ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୋଟିଏ ବ୍ୟକ୍ତିର ଜାତକରେ ବିଭିନ୍ନ ଦୋଷ ରହିଥାଏ ଓ ସେହି ସବୁ ଦୋଷ ମଧ୍ୟରୁ ଗୋଟିଏ ଦୋଷ ହେଉଛି ମଙ୍ଗଳ ଦୋଷ । ଏହି ଦୋଷ ଦ୍ଵାରା ବ୍ୟକ୍ତିକୁ ମାଙ୍ଗଳିକ କୁହାଯାଏ । ଜ୍ୟୋତିଷ ବିଦ୍ୟା ଜାଣିଥିବା ବ୍ୟକ୍ତି ହିଁ କହି ପାରିବ କି ବ୍ୟକ୍ତି ଉପରେ ମଙ୍ଗଳ କେତେ ଭାରି ଅଛି ଓ ତାହା କେତେ ଲାଭଦାୟକ କିମ୍ବା କ୍ଷତିକାରକ ହୋଇପାରେ । ଯଦି କୌଣସି ବ୍ୟକ୍ତିର ଜାତକରେ ମଙ୍ଗଳ ଅଶୁଭ ସ୍ଥାନରେ ଅଛି ତେବେ ତାକୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।
ବିବାହରେ ବି ଡେରି ହୋଇପାରେ । ଟଙ୍କା ସମ୍ବନ୍ଧିତ ସମସ୍ୟା ଉତ୍ପନ୍ନ ହୋଇଥାଏ । ସମ୍ପତି ମାମଲାରେ ବି ସମସ୍ୟା ଆସିପାରେ । ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲ ମାଧ୍ୟମରେ ଏମିତି କିଛି ୫ଟି ସରଳ ଉପାୟ ବିଷୟରେ କହିବୁ ଯାହାକୁ ମଙ୍ଗଳବାର ଦିନ କରିବା ଦ୍ଵାରା ଆପଣ ଏହି ମଙ୍ଗଳ ଦୋଷରୁ ମୁକ୍ତି ପାଇ ପାରିବେ ।
ଆସନ୍ତୁ ଜାଣିବା ଏହି ୫ଟି ଉପାୟ ବିଷୟରେ
ମଙ୍ଗଳବାର ଦିନ ବ୍ରତ ରଖନ୍ତୁ –
ଆପଣଙ୍କୁ କହିଦେଉଛୁ କି ମଙ୍ଗଳ ଦୋଷର ନିବାରଣ ପାଇଁ ହନୁମାନଙ୍କର ଆରାଧନା ଦ୍ଵାରା ବିଶେଷ ଓ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଯେଉଁ ବ୍ୟକ୍ତି ମଙ୍ଗଳ ଦୋଷ ଦ୍ଵାରା ପୀଡିତ ଅଛି ସେହି ବ୍ୟକ୍ତିମାନଙ୍କୁ ମଙ୍ଗଲବାର ଦିନ ବ୍ରତ ରଖିବା ନିଶ୍ଚିତ ଦରକାର ।
ମାଙ୍କଡମାନଙ୍କୁ ଗୁଡ ଓ ଚଣା ଦିଅନ୍ତୁ –
ଆପଣ ମଙ୍ଗଳବାର ଦିନ ହନୁମାନଙ୍କ ଚରଣରୁ ସିନ୍ଦୁର ନେଇ ନିଜ ମୁଣ୍ଡରେ ଲଗାନ୍ତୁ ଓ କିଛି ମାଙ୍କଡମାନଙ୍କୁ ଗୁଡ ଓ ଚଣା ଦେବା ଦ୍ଵାରା ବି ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବ ।
ସୁନ୍ଦରକାଣ୍ଡର ପାଠ –
ମଙ୍ଗଲ ଦୋଷରୁ ମୁକ୍ତି ପାଇବା ପାଇଁ ହନୁମାନାଷ୍ଟକ ମନ୍ତ୍ର ଓ ବଜରଙ୍ଗ ବାଣର ଜପ କରିବା ଉଚିତ । ଏହା ଅତିରିକ୍ତ ମଙ୍ଗଳବାର ଦିନ ଏକ ନାଲି କପଡାରେ ମସୁର ଡାଲି ବାନ୍ଧି କୌଣସି ଭିକାରିକୁ ଦେଇ ଦିଅନ୍ତୁ ।
ନାଲି ପଥର –
ଯେଉଁ ବ୍ୟକ୍ତି ମଙ୍ଗଳ ଦୋଷ ଦ୍ଵାରା ଚିନ୍ତିତ ଅଛି ଓ ଯଦି ସେ ଘର ନିର୍ମାଣ କରୁଛି ତେବେ ତାକୁ ନାଲି ରଙ୍ଗର ପଥର ପ୍ରୟୋଗ କରିବା ଉଚିତ ।
ଜଲ୍ଦି ଜଲ୍ଦି କୌଣସି ନିଷ୍ପତି ନିଅନ୍ତୁ ନାହିଁ –
ଆପଣଙ୍କୁ କହିଦେଉଛୁ କି ସବୁ ଜିନିଷରେ ଜଲ୍ଦି ଜଲ୍ଦି କୌଣସି ନିଷ୍ପତି ନିଅନ୍ତୁ ନାହିଁ । ମଙ୍ଗଳ ଦୋଷ କାରଣରୁ ବ୍ୟକ୍ତି ଏହିଭଳି କରିଥାଏ । ସେଥିପାଇଁ ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ ।
ଘରେ ନାଲି ଫୁଲ ଗଛ ଲଗାନ୍ତୁ –
ଯେଉଁ ବ୍ୟକ୍ତି ମଙ୍ଗଳ ଦୋଷ ଦ୍ଵାରା ଚିନ୍ତିତ ଅଛି ତାକୁ ନିଜ ଘରର ପରିସର ଭିତରେ ନାଲି ରଙ୍ଗର ଫୁଲ ଗଛ ଲଗାଇବା ଉଚିତ ଓ ତାହାର ସେବା କରିବା ଉଚିତ । ଏହା ଶୁଭ ହୋଇଥାଏ ।
ହନୁମାନଙ୍କର କୃପା –
ଆପଣଙ୍କୁ କହିଦେଉଛୁ କି ହନୁମାନଙ୍କ ଆରାଧନା ଏକ ରାମବାଣ ଅଟେ । ଯାହା ସମସ୍ତ କଷ୍ଟରୁ ଆପଣଙ୍କୁ ମୁକ୍ତି ଦେଇଥାଏ । ଏମିତି କୁହାଯାଏ କି ଯଦି ହନୁମାନଙ୍କ କୃପା ଆପଣଙ୍କ ଉପରେ ଅଛି ତେବେ କୌଣସି ବି ଗ୍ରହ ଆପଣଙ୍କୁ କଷ୍ଟ ଦେଇ ପାରିବ ନାହିଁ ।