Vastu Shastra- ମଙ୍ଗଳବାର ଦିନ ଭୁଲରେ ବି କରିବେନି ଏହି 3 ଟି କାମ, ପୁରା ପରିବାର ଉପରେ ଆସିଯାଏ ସଙ୍କଟ !

ମଙ୍ଗଳାବର ଦିନ ପ୍ରଭୁ ଶ୍ରୀ ହନୁମାନଙ୍କୁ ସମର୍ପିତ ଅଟେ । ଏହି ଦିନରେ ହନୁମାନଙ୍କ ବିଶେଷ ରୂପରେ ଉପାସନା କରାଯାଏ । ସେଥିପାଇଁ ଏହି ଦିନରେ ଏହିଭଳି କିଛି କାର୍ଯ୍ୟ କୁହାଯାଇଛି ଯାହାକୁ କେବେ ବି କରିବା ଉଚିତ ନୁହେଁ । ଯଦି ଆପଣ ଏହିଭଳି କାର୍ଯ୍ୟ ମଙ୍ଗଳାବର ଦିନ କରୁଛନ୍ତି ତେବେ ଆପଣଙ୍କ ଉପରେ ସଙ୍କଟ ଆସିପାରେ । ଆପଣ ବର୍ବାଦ ହୋଇଯାଇ ପାରନ୍ତି । ତେବେ ଏହି ସବୁ ନିୟମ ପାଳନ କଲେ ମଙ୍ଗଳ ହୋଇଥାଏ ।

କ୍ଷୀର ଦ୍ଵାରା ତିଆରି ଜିନିଷ

ମଙ୍ଗଳାବର ଦିନ କ୍ଷୀର ଦ୍ଵାରା ତିଆରି ମିଠା କିଣିବା ଉଚିତ ନୁହେଁ । କ୍ଷୀରକୁ ଚନ୍ଦ୍ରମାର କାରକ କୁହାଯାଇଛି । ଚନ୍ଦ୍ରମା ଓ ମଙ୍ଗଲ ପରସ୍ପରର ବିରୋଧୀ ଅଟନ୍ତି । ସେଥିପାଇଁ କ୍ଷୀର ଦ୍ଵାରା ତିଆରି ଜିନିଷର ବ୍ୟବହାର କରନ୍ତୁ ନାହିଁ ।

ଶାରୀରିକ ସମ୍ପର୍କ

ଯଦି ଆପଣ ଚାହୁଁ ନାହାନ୍ତି କି ହନୁମାନ ଆପଣଙ୍କ ଉପରେ ରାଗି ଯାଆନ୍ତୁ ତେବେ ମଙ୍ଗଳବାର ଦିନ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ । ନଚେତ ଆପଣଙ୍କୁ ତାଙ୍କର କ୍ରୋଧର ସାମ୍ନା କରିବାକୁ ପଡିବ । କୁହାଯାଏ ଏହି ଦିନରେ ସମ୍ପର୍କ ରଖିବା ଦ୍ଵାରା ସନ୍ତାନ କିନ୍ନର ହୋଇଥାନ୍ତି ।

ଶୃଙ୍ଗାର ଜିନଷ

କୁହାଯାଏ କି ମଙ୍ଗଳବାର ଦିନ ମହିଳାମାନେ କେବେ ବି ନିଜର ଶୃଙ୍ଗାର ଜିନିଷ କିଣିବା ଉଚିତ ନୁହେଁ । ସୋମବାର ଓ ଶୁକ୍ରବାର ଦିନ ଏହି ସବୁ ଜିନିଷ କିଣିବା ଶୁଭ ବୋଲି କୁହାଯାଇଛି । ମଙ୍ଗାଲବାର ଦିନ କଳା କପଡା ବି ପିନ୍ଧିବା ଉଚିତ ନୁହେଁ ଓ ନା ହିଁ କିଣିବା ଉଚିତ । ଯଦି ଆପଣ ନାଲି କପଡା ପିନ୍ଧୁଛନ୍ତି ତେବେ ଆପଣଙ୍କ ମଙ୍ଗଲ ଦୋଷ କମ ହୋଇଯାଏ । ଏହା ଦ୍ଵାରା ବଜରଙ୍ଗବଳି ପ୍ରସନ୍ନ ହୁଅନ୍ତି ।

ଲୁହା ଜିନିଷ

ମଙ୍ଗଳବାର ଓ ଶନିବାର ଦିନ ଲୁହା ଜିନିଷ କିଣନ୍ତୁ ନାହିଁ । ମଙ୍ଗଳାବର ଦିନ ଷ୍ଟିଲ ବାସଲ, ଧାରୁଆ ଜିନିଷ ଯେମିତି କି ଛୁରୀ, କଇଁଚି ଓ ନେଲକଟର ଭଳି ଜିନିଷ ଘରକୁ ଆଣିବା ଉଚିତ ନୁହେଁ । ମଙ୍ଗଳବାର ଦିନ କେବେ ବି ନଖ, କେସ କାଟିବା ଉଚିତ ନୁହେଁ । ଏହିଭଳି କରିବା ଦ୍ଵାରା ବଜରଙ୍ଗବଲି କ୍ରୋଧିତ ହୋଇଥାନ୍ତି ।

ଆମିଷ ଓ ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ

ଯେଉଁ ଲୋକମାନେ ମଙ୍ଗଳବାର ଦିନ ମାଛ ମାଂସର ସେବନ ଓ ମଦ୍ୟପାନ କରନ୍ତି ସେମାନଙ୍କୁ ବଜରଙ୍ଗବଲିଙ୍କ କ୍ରୋଧର ସାମ୍ନା କରିବାକୁ ପଡିଥାଏ । ସେଥିପାଇଁ ଆପଣ ଏହିଭଳି ଭୁଲ କେବେ ବି କରନ୍ତୁ ନାହିଁ ।