ଏମିତି ଏକ ରହସ୍ୟମୟୀ ମନ୍ଦିର ଯାହାକୁ ଜଗି ରହିଛନ୍ତି ବିଷଧର ସାପ, ଏହି ଐତିହାସିକ ମନ୍ଦିର ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ସାରା ବିଶ୍ବରେ ଅନେକ ଦେବାଦେବୀଙ୍କ ମନ୍ଦିର ସବୁ ରହିଛି । ସେଥିମଧ୍ୟରୁ କିଛି ରହସ୍ୟମୟୀ ମନ୍ଦିର ଗୁଡିକ ଆଜି ବି ଲୋକଙ୍କୁ ଆଶ୍ଚର୍ଯ୍ୟନ୍ଵିତ କରୁଛି । ଆଜି ଆମେ ଆପଣଙ୍କୁ ସମୁଦ୍ରର ମଧ୍ୟରେ ଅବସ୍ଥିତ ଏପରି ଏକ ସୁନ୍ଦର ଏବଂ ଐତିହାସିକ ମନ୍ଦିର ବିଷୟରେ ଜଣାଇବୁ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ୬୦୦ ବର୍ଷ ତଳର ଏକ ପୁରୁଣା ମନ୍ଦିରକୁ ଘେରି ରହି ବିଷଧର ସାପମାନେ ତାକୁ ସୁରକ୍ଷା ପ୍ରଦାନ କରୁଛନ୍ତି । ଏହି ମନ୍ଦିରଟି ଇଣ୍ଡୋନେସିଆର ବାଲିରେ ସମୁଦ୍ର ମଝିରେ ଅବସ୍ଥିତ ଏକ ଉଚ୍ଚ ଚଟାଣ ଉପରେ ନିର୍ମିତ ହୋଇଛି ।

ଏହି ରହସ୍ୟମୟୀ ମନ୍ଦିରଟି ତନହାଲୁଟ ମନ୍ଦିର ନାମରେ ବେଶ ଜଣାଶୁଣା । ସ୍ଥାନୀୟ ଭାଷା ଅନୁସାରେ ତନହାଲୁଟ ର ଅର୍ଥ ହେଉଛି ସମୁଦ୍ର ଭୂମିରେ ନିର୍ମିତ । ଏହି ମନ୍ଦିର ନିର୍ମାଣରେ ବ୍ୟବହୃତ ହୋଇଥିବା ଶିଳା ୧୯୮୦ ମସିହାରେ ଦୁର୍ବଳ ହୋଇ ଭାଙ୍ଗିବାକୁ ଲାଗିଥିଲା । ଯାହାପରେ ଏହି ମନ୍ଦିରର ଏକ ତୃତୀୟାଂଶ ଅଂଶକୁ କୃତ୍ରିମ ଚଟାଣରେ ଘୋଡାଇ ଦିଆ ଯାଇଥିଲା ।

କିମ୍ବଦନ୍ତୀ ଅନୁସାରେ ଡଙ୍ଗ ହ୍ଵାଙ୍ଗ ନିରର୍ଥ ନାମକ ଜଣେ ପୂଜାରୀ ୧୫୦୦ ଶତାବ୍ଦୀରେ ଏହି ତନହାଲୁଟ ମନ୍ଦିରର ନିର୍ମାଣ କରିଥିଲେ ।ପୂଜାରୀ ଜଣକ ସମୁଦ୍ର କୂଳରେ ଚାଲି ଚାଲି ଏହି ସ୍ଥାନରେ ପହଞ୍ଚିଥିଲେ ଏବଂ ଏହି ସ୍ଥାନରେ ସେ ରାତି କଟାଇଥିଲେ । ପୂଜାରୀ ନିରର୍ଥଙ୍କ ତୀର୍ଥ ଯାତ୍ରାକୁ ସ୍ମରଣ ରଖିବା ପାଇଁ ଏହି ସ୍ଥାନରେ ମନ୍ଦିର କରିବା ପାଇଁ ଚିନ୍ତା କରିଥିଲେ ।

ଯାହାପରେ ପୂଜାରୀ ଆଖପାଖରେ ବାସ କରୁଥିବା ଧୀବର ମାନଙ୍କୁ ଏହି ସ୍ଥାନରେ ଏକ ମନ୍ଦିର ନିର୍ମାଣ କରିବା ପାଇଁ ଅନୁରୋଧ କରିଥିଲେ । ସେଥିପାଇଁ ଏହି ମନ୍ଦିରରେ ପୂଜାରୀ ନିରର୍ଥଙ୍କୁ ମଧ୍ୟ ପୂଜା କରା ଯାଇଥାଏ । ବିଶ୍ବାସ ରହିଛି କି ଏହି ମନ୍ଦିରର ଶିଳା ତଳେ ବିଷଧର ସାପ ମାନେ ବାସ କରନ୍ତି ।

ଏହି ସାପମାନେ ମନ୍ଦିରକୁ ସମସ୍ତ ନକରାତ୍ମକ ଶକ୍ତି ଓ ବିପଦ ଅପଦରୁ ରକ୍ଷା କରନ୍ତି । କୁହାଯାଏ ଯେ ମନ୍ଦିରକୁ ଦୁଷ୍ଟ ଆତ୍ମା ଓ ଖଳ ଲୋକଙ୍କ ଦାଉରୁ ରକ୍ଷା କରିବା ଦାୟିତ୍ଵ ମନ୍ଦିରର ଶିଳା ତଳେ ରହୁଥିବା ଏହି ବିଷଧର ସାପମାନେ କରିଥାନ୍ତି । କୁହାଯାଏ ଯେ ନିଜ ଶକ୍ତି ବଳରେ ପୂଜାରୀ ନିରର୍ଥ ଏକ ବିଶାଳ ସାମୁଦ୍ରିକ ସର୍ପ ସୃଷ୍ଟି କରିଥିଲେ ।

ଆଉ ଏହି ବିଶାଳ ସର୍ପର ପରିବାର ଏବେ ବି ସେହି ମନ୍ଦିରର ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତେବେ ଏହି ମନ୍ଦିରର ସୌନ୍ଦର୍ଜ୍ୟ ବାସ୍ତବରେ ବହୁତ ମନୋରମ । ପ୍ରତି ବର୍ଷ ଦେଶ ବିଦେଶରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏହି ମନ୍ଦିରର ସୌନ୍ଦର୍ଜ୍ୟ ଦେଖିବା ପାଇଁ ଆସିଥାନ୍ତି ।

ସମୁଦ୍ର ଦେବତା ବରୁଣଙ୍କ ଉଦ୍ଦେଶ୍ୟରେ ହିନ୍ଦୁ ପୂଜାରୀ ନିରର୍ଥ ଏହି ମନ୍ଦିରଟିକୁ ତୋଳାଇଥିଲେ । ଏହି ମନ୍ଦିରର ପ୍ରାକୃତିକ ସୌନ୍ଦର୍ଜ୍ୟ ଓ ଅଧ୍ୟାତ୍ମିକତା ପର୍ଯ୍ୟଟକଙ୍କୁ ଖୁବ ଆନନ୍ଦିତ କରିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।