ମନ୍ଦିରରେ ୮୦୦ ବର୍ଷରୁ ବନ୍ଦ ଥିଲା ଏହି ରୁମ, ଯେତେବେଳେ ଖୋଲାଗଲା ଏହାର କବାଟ ତ ଉଡିଗଲା ସମସ୍ତଙ୍କ ହୋସ

ମଧ୍ୟପ୍ରଦେଶର ତିଶୟ କ୍ଷେତ୍ରର ବରାସୋଁ ରେ ଏକ ମନ୍ଦିରର ଘର ପାଖାପାଖି ୮୦୦ ବର୍ଷ ହେବ ବନ୍ଦ ପଡିଥିଲା ଓ ଯେତେବେଳେ ସେହି ମନ୍ଦିରର ଏହି ରୁମ କୁ ଖୋଲାଗଲା ତେବେ ସମସ୍ତଙ୍କ ହୋସ ଉଡିଗଲା । କହିବାକୁ ଗଲେ ଦିଗମ୍ବର ଜୈନ ମନ୍ଦିରର ଏକ ରୁମ ବହୁତ ବର୍ଷ ହେବ ବନ୍ଦ ପଡିଥିଲା । ଯାହା ପରେ ପୁରାତତ୍ୱ ବିଭାଗର ଲୋକମାନେ ମନ୍ଦିରର ଏହି ରୁମକୁ ଖୋଲିବା ପାଇଁ ନିଷ୍ପତି ନେଲେ ।

ପୁରାତତ୍ୱ ବିଭାଗର ଲୋକମାନଙ୍କୁ ଏହା ଆଶା ଥିଲା କି ଏହି ରୁମରୁ କିଛି ମୂର୍ତ୍ତି ମିଳିପାରେ । କିନ୍ତୁ ଯେତେବେଳେ ଏହି ରୁମକୁ ଖୋଲାଗଲା ତେବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ରୁମ ର କବାଟ ଖୋଲିବା ପରେ ପ୍ରଥମେ ତ ସେଥିରୁ ବହୁତ ବାଦୁଡି ବାହାରିଲେ । ଏହା ପରେ ରୁମକୁ ସଫା କରାଗଲା । ରୁମକୁ ସଫା କରିବା ପାଇଁ ବହୁତ ସମୟ ଲାଗିଲା ଓ ପାଖାପାଖି ୩ – ୪ ଟ୍ରଲି ଭର୍ତ୍ତି ଅଳିଆ ଆବର୍ଜନା ରୁମରୁ ବାହାର କରାଗଲା ।

ରୁମ ଭିତରୁ ବାହାରିଲା ଗୁମ୍ଫା

ରୁମକୁ ସଫା କରିବା ପରେ ରୁମକୁ ଭଲ ଭାବରେ ଦେଖାଗଲା ତ ରୁମରେ ଏକ ଛୋଟ ଗୁମ୍ଫା ମିଳିଲା । ଏହି ଗୁମ୍ଫା ପାଇଁ ଶିଢି ଥିଲା । କହିବାକୁ ଗଲେ ଏହି ମନ୍ଦିରରେ ଏହା ପୂର୍ବରୁ ବି ଏହିଭଳି ଗୁମ୍ଫା ମିଳିଥିଲା ଓ ଯେତେବେଳେ ସେହି ଗୁମ୍ଫା ଗୁଡିକ ଖୋଳାଯାଇଥିଲା ତ ସେଥିରୁ କିଛି ମୂର୍ତ୍ତି ମିଳିଥିଲା । ଏଥିପାଇଁ ଏହା ଆଶା କରାଯାଉଥିଲା କି ଏହି ଗୁମ୍ଫାରୁ ବି କିଛି ମୂର୍ତ୍ତି ମିଳିପାରେ ।

ଜିଲ୍ଲା ପୁରାତତ୍ୱ ଅଧିକାରୀ ବିରେନ୍ଦ୍ର କୁମାର ପାଣ୍ଡେଙ୍କ ଅନୁସାରେ ବରାସୋଁ ର ଏହି ଜୈନ ମନ୍ଦିରରେ ୯୦ ଦଶକରେ ଜୈନ ଶ୍ରମିକମାନେ କାମ କରୁଥିଲେ ଓ ଏଠି ଥିବା ଏକ ରୁମ ୮୦୦ ବର୍ଷ ପରେ ଖୋଲା ଗଲା । ଏହି ରୁମରୁ ପ୍ରାଚୀନ ସମୟର କିଛି ଜିନିଷ ବି ମିଳିଛି । ଯାହାକି ଏକଦମ ସଫା ଅଟେ । ଏହି ଜିନିଷକୁ ଦେଖି ଲାଗୁ ନାହିଁ କି ଏହା ବହୁତ ବର୍ଷ ପୁରୁଣା ଅଟେ ।

ବହୁତ ପ୍ରସିଦ୍ଧ ଅଟେ ଏହି ମନ୍ଦିର

ଏହି ଦିଗମ୍ବର ଜୈନ ମନ୍ଦିର ବହୁତ ପୁରୁଣା ଅଟେ ଓ ଏହି ମନ୍ଦିରକୁ ଦେଖିବା ପାଇଁ ଦୂର ଦୁରାନ୍ତରୁ ଲୋକମାନେ ଏହି ସ୍ଥାନକୁ ଆସନ୍ତି । ଏହି ମନ୍ଦିରରେ ସମୟ ସମୟରେ ମହୋତ୍ସବର ଆୟୋଜନ ବି କରାଯାଏ । ଅନ୍ୟ ପଟେ ଏହି ମନ୍ଦିରରେ ଥିବା ଏହି ରୁମ ବହୁତ ବର୍ଷ ହେବ ବନ୍ଦ ଥିଲା । ଯାହା ପରେ ଏହାକୁ ଖୋଲିବା ପାଇଁ ନିଷ୍ପତି ନିଆଗଲା ଓ ଯେତେବେଳେ ଏହାକୁ ଖୋଲାଗଲା ତ ଏହା ଭିତରୁ ବହୁତ ପୁରୁଣା ଜିନିଷ ମିଳିଲା ଓ ଏହା ସହିତ ଗୋଟିଏ ଗୁମ୍ଫା ବି ମିଳିଲା । ବର୍ତ୍ତମାନ ଏହି ଗୁମ୍ଫାକୁ ବି ଖୋଲା ଯାଉଛି ଓ ଆଶା କରାଯାଉଛି କି ଏହି ଗୁମ୍ଫା ଭିତରୁ ମୂର୍ତ୍ତି ମିଳିପାରେ ।