ସିଂହ ରାଶି (Leo) July 2022 ମାସିକ ରାଶିଫଳ, ମାସଟି ଆପଣଙ୍କ ପାଇଁ କିପରି ରହିବ ଓ ଅଶୁଭ ଖଣ୍ଡନ ପାଇଁ କଣ କରିବେ ପ୍ରତିକାର ? Monthly Horoscope

ବନ୍ଧୁଗଣ, ଆଜି ଆମେ ସିଂହ ରାଶିର ଜାତକଙ୍କ ପାଇଁ ୨୦୨୨ ଜୁଲାଇ ମାସଟି କିପରି ଫଳ ପ୍ରଦାନ କରିବାକୁ ଯାଉଛି ଓ ଅଶୁଭ ଗ୍ରହଙ୍କ ଅଶୁଭ ଫଳକୁ ଖଣ୍ଡନ କରିବା ପାଇଁ କଣ ପ୍ରତିକାର କରିବାକୁ ହେବ ସେହି ବିଷୟରେ ଜଣାଇବୁ । ଜ୍ଯୋତିଷ ଅନୁସାରେ ଗ୍ରହଙ୍କ ଚନାଳ ଓ ସ୍ଥିତିକୁ ଆଧାରିତ କରି ଜଣେ ବ୍ୟକ୍ତିଙ୍କ ଭାଗ୍ୟ ଓ ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣାବଳୀ ବିଷୟରେ ପୂର୍ବରୁ ଜାଣିହୁଏ । ସେହି ଅନୁସାରେ ଆଜି ଆମେ ଆପଣଙ୍କୁ ସିଂହ ରାଶିଙ୍କ ବିଷୟରେ ଜଣାଇବାକୁ ଯାଉଛୁ।

ସିଂହ ରାଶିର ଶୁଭରଙ୍ଗ ହେଉଛି କମଳା ଓ ହଳଦିଆ । କୌଣସି ଶୁଭକାର୍ଯ୍ୟରେ ଏହି ରଙ୍ଗର ବସ୍ତ୍ର ପରିଧାନ କଲେ ବା ବସ୍ତୁର ପ୍ରୟୋଗ କଲେ ନିଶ୍ଚିତ ଭାବେ ଶୁଭଫଳ ପ୍ରାପ୍ତି ହୁଏ । ରାଶି ଶୁଭବାର ହେଉଛି ରବିବାର ଏବଂ ବୁଧବାର । ଶୁଭଦେବତା ହେଉଛି ଭଗବାନ ସୂର୍ଯ୍ୟଦେବ ଓ ଶୁଭଦେବୀ ହେଉଛନ୍ତି ମାତାଙ୍ଗୀ । ରବିବାର ଓ ମଙ୍ଗଳବାର ରାଶିର ବ୍ରତ ଉପବାସ ବାର । ଆପଣଙ୍କ ପାଇଁ ଶୁଭ ସଂଖ୍ୟା ୧ ଏବଂ ପ୍ରତ୍ଯେକ ମାସର ୧, ୧୦, ୧୯ ଓ ୨୮ ତାରିଖରେ ଯାହାବି ଶୁଭକାର୍ଯ୍ୟ କରିବେ ତାହା ସଫଳ ହେବ ।

ସିଂହ ରାଶି ପାଇଁ ଏହି ଜୁଲାଇ ମାସଟି କିଛି କ୍ଷେତ୍ରରେ ସଫଳତା ନେଇ ଆସିବ । କର୍ମକ୍ଷେତ୍ର ସୁଦୃଢ ରହିବ ଓ ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ । ମାସର ପ୍ରଥମାର୍ଦ୍ଧରେ ପରିବାରର ସୁଖଶାନ୍ତି ପାଇଁ ଆପଣ ରଣନୀତି ପ୍ରସ୍ତୁତ କରିପାରିବେ । ପ୍ରେମ ଜୀବନରେ ସବୁ ଠିକ ସତ୍ତ୍ୱେ ଗର୍ବ ଓ ଅହଂକାର ହେତୁ ଆପଣ ଅସୁବିଧାର ସମୁଖୀନ ହୋଇପାରନ୍ତି । ଏଥିପାଇଁ ବିଶେଷ ସାବଧାନ ରୁହନ୍ତୁ ।

ଏହି ମାସରେ ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତି ହେବ । କିନ୍ତୁ ଆପଣଙ୍କୁ ଗୁପ୍ତରୋଗ ଜନିତ କୌଣସି ସମସ୍ଯା ଦେଖା ଦେଇପାରେ, ସେଥିପ୍ରତି ସାବଧାନ ରୁହନ୍ତୁ । ଏହି ମାସରେ ଆପଣଙ୍କର ସ୍ଥଗିତ ଥିବା ସମସ୍ତ କାର୍ଯ୍ୟ ସମାପ୍ତ ହେବ । ନୂତନ କ୍ଷେତ୍ରରେ ଏକ ଚାକିରି ଅଫର୍ ମିଳିବାର ସମ୍ଭାବନା ମଧ୍ୟ ରହିଛି । ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଭଲ ରୋଜଗାର କରିବେ ଓ ବ୍ୟବସାୟକୁ ନେଇ କରିଥିବା ସମସ୍ତ ଯୋଜନା ସଫଳୀକୃତ ହେବ ।

କୌଣସି ବ୍ୟକ୍ତିଙ୍କ ଭୁଲ ପରାମର୍ଶରେ ପଡି ଆପଣ କାର୍ଯ୍ୟକ୍ଷେତ୍ରରେ କ୍ଷତିଗ୍ରସ୍ତ ହୋଇପାରନ୍ତି । ସେଥିପାଇଁ ବିଶେଷ ସାବଧାନ ରୁହନ୍ତୁ । ଶେୟାର ମାର୍କେଟରେ ବିନିଯୋଗ କରିଥିବା ଟଙ୍କା ଆପଣଙ୍କ ପାଖକୁ ଫେରି ଆସିବ । ସମ୍ପତ୍ତି ସହ ଜଡିତ ପାରିବାରିକ ବିବାଦର ସମାଧାନ କରି ଆପଣ ଉପକୃତ ହେବେ ।

ପ୍ରେମ ଜୀବନ ଦୃଷ୍ଟିରୁ ମାସଟି ସେତେ ଅନୁକୂଳ ରହିବ ନାହିଁ । ଆପଣଙ୍କ ସମ୍ପର୍କରେ ମଧୁରତା ଥିବା ସତ୍ତ୍ୱେ ଆପଣ ନିଜ ଅହଂକାର ଯୋଗୁଁ ଅସୁବିଧାରେ ପଡ଼ିପାରନ୍ତି । ପାରିବାରିକ ଜୀବନ କିନ୍ତୁ ଉତ୍ତମ ଅନୁକୂଳ ରହିଛି । ଆପଣ ଏହି ସମୟରେ ପୁରୁଣା ବିତର୍କକୁ ସମାଧାନ କରିବା ଦିଗରେ କାର୍ଯ୍ୟ ପାରିବେ ।

ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତ୍ଯେକ ଦିନ ଜଳ ସହ ଲାଲ ଫୁଲ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ ଏବଂ ପ୍ରତ୍ଯେକ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।