ଲକଡାଉନ ପରେ ମନ୍ଦିର ପାଇଁ ବନିଲା ଏହି ସବୁ ନୂଆ ରୁଲ, ଏବେ ଲାଗିବ ଏହି ଜିନିଷ ଉପରେ କଟକଣା

ବର୍ତ୍ତମାନ ସାରା ଦେଶରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏହି ସଂକ୍ରମଣ ପାଇଁ ଲୋକ ମାନେ ଭୟଭୀତ ମଧ୍ୟ ହେଇଯାଉଛନ୍ତି । ଦିନକୁ ଦିନ ଏହି ସଂକ୍ରମଣ ବଢିବାରେ ଲାଗିଛି । ଏହି ମହାମାରୀ ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ ସରକାର ମାର୍ଚ ମାସ ଶେଷ ଠାରୁ ଲକଡାଉନ ବ୍ୟବସ୍ଥା ଲାଗୁକରି ଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଲକଡାଉନର ୩ଟି ପର୍ଯ୍ୟାୟ ସାରିଲାଣି । ଶେଷ ପର୍ଯ୍ୟାୟ ଗତ ମେ ୧୭ ସାରିଲା ଏବଂ ଏହାର ଚତୁର୍ଥ ପର୍ଯ୍ୟାୟ ମଧ୍ୟ ଆରମ୍ଭ ହୋଇଗଲା । ଏହି ପର୍ଯ୍ୟାୟ ମେ ୩୧ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଛି ।

ଲକଡାଉନ ପାଇଁ ସବୁ କିଛି ବନ୍ଦ ହୋଇଯାଇଥିଲା କିନ୍ତୁ ବର୍ତ୍ତମାନ କିଛି କିଛି ଖୋଲିବାରେ ଲାଗିଛି । ଏମିତିରେ ମନ୍ଦିରକୁ ମଧ୍ୟ ଲୋକ ମାନେ ଦର୍ଶନ କରିବା ପାଇଁ ଯାଉ ନଥିଲେ । କରୋନା ପାଇଁ ୨୩ ମାର୍ଚ ରୁ ହିଁ ମନ୍ଦିରରେ ତାଲା ପଡିଥିଲା । କିନ୍ତୁ ଲକଡାଉନର ଚତୁର୍ଥ ପର୍ଯ୍ୟାୟକୁ ନେଇ ଗୃହ ମନ୍ତ୍ରାଳୟଙ୍କ ଦ୍ଵାରା ଗାଇଡଲାଇନ ଜାରି ହୋଇଛି । ଲକଡାଉନ ସାରିବା ପରେ କେମିତି ହେବ ମନ୍ଦିର ଦର୍ଶନ ଏଥିପାଇଁ କେତେକ ରାଜ୍ୟ ଗୁଡିକ ନିଜର ଗାଇଡଲାଇନ ପ୍ରସ୍ତୁତ କରିସାରିଛନ୍ତି । ସଂକ୍ରମଣ କୁ ରୋକିବା ପାଇଁ ସାମାଜିକ ଦୂରତା ସବୁଠାରୁ ଜରୁରୀ ଅଟେ ଏଥିପାଇଁ ପ୍ରାୟ ମନ୍ଦିରକୁ ବନ୍ଦ ରଖାଯିବ ।

ରାଜ୍ୟ ସରକାର ଏବଂ ସବୁ ଦେଶର ମନ୍ଦିର ପ୍ରଶାସନ ଏହି ବିଷୟରେ କଥା ହେଉଛନ୍ତି କି ଲକଡାଉନ ଖୋଲିବା ପରେ ବ୍ୟବସ୍ତା କେମିତି ହେବା ଦରକାର । ଲକଡାଉନ ଖୋଲିବା ପରେ ମନ୍ଦିରରେ ସାମାଜିକ ଦୂରତାର ପାଳନ ନିହାତି ଭାବେ କରାଯିବ, ଆନ୍ଧ୍ରପ୍ରଦେଶ ଏବଂ କର୍ଣାଟକ ନୂଆ ନିୟମ ମଧ୍ୟ ବାହାର କରିଛନ୍ତି କିନ୍ତୁ ବର୍ତ୍ତମାନ ସ୍ଥିର ହେବା ବାକି ଅଛି ।

ନୂଆ ନିୟମ ଗୁଡିକ ହେଉଛି ଚରଣାମୃତ ଏବଂ ପ୍ରସାଦ ବାଣ୍ଟିବା ପାଇଁ ବାରଣ କରାଯିବ, ଗର୍ଭ ଗ୍ରହରେ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ, ଦର୍ଶନ କରିବା ପାଇଁ ଆଧାର କାର୍ଡ ଆବଶ୍ୟକ ହେବ, ଦୂରରୁ ହିଁ ଭଗବାନଙ୍କୁ ଦର୍ଶନ କରିବାକୁ ହେବ, ଏକ ଦିନ ପୂର୍ବରୁ ଆପନଙ୍କୁ ସ୍ଲଟ ବୁକ କରିବାକୁ ପଡିବ, ଆପଣଙ୍କୁ ଏସଏମଏସ ମାଧ୍ୟମରେ ସୂଚନା ମିଳିଯିବ, ଫୁଲ ମାଳ ଏବଂ ପ୍ରସାଦକୁ ମଧ୍ୟ ନିଷେଧ କରାଯାଇ ପାରେ ।

ଗୁରୁଦ୍ୱାରା ରେ ଲଙ୍ଗର ରେ ହେଉଥିବା ଭିଡକୁ ବନ୍ଦ କରିବା ଏବଂ ସାମାଜିକ ଦୂରତା ରଖିବା ପାଇଁ ଗୁରୁଦ୍ୱାରା ସମିତି ଗୁଡିକ ମଧ୍ୟ ଏହା ଉପରେ ବିଚାର କରୁଛନ୍ତି । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।