୨୫ % ପର୍ଯ୍ୟନ୍ତ ଜଳି ଯାଇଥିଲା ବିନା ବାପା – ଭାଇ ଥିବା ଝିଅ, ତଥାପି ମଙ୍ଗେତର ବାହାଘରକୁ ନେଇ କହିଦେଲା ଏହି ବଡ କଥା

ପ୍ରାୟତଃ ନିର୍ବନ୍ଧ ପରେ ଝିଅବାଲା ଚିନ୍ତା କରିଥାନ୍ତି କି ତାଙ୍କର କୌଣସି ଭୁଲ ଯୋଗୁ ପୁଅ ବାଲା ରାଗି ନ ଯାଆନ୍ତୁ । କିନ୍ତୁ ଏହି ଦୁନିଆରେ କିଛି ଏମିତି ବି ପୁଅ ଅଛନ୍ତି ଯେଉଁମାନଙ୍କ ମଧ୍ୟରେ ମଣିଷତ୍ଵ ଆଜି ବାକି ଅଛି ଏବଂ ସେ ନିଜର ପତ୍ନୀଙ୍କର ମାନ ସମ୍ମାନର ପୁରା ଯତ୍ନ ରଖନ୍ତି । ଆଜି ଆମ ଆପଣମାନଙ୍କୁ ଏମିତି ହିଁ ଏକ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ।

ଯାହାର ବାହାଘର ପୂର୍ବରୁ ତାହାର ପତ୍ନୀ ସହ ଏକ ଦୁର୍ଘଟଣା ହେଲା ଯେଉଁଥିରେ ସେ ନିଜର ସବୁକିଛି ହରାଇ ଦେଲେ ତଥାପି ନିଜର ସ୍ଵାମୀ ତାଙ୍କୁ ବହୁତ ସାହାରା ଦେଲେ । ୨୫ % ପର୍ଯ୍ୟନ୍ତ ଜଳି ଯାଇଥିଲେ । ବିନା ବାପା – ଭାଇର ଝିଅକୁ ନିଜ ଭାଗ୍ୟ ଉପରେ ଗର୍ବ ହେବାକୁ ଲାଗିଲା ।

୨୫ % ପର୍ଯ୍ୟନ୍ତ ଜଳି ସାରିଥିଲେ ବିନା ବାପା ଭାଇର ଝିଅ

ରାତୟସେନ ନିବାସୀ ପୂର୍ମିଣା ବୁଂଦେଲାଙ୍କର ନିର୍ବନ୍ଧ ମଧ୍ୟପ୍ରଦେଶର ସାଗର ନିବାସୀ ଦେବେନ୍ଦ୍ର ସିଂହ ରାଜପୂତଙ୍କ ସହିତ ହୋଇଥିଲା ଏବଂ ୨୬ ଜାନୁୟାରୀ, ୨୦୧୯ରେ ସେମାନଙ୍କର ବାହାଘର ମଧ୍ୟ ହେବାର ଥିଲା । କିନ୍ତୁ ଏହା ମଝିରେ ୯ ଜାନୁୟାରୀରେ ପୂର୍ମିଣାଙ୍କ ସହିତ ଏମିତି ଏକ ଦୁର୍ଘଟଣା ହେଲା ଯେଉଁଥିରେ ବାହାଘରକୁ କିଛି ଦିନ ପାଇଁ ଘୁଞ୍ଚାଇ ଦିଆଗଲା । ଦିନେ ପୂର୍ମିଣା ଗରମ ପାଣିରେ ଗାଧୋଇବାକୁ ଯାଉଥିଲେ କି ତାଙ୍କର ଗୋଡ ଖସିଗଲା ଏବଂ ପୁରା ଗରମ ପାଣି ତାଙ୍କ ଉପରେ ପଡିଗଲା ।

୨୫ % ଜଳି ଯାଇଥିଲେ । ଏହା ପରେ ପୂର୍ମିଣାଙ୍କୁ ଭୋପାଳର ହସ୍ପିଟାଲକୁ ନିଆଯାଇଥିଲା । ଏବଂ ସେଠୀ ସେ ତିନି ମାସ ପର୍ଯ୍ୟନ୍ତ ଭର୍ତ୍ତି ଅଛନ୍ତି ଏବଂ ତାଙ୍କର ହାତରେ ତିନି ଥର ସର୍ଜରୀ ବି ହୋଇସାରିଛି । ଏହି ଘଟଣା ପରେ ପୂର୍ମିଣାର ପୁରା ପରିବାର ଦୁଖିତ ଥିଲେ, ଗୋଟିଏ ପଟେ ପୂର୍ମିଣାଙ୍କର ଚିନ୍ତା ଥିଲା ଏବଂ ଅନ୍ୟ ପଟେ ବାହାଘର ଭାଙ୍ଗିବାର ଡର ବି ଥିଲା ।

ପୂର୍ମିଣାଙ୍କର ପିତା ପ୍ରତାପ ସିଂହ ବୁଂଦେଲା ଏବଂ ଛୋଟା ଭାଈ ହେମଂତ ସିଂହଙ୍କର ନିଧନ ହୋଇ ଯାଇଥିଲା ଏବଂ ଘରେ ବର୍ତ୍ତମାନ କେହି ବି ପୁରୁଷ ନ ଥିଲେ । ପୂର୍ମିଣାଙ୍କର ମା ପୁଷ୍ପା ସିଂହଙ୍କୁ ତାଙ୍କ ସ୍ଵାମୀଙ୍କ ଜାଗାରେ ଚାକିରି ମିଳିଲା ଏବଂ ବର୍ତ୍ତମାନ ସେ ନିଜର ଦୁଇ ଝିଅଙ୍କୁ ପାଳୁଛନ୍ତି । ଦେବେନ୍ଦ୍ର ଏକ ପ୍ରାଇଭେଟ କମ୍ପାନୀରେ କାମ କରୁଥିଲେ ଏବଂ ଯେତେବେଳେ ସେ ଏହି ଖବର ଶୁଣିଲେ ତେବେ ସେ ସବୁକିଛି ଛାଡି ପୂର୍ମିଣାଙ୍କ ପାଖକୁ ଚାଲି ଆସିଲେ । ଏହା ପରେ ତାଙ୍କୁ ନିଜର ଚାକିରି କୁ ବି ଛାଡିବାକୁ ପଡିଲା କିନ୍ତୁ ସେ ଏକ ମଣିଷତ୍ଵର ପରିଚୟ ଦେଇଛନ୍ତି ।

ପୂର୍ମିଣାଙ୍କର ଭଉଣୀ କହିଲେ ଦେବେନ୍ଦ୍ରଙ୍କ ବିଷୟରେ

ପୁଅ ଦେବେନ୍ଦ୍ରଙ୍କର ଏହି ଚିନ୍ତାଧାରାକୁ ତାଙ୍କର ପିତା ଦେବୀ ସିଂହ ରାଜପୁତ ପୂରାପୂରି ସାଥ ଦେଉଛନ୍ତି । ଏହା ଉପରେ ପୂର୍ମିଣାଙ୍କର ଭଉଣୀ ପ୍ରାଚୀ ମିଡିୟାକୁ କହିଲେ କି, ମୋର ହେବାକୁ ଥିବା ଭିଣୋଇ ଆମ ପାଇଁ ଯାହା ବି କରିଛନ୍ତି ତାଙ୍କ ବିଷୟରେ କହିବା ପାଇଁ ମୋ ପାଖରେ କୌଣସି ଶବ୍ଦ ନାହିଁ । ମୁଁ କେବଳ ଏତିକି କହିବି କି ସେ ଆମ ପାଇଁ ଭଗବାନ ଅଟନ୍ତି । ବର୍ତ୍ତମାନ ଦେବେନ୍ଦ୍ର ପୂର୍ମିଣାଙ୍କ ପାଖରେ ରହି ତାଙ୍କର ଦେଖାଶୁଣା କରୁଛନ୍ତି ।