ଅଦ୍ଭୁତ ଅଟେ ଏହି ଜୀବ, ଯିଏ ୩୦ ବର୍ଷ ପର୍ଯ୍ୟନ୍ତ ବିନା ଖାଇ – ପିଇ ରହିପାରିବ ଜୀବିତ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆଜି ଆମେ ଆପଣଙ୍କୁ ଏକ ଏମିତି ଜୀବ ବିଷୟରେ କହିବୁ ଯିଏ ବିନା ଖାଇ ପିଇ ୩୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହି ପାରିବ । ଏହା ବିଷୟରେ ଜାଣିଲେ ଆପଣ ପ୍ରଥମେ ବିଶ୍ଵାସ କରିବେ ନାହିଁ । କିନ୍ତୁ ଏହା ସତ କି ଏହି ଜୀବ ଏହି ପୃଥିବୀ ପୃଷ୍ଠରେ ହିଁ ଅଛି । କହିବାକୁ ଗଲେ ଏହି ପୁରା ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ଜୀବ ଜନ୍ତୁ ରହୁଛନ୍ତି । ଏହା ଛଡା ଦେଶର ବୈଜ୍ଞାନିକମାନେ ସବୁଦିନ ବିଭିନ୍ନ ପ୍ରକାରର ଜୀବ ଜନ୍ତୁକୁ ଖୋଜି ସମସ୍ତଙ୍କ ସାମ୍ନାକୁ ଆଣୁଛନ୍ତି । ଯେଉଁମାନଙ୍କ ମଧ୍ୟରେ କେତେକ ଜୀବ ଏମିତି ଅଛନ୍ତି ଯେଉଁମାନଙ୍କ ବିଷୟରେ ପୂର୍ବରୁ କେହି ବି ଜାଣି ନାହାନ୍ତି । ସମୁଦ୍ରିକ ଜୀବଙ୍କୁ ସବୁବେଳେ ଖୋଜା ଚାଲିଛି ।

ସମୁଦ୍ର ତଳେ ଏମିତି ବହୁତ ଜୀବ ଅଛନ୍ତି ଯେଉଁମାନେ ବହୁତ ଅଦ୍ଭୁତ ଅଟନ୍ତି । ଏହିପରି ଏମିତି ଏକ ଜୀବ ଅଛି ଯାହା ବିଷୟରେ ବର୍ତ୍ତମାନ ବିଶେଷ କିଛି ଜଣା ପଡି ନାହିଁ । କହିବାକୁ ଗଲେ ଯଦି ଆମେ ସମୁଦ୍ରର ସବୁଠୁ ଭୟାନକ ଜୀବ କଥା କହିବା ତ ଶାର୍କର ନାମ ପ୍ରଥମେ ଆସିଥାଏ । ଏହି ଶିକାରୀ ଶାର୍କକୁ ସବୁଠୁ ଭୟାନକ ସାମୁଦ୍ରିକ ଜୀବ ବୋଲି କୁହାଯାଏ ।

କହିବାକୁ ଗଲେ ଏହି ପୃଥିବୀରେ ଶାକାହାରୀ ଓ ମାଂସାହାରୀ ଦୁଇ ପ୍ରକାରର ଜୀବ ରୁହନ୍ତି । ପୃଥିବୀର ଶାକାହାରୀ ଜୀବ ଗଛଲତା ଖାଇ ନିଜର ପେଟ ଭରନ୍ତି, ଅନ୍ୟ ପଟେ ସାମୁଦ୍ରିକ ଶାକାହାରୀ ଜୀବ ଶିଉଳି ଖାଇ ନିଜର ପେଟ ଭରନ୍ତି । ଯଦି ସାମୁଦ୍ରିକ ମାଂସାହାରୀ ଜୀବମାନଙ୍କ କଥା କହିବା ତ ଏହି ଜୀବମାନେ ନିଜ ଠାରୁ ଛୋଟ ଜୀବମାନଙ୍କୁ ଖାଇଥାନ୍ତି ।

କହିବାକୁ ଗଲେ ଆମେ ଯେଉଁ ଅଦ୍ଭୁତ ଜୀବ ବିଷୟରେ କଥା ହେଉଛୁ ସେହି ଜୀବକୁ ବୈଜ୍ଞାନିକମାନେ ଅନଶ୍ୱର ନାମ ଦେଇଛନ୍ତି । କାରଣ ଏହି ଜୀବ ବିନା ଖାଇ ପିଇ ପୁରା ୩୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହି ପାରିବ । ବୈଜ୍ଞାନିକମାନେ ଏହି ଜୀବକୁ ଜଲ ରିଛ ନାମ ବି ଦେଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଖୋଜା ଯାଇଥିବା ସବୁ ଜୀବମାନଙ୍କ ମଧ୍ୟରେ ଅନଶ୍ୱର ଏକମାତ୍ର ଜୀବ ଅଟେ ଯିଏକି ସବୁ ଗ୍ରହରେ ଜୀବିତ ରହି ପାରିବ । ସେ ବିନା ଖାଇ ପିଇ ୩୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିବାରେ ସକ୍ଷମ ଅଟେ । ଏହା ସହିତ ହିଁ ୧୫୦ ଡିଗ୍ରୀ ତାପମାନରେ ବି ଏହି ଜୀବ ଜୀବିତ ରହି ପାରିବ । ଏହି ଅଦ୍ଭୁତ ଅନଶ୍ୱର ଜୀବ ସମୁଦ୍ରର ଅସିମ ଗଭୀରତାରେ ରହିବାକୁ ପସନ୍ଦ କରିଥାଏ । ଗଭୀରତାରେ ରହିବା ସତ୍ତ୍ୱେ ବି ଏହାର ଶରୀର ଉପରେ କୌଣସି ପ୍ରକାରର ପ୍ରଭାବ ପଡି ନ ଥାଏ ।