ମନ୍ଦିରରେ କିପରି ନମସ୍କାର କଲେ ମନସ୍କାମନା ପୂର୍ଣ୍ଣ ହୁଏ ? Ajira Anuchinta

ନମସ୍କାର ବନ୍ଧୁଗଣ । ବିଧିବିଧାନ ଭାବରେ କରାଯାଇଥିବା ପୂଜା ସଫଳ ହୋଇଥାଏ ଏବଂ ତାହାର ଫଳ ମଧ୍ୟ ମିଳିଥାଏ । ତେଣୁ ପୂଜାର ନିୟମ ଓ ବିଧିବିଧାନ ସମ୍ପର୍କରେ ଆଜି ଆମେ ଆପଣମାନଙ୍କୁ କହିବୁ । ମନ୍ଦିରରେ ଠାକୁରକୁ ଦର୍ଶନ କରିବା ବେଳେ  ଦୀପଦାନ କରି ଦର୍ଶନ କରିବା ଶୁଭ ହୋଇଥାଏ ଓ ବିନା ଦୀପରେ କରାଯାଇଥିବା ପୂଜା ନିଷ୍ପଳ ହୋଇଥାଏ ।

ମନ୍ଦିରରେ କେବେବି ଠାକୁରଙ୍କ ଆଡକୁ ମୁହଁ କରି ବସିବା ଅଶୁଭ ହୋଇଥାଏ ଓ ମନ୍ଦିର ପରିକ୍ରମଣ କରିବା  ଶୁଭ ହୋଇଥାଏ । ମନ୍ଦିରରେ ପ୍ରାଥନା କରିବାର ସଠିକ ଦିଗ  ହେଲା ଉତ୍ତର ଦିଗ  । ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଗୋଡ ହାତକୁ ଭଲ ରୂପେ ଧୋଇବା ଉଚିତ୍ ଓ ଶୁଭ ହୋଇଥାଏ ଏବଂ ସଫାସୁତୁରା ଭାବରେ କରାଯାଇଥିବା ପୂଜାକୁ ଇଶ୍ଵର ଗ୍ରହଣ କରିଥାନ୍ତି ।

ମାତ୍ର ଯେଉଁମାନେ ଏହାକୁ ଉଲଙ୍ଗନ କରନ୍ତି ସେମାନେ ବର୍ଷକେ ମଧ୍ୟରେ ତାଙ୍କ ଜୀବନରେ କୋଣସି କ୍ଷତିର ସମ୍ମୁଖୀନ  ହୋଇଥାନ୍ତି । ମନ୍ଦିର ଆଡକୁ ପିଟିକରି ବସିବା ଅଶୁଭ ଓ ଅମଙ୍ଗଳକାରୀ ହୋଇଥାଏ । ହନୁମାନଙ୍କୁ ଦକ୍ଷିଣ ପାଶ୍ଵରୁ ଦର୍ଶନ କରିବା ଉଚିତ୍ ଓ ଉତ୍ତର ଦିଗକୁ ମୁହଁ କରି ଦେବୀଦେବତାମାନଙ୍କୁ ନମସ୍କାର କରିବା ଦ୍ଵାରା ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ଯେକୋଣସି ଦେବୀଦେବତାକୁ ଉତ୍ତର ଦିଗକୁ ମୁହଁ କରିକି ନମସ୍କାର କରିବା ଉଚିତ୍ ଓ ଗଣେଶଙ୍କୁ ସାମ୍ନା ପଟୁ ନମସ୍କାର କରିବା ଶୁଭ ହୋଇଥାଏ । ମହାଦେବକୁ ଦୁଦୁରା ଫୁଲ।,କଇଁ ଫୁଲ ଓ ଟଗର ଫୁଲରେ ପୂଜା କରିବା ଦ୍ଵାରା ମଙ୍ଗଳ ହୋଇଥାଏ ଓ ମହାଦେବ ପ୍ରସନ୍ନ ହୋଇଥାନ୍ତି । ଧଳାରଙ୍ଗର ଫୁଲରେ ବିଷ୍ଣୁଙ୍କୁ ପୂଜା କଲେ କଲ୍ୟାଣକାରୀ ହୋଇଥାଏ ଓ ଧଳା ଫୁଲ ନାରାୟଣଙ୍କ ପ୍ରିୟ ପୁଷ୍ପ ହୋଇଥାଏ ।

ମନ୍ଦାର ଫୁଲକୁ ପୂଜାରେ ବ୍ୟବହାର କରିବା ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ ଓ ମା ‘କାଳିଙ୍କୁ ଏହା ପ୍ରିୟ ଅଟେ । ଖାଦ୍ୟ ଖାଇବା ପୂର୍ବରୁ ମା’ ଲକ୍ଷ୍ମୀଙ୍କୁ ସ୍ମରଣ କରି ଖାଇଲେ  ତାହା ପ୍ରସାଦ ତୁଲ୍ୟ ହୋଇଥାଏ  । ଖାଦ୍ୟ ଖାଇବା ପୂର୍ବରୁ ଗୋଡ ଓ ହାତକୁ ଭଲ ରୂପେ ଧୋଇ ଆସନ ପକେଇ ଖାଇବା ଶୁଭ ହୋଇଥାଏ । ବିନା ଆସନରେ ଗ୍ରହଣ କରାଯାଇଥିବା ଖାଦ୍ୟ ଶରୀରକୁ ଦୁର୍ବଳ କରିଦିଏ ।

ଅନ୍ଧାରରେ ଭୋଜନ କରିବା ନିଷେଧ ହୋଇଥାଏ କାରଣ ଭୂତପ୍ରେତ ମାନେ ଅନ୍ଧାରରେ ଭୋଜନ କରନ୍ତି । ତମ୍ବାପାତ୍ରର ରେ ଘିଅ ରଖିବ କିମ୍ବା ତାହାକୁ ଖାଇବା ଶରୀର ପାଇଁ ଅନୁପଯୁକ୍ତ ହୋଇଥାଏ । ଭାତରେ ବାଇଗଣ ସିଝାଇବା ଅନୁଚିତ ଓ ସ୍ଵାସ୍ଥ ପ୍ରତି ଅମଙ୍ଗଳକାରୀ ହୋଇଥାଏ । ସୋମବାର ଦିନ ଲାଉ ଖାଇବା ଅମଙ୍ଗଳକାରୀ ହୋଇଥାଏ ଓ ଗୋ ମାଂସ ଖାଇବା ସହ ସମ୍ମାନ ହୋଇଥାଏ । ଶୁକ୍ରବାର ଦିନ ଚୁଟି କାଟିବା ଅନୁଚିତ୍ ବା ଅଶୁଭ ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର ଓ କମେଣ୍ଟ କରନ୍ତୁ ।