପଣଙ୍କ ସ୍ମରଣ ଶକ୍ତି ବୃଦ୍ଧି ହୋଇପାରିବ ।

ତେଣୁ ଯଦି ଆପଣଙ୍କ ସ୍ମରଣ ଶକ୍ତି ଦୁର୍ବଳ ଅଛି, ତେବେ ଆପଣ ଏହି ସବୁ ଉପାୟକୁ ଭଲ ଭାବରେ ଉପଯୋଗ କରି ନିଜର ସ୍ମରଣ ଶକ୍ତିକୁ ମଝବୁତ କରିପାରିବେ ।