ମଣିଷ ମୁହଁ ପରି ଦେଖାଯାଉଛି ଦୁନିଆର ସବୁଠୁ ବିଷାକ୍ତ ଜୀବ, ଗୋଟେ ସହରକୁ ନଷ୍ଟ କରିପାରେ ଏହାର ଗୋଟେ ବୁନ୍ଦା ବିଷ

ବୈଜ୍ଞାନିକ ମାନେ ସବୁଦିନ ହଜାର ହଜାର ସଂଖ୍ୟାରେ ନୂଆ ଜୀବ ଖୋଜି ବାହାର କରୁଛନ୍ତି । କିଛି ଏମିତି ହିଁ ଅଛି ‘ସ୍ଟୋନ ଫିଶ’ । ପୃଥିବୀ ର ବିଷଧର ଜୀବ ମଧ୍ୟରେ ପ୍ରସିଦ୍ଧ ସ୍ଟୋନ ଫିଶ ପ୍ରାୟତଃ ମକର ରେଖା ର ଆଖପାଖ ସମୁଦ୍ର ମଧ୍ୟରେ ମିଳି ଥାଏ । ଏହି ମାଛ ପଥର ପରି ଦେଖା ଯାଏ । ପୃଥିବୀରେ ମିଳୁ ଥିବା ପ୍ରାୟତଃ ମାଛ ମାନଙ୍କ ମଧ୍ୟରେ ଏହା ପୁରା ଅଲଗା ଅଟେ । ଏହି ମାଛମାନଙ୍କ ଶରୀର ବହୁତ କୋମଳ ଅଟେ ଏବଂ ଏହାର ଦେହ ପଥର ସମାନ ଅଟେ ।

ଏହାର ଉପର ଖାଲ ଟି ପଥର ପରି ଶକ୍ତ ହୋଇଥାଏ । ମାଛରେ ଥିବା ଏହି ପଥର ଖୋଲ ଟି କିଛି କିଛି ମଣିଷ ଚେହେରା ପରି ନଜର ଆସେ ।

ଏହା ଏକ ଏମିତି ମାଛ ଅଟେ ଯାହା କି ସମସ୍ତଙ୍କୁ ଦେଖା ଯାଏ ନହିଁ । ଦେଖା ଯାଉନଥିବା ଯୋଗୁ ଆପଣ ଏହି ମାଛ ଦ୍ଵାରା ଶିକାର ହୋଇ ପାରିବେ । ସବୁ ଠାରୁ ଭୟ କଥା ହେଉଛି ଯେ ଯଦି ଭୁଲରେ ବି ଏହି ମାଛ ଉପରେ କାହାର ଗୋଡ ପଡି ଯାଏ ତେବେ ଭାବିନିଅନ୍ତୁ ତାହାର ଖରାପ ସମୟ ଆସିଗଲା । ଏହା ନିଜ ଉପରେ ପଡୁଥିବା ଓଜନ ହିସାବରେ ବିଷ ବାହାର କରିଥାଏ । ଏହି ବିଷ ଏତେ ଖରାପ ଅଟେ କି, କିଏ ବି ଏହା ଉପରେ ଗୋଡ ରଖିଦିଏ ତେବେ ତାହାର ଗୋଡ କାଟିବାକୁ ପଡିଥାଏ । ଏବଂ ଟିକେ ଭୁଲ ହୋଇଗଲେ ଆପଣଙ୍କ ଜୀବନ ମଧ୍ୟ ଯାଇ ପରେ ।

କୌଣସି ମଣିଷର ଶରୀର ଯଦି ମାଛର ବିଷ ସମ୍ପର୍କ ରେ ଆସିଯିବ ତେବେ ଭାବି ନିଅନ୍ତୁ ଜୀବନ ଶେଷ । ଏହା ପରେ ଆପଣଙ୍କୁ ଭଗବାନ ହିଁ ବଞ୍ଚେଇ ପାରିବେ । ଦୁନିଆ ଅଦ୍ଭୁତ ଜୀବମାନଙ୍କ ଦ୍ଵାରା ଘେରି ରହିଛି । ଗୋଡ ରଖିବାର ମାତ୍ର ୦.୫ ସେକେଣ୍ଡରେ ମାଛଟି ନିଜର ବିଷ ଛାଡି ଥାଏ । ମାନେ କି ଯେତେ ସମୟ ମଧ୍ୟରେ ଆପଣ ନିଜ ଆଖିର ପତା ପକେଇବେ , ସେହି ସମୟ ଭିତରେ ସେ ନିଜର ବିଷ ଛାଡି ଦିଏ । ଏହି ମାଛର ବିସ ଏତେ ଖରାପ କି ଏହାର ଗୋଟିଏ ବୁନ୍ଦା ଯଦି କୌଣସି ସହରର ପାଣିରେ ପଡିଯିବ ତେବେ ସହରର ସମସ୍ତ ଲୋକମାନଙ୍କ ଜୀବନ ସଙ୍କଟରେ ପଡିଯିବ ।