କଣ ବିନା ବସ୍ତ୍ରରେ ଗାଧୋଇବା ପାପ ? ଦେଖନ୍ତୁ କଣ କହିଛନ୍ତି ଶ୍ରୀକୃଷ୍ଣ -Garuda Puran

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଏବଂ ପୁରାଣ ରେ ଭଗବାନ କୃଷ୍ଣ ଙ୍କ ଲୀଳା ବିଷୟରେ ବହୁତ କିଛି ପଢିବାକୁ ଏବଂ ଶୁଣିବାକୁ ମିଳିଥାଏ । ଭଗବାନ ବିଷ୍ଣୁ କୃଷ୍ଣ ଅବତାର ରେ ହିଁ ବହୁତ କିଛି ଲୀଳା ଦେଖାଇଛନ୍ତି । ଭଗବାନ କୃଷ୍ଣ ଛୋଟ ବେଳେ ସମସ୍ତଙ୍କ ଘରୁ ଲହୁଣୀ ଚୋରାଇ ଖାଇଛନ୍ତି । ସେହି ହିନ୍ଦୁ ଶାସ୍ତ୍ର ରେ କୃଷ୍ଣ ଯୁବକ ଅବସ୍ଥାରେ ନଦୀ କୂଳ ରୁ ଗୋପୀମାନଙ୍କର ବସ୍ତ୍ର ସବୁ କୁ ଚୋରି କରି ଗଛ ଉପରେ ରଖୁଥିଲେ ।

ସେହି କାରଣ ରୁ ଆଜି ମଧ୍ୟ କେତେ ଲୋକ ଶ୍ରୀ କୃଷ୍ଣ ଙ୍କୁ ଖରାପ ବୋଲି ଭାବୁଛନ୍ତି । କିନ୍ତୁ ହିନ୍ଦୁ ଶାସ୍ତ୍ର ଅନୁସାରେ ଏହା ପଛରେ ମଧ୍ୟ ଶ୍ରୀ କୃଷ୍ଣ ଙ୍କର କିଛି ଉଦେଶ୍ୟ ଥିଲା । ଯାହାକୁ ବହୁତ ଲୋକ ଜାଣି ନାହାନ୍ତି । ଆଉ ଆପଣ କୃଷ୍ଣ ଙ୍କର ଏହି ଉଦେଶ୍ୟ ରୁ ଜାଣିବେ ଯେ ବିନା ପୋଷକ ରେ କାହିଁକି ଗାଧୋଇବା ଉଚିତ ନୁହେଁ ।

ପଦ୍ମ ପୁରାଣ ଅନୁସାରେ ଗୋଟେଥର ଗୋପୀ ମାନେ ନଦୀ କୁ ଗାଧୋଇବା ପାଇଁ ଆସିଥିଲେ । ଏବଂ ଯେତେବେଳେ ଗାଧୋଇବା ପରେ ଗୋପୀମାନେ ଉପରକୁ ଆସିବା ପାଇଁ ପ୍ରସ୍ଥାନ କଲେ ସେତେବେଳେ ବାହାରେ ଆସି ଦେଖିଲେ ଯେ ତାଙ୍କ ବସ୍ତ୍ର ସବୁ ତାଙ୍କ ସ୍ଥାନ ରେ ନାହିଁ । ଆଉ ପରେ ଦେଖିଲେ ନଦୀ ପାଖରେ ଏକ ଗଛ ଥିଲା ଏବଂ ତା ଉପରେ ଶ୍ରୀ କୃଷ୍ଣ ବସିଥିଲେ ।

ଗୋପୀମାନେ କୃଷ୍ଣ ଙ୍କୁ ଦେଖିକି କହିଲେ କହ୍ନାଇ ତତେ କଣ ଲାଜ ଲାଗୁନି ଗୋପୀମାନଙ୍କୁ ଏମିତି ଗାଧୋଇବାର ଦେଖିକି । ତାପରେ ଶ୍ରୀ କୃଷ୍ଣ କହିଲେ ମତେ କଣ ପାଇଁ ଲାଜ ଲାଗିବ । ଲାଜ ତ ତମକୁ ଲାଗିବା କଥା । ଯିଏ ବିନା ବସ୍ତ୍ରରେ ଗାଧୋଉଛ । ତାପରେ ଗୋପୀମାନେ କହୁଛନ୍ତି କହ୍ନାଇ ଆମର ଭୁଲ ହୋଇଯାଇଛି । ଏବେ କୁହ ଆମ ବସ୍ତ୍ର କେଉଁଠାରେ ଅଛି ।

ସେତେବେଳେ ଶ୍ରୀ କୃଷ୍ଣ କହୁଛନ୍ତି ତମର ବସ୍ତ୍ର ଏହି ଗଛ ଉପରେ ଅଛି ଆସ ଏବଂ ନେଇଯାଅ । ସେତେବେଳେ ଗୋପୀମାନେ କହୁଛନ୍ତି କୃଷ୍ଣ ଙ୍କୁ କି ଆମେ ବିନା ବସ୍ତ୍ରରେ ଅଛୁ ତେଣୁ ଆମେ କେମିତି ବିନା ବସ୍ତ୍ରରେ ବାହାରକୁ ଆସିବୁ । ସେତେବେଳେ କୃଷ୍ଣ କହୁଛନ୍ତି ତମେ ଯେତେବେଳେ ଗାଧୋଇବାକୁ ଯାଇଥିଲ ସେତେବେଳେ ତ ବିନା ବସ୍ତ୍ରରେ ଯାଇଥିଲ ତେବେ ଏବେ ଆସିବାକୁ ସଙ୍କୋଚ କଣ ପାଇଁ ।

ସେତେବେଳେ ଗୋପୀମାନେ କହିଲେ ଆମେ ଯେତେବେଳେ ଆସିଥିଲୁ ସେତେବେଳେ ଆମକୁ କେହି ଦେଖିନଥିଲେ । ସେତେବେଳେ କୃଷ୍ଣ ପୁଣି କହୁଛନ୍ତି କିଏ କହିଲା କେହି ଦେଖିନାହାନ୍ତି ମୁଁ ତ ସବୁ ଜାଗାରେ ଅଛି ଏବଂ ଆକାଶ ରେ ଉଡୁଥିବା ପକ୍ଷୀ ମାନେ ମଧ୍ୟ ତମକୁ ଦେଖିଛନ୍ତି । ତଳେ ଚାଲୁଥିବା ସବୁ ଜୀବ ମଧ୍ୟ ତମକୁ ଦେଖିଛନ୍ତି । ଏହାଛଡା ସ୍ୱୟଂ ବରୁଣ ଦେବତା ମଧ୍ୟ ତମକୁ ଦେଖିଛନ୍ତି । ତ ଏମିତି ଗୋପୀମାନେ ଅପମାନ କଲେ ।

ତେବେ ତମେ କେମିତି ଭାବିପାରୁଛ ତମକୁ କେହି ଦେଖିନାହାନ୍ତି ବୋଲି । ବିଷ୍ଣୁ ପୁରାଣ ରେ ଏହା ସଫା ସଫା ଲେଖା ହୋଇଛି କି ଗାଧୋଇବା ସମୟରେ ଆମ ବସ୍ତ୍ରରୁ ପଡୁଥିବା ପାଣି କୁ ଆମ ପୂର୍ବ ପୁରୁଷ ମାନେ ଗ୍ରହଣ କରିଥାନ୍ତି । ଯାହାଦ୍ୱାରା ତାଙ୍କୁ ତୃପ୍ତି ମିଳିଥାଏ । ଗରୁଡ଼ ପୁରାଣ ରେ ମଧ୍ୟ ଲେଖା ଅଛି ଆପଣଙ୍କୁ କେବେ ହେଲେ ବି ବିନା ବସ୍ତ୍ରରେ ଗାଧୋଇବା ଉଚିତ ନୁହେଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।