ମାନସିକ ଶାନ୍ତି କେମିତି ପାଇବେ ? ଏହା ସହିତ ଆହୁରି ମଧ୍ୟ ପଢନ୍ତୁ 12 ଅନୁଚିନ୍ତା

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ରେ ପ୍ରାୟତଃ ସମସ୍ତ ଲୋକ ଶାସ୍ତ୍ର କୁ ମାନିଥାନ୍ତି । ଆମେ ଆମର ଦୈନିକ କାର୍ଯ୍ୟ ମଧ୍ୟ ଶାସ୍ତ୍ର ଅନୁସା ରେ କରିଥାଉ । ଶାସ୍ତ୍ର ର ଆମ ଜୀବନ ରେ ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ ଟି କଥା ସତ୍ୟ ହୋଇଥାଏ । ଭଗବାନ ଶିବ ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟକ ଟି କଥା ସତ୍ୟ ହୋଇଥାଏ । ବନ୍ଧୁଗଣ ଶାସ୍ତ୍ର ରେ ଏପରି କିଛି ଅନୁଚିନ୍ତା ଵିଷୟ ରେ ଲେଖା ହୋଇଛି ଯାହା ଆମର ବହୁତ କାର୍ଯ୍ୟ ରେ ଆସିଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହିପରି କିଛି ଅନୁଚିନ୍ତା ସମ୍ପର୍କରେ ଯାହା ଆମର ବହୁତ ଉପକାରୀ ଅଟେ ।

୧. ଯଦି ମାନସିକ ଅଶାନ୍ତି ଭୋଗ କରୁଛନ୍ତି ତେବେ ଦୁଇଟି ବାଉଁଶ ତିଆରି ବଂଶୀକୁ ବୈଠକ ଘରେ ସଜାଇ ରଖନ୍ତୁ ।

୨. ଶୋରିଷ ତେଲ ରେ ସିନ୍ଦୁର ମିଶାଇ ଘର ର ମୁଖ୍ୟଦ୍ୱାର ରେ ଟୋପା ଟି ଏ ଲଗାଇଲେ ଶୁଭ ଫଳ ମିଳିଥାଏ ।

୩. ଠାକୁର ଘରେ ପୂଜା ପାଉଥିବା ମୂର୍ତ୍ତି ଚାଖଣ୍ଡେ ଉଚ୍ଚତାରୁ ଅଧିକ ହେବା ଉଚିତ ନୁହେଁ ।

୪. ଧାନ, ଗହମ, ମୁଗ, ମାଣ୍ଡିଆ, ଶୋରିଷ, କଳା ରାଶି କୁ ଏକାଠି କରି ଏକ କପଡା ରେ ବାନ୍ଧି ସବୁ ଘରେ ରଖିଲେ ଶୁଭ ଫଳ ମିଳିଥାଏ ।

୫. ଗରୁଡ଼ ଚିତ୍ର ଥିବା ଘଣ୍ଟି ଠାକୁର ଘରେ ବାଜିଲେ ଅଗ୍ନି, ଚୋର ଓ ବଜ୍ର ଭୟ ହୋଇ ନ ଥାଏ ।

୬. ଯେ କୌଣସି ପକ୍ଷୀ ରାତିରେ ଫଳ ଟିଏ ଅଧା ଖାଇ ଘର ର ଛାତ କିମ୍ବା ଦୁଆର ମୁହଁରେ ପକେଇଥିବାର ସକାଳୁ ଦେଖିଲେ ସେହି ଦିନ ରୁ ଶୁଭ ସୂଚନା ର ସଂକେତ ମିଳିଥାଏ ।

୭. ରୋଷେଇ ଘର କୁ ନୀଳ ଓ କଳା ରଙ୍ଗ କରନ୍ତୁ ନାହିଁ ଯଦି କଳା ବା ନୀଳ ରଙ୍ଗ କରିଛନ୍ତି ତେବେ ସେହି ଘରେ ନାଲି ରଙ୍ଗର ବଲବ ଲଗାନ୍ତୁ ।

୮. ଅମାବାସ୍ୟା, ଏକାଦଶୀ, ପୂର୍ଣ୍ଣିମା ଏବଂ ଦିଜା ଏହି ଚାରି ଦିନରେ ଦୁର ସ୍ଥାନ କୁ ଯାତ୍ରା କରନ୍ତୁ ନାହିଁ । ଏହା ବହୁତ ଅଶୁଭ ହୋଇଥାଏ ।

୯. ଆକାଶ ରେ ଇନ୍ଦ୍ରଧନୁ ପଡିଥିବାର ଦେଖିଲେ ନିଜେ ଦେଖିବେ କିନ୍ତୁ ଅନ୍ୟ କାହାକୁ କହିବେ ନାହିଁ ।

୧୦. ନାରୀ ଋତୁ ମତି ହେବାର ୪ର୍ଥ ଦିନ, ୬ଷ୍ଠ ଦିନ, ୧୦ ମ ଦିନ ଏବଂ ୧୨ ଦିନରେ ଯଦି ଗର୍ଭ ରୁହେ ତେବେ ପୁତ୍ର ସନ୍ତାନ ଜାତ ହୋଇଥାଏ ।

୧୧. ସକାଳୁ ଉଠିଲେ ପାଞ୍ଚ ଜଣଙ୍କ ମୁହଁ ଦେଖିବା ମନା, ସେମାନେ ହେଲେ – ଦୋଚାରୁଣୀ ସ୍ତ୍ରୀ, ଲଙ୍ଗଳା ଛୁଆ, ଏକ ଆଖିଆ ଲୋକ, କୃପଣ ଲୋକ ଏବଂ ଭିକାରୀ ଲୋକ । ଏବଂ ସକାଳୁ ଉଥିବା ପରେ ସର୍ବଦା ନିଜର ହାତ କୁ ଦେଖିବା ଉଚିତ ।

୧୨. ଭୋଜନ ଘର ର ଉତ୍ତର ଦିଗ କାନ୍ଥ ରେ ଦୁଇଟି ମାଛ ର ଚିତ୍ର କିମ୍ବା ମାଛର ମୂର୍ତ୍ତି ରଖନ୍ତୁ । ଏହା ଦ୍ବାରା ଶରୀର ସୁସ୍ଥ ରହିବା ସହିତ ଘରେ ଥିବା ଅଶାନ୍ତି ଦୁର ହେବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।