ମନଇଛା ଷ୍ଟିରଏଡ୍ ନେଉଛନ୍ତି କି ? ଜାଣନ୍ତୁ ଷ୍ଟିରଏଡ୍ ମେଡିସିନର କାମ କ’ଣ ! Dr Jyoti Ranjan Parida

ଷ୍ଟିରଏଡ ବାସ୍ତବରେ ଆମ ଶରୀରରୁ ବାହାରୁଥିବା ଗୋଟିଏ ହରମନ୍ । ଆମ ଶରୀରରେ ବିଭିନ୍ନ ପ୍ରକାରର ହରମନ୍ ଅଛି ଯାହା ଆମର କୋଷ ଉପରେ କାମ କରି ଆମକୁ ବଞ୍ଚାଇବାକୁ ସାହାଯ୍ୟ କରେ । ସେହିପରି ଷ୍ଟିରୋଏଡ୍ ହରମନ୍ ଆମ ଶରୀରରେ ବହୁତ ଉପଯୋଗୀ ହରମନ୍ ଯାହା ଯୋଗୁଁ ଆମେ ଦୈନନ୍ଦିନ ଚଳ ପ୍ରଚଳ କରି ପାରୁଛନ୍ତି ।

ଆମେ ଯେଉଁ ଫୁର୍ତ୍ତିର ସହ କାମ କରୁ ଏବଂ ବଞ୍ଚିବାକୁ ସାହାଯ୍ୟ କରେ ସେଥିପାଇଁ ଷ୍ଟିରୋଏଡ୍ ହରମନ୍ ନିହାତି ଦରକାର । ଆମ ଶରୀରରେ ୩ ପ୍ରକାରର ହରମନ୍ ଅଛି । ପ୍ରଥମେ ଯେଉଁ ହରମନ୍ ଯାହା ବୃକକ ଉପରେ ଗ୍ରନ୍ଥି ଅଛି ତାହା ଭିତରୁ ହରମନ୍ ନିର୍ଗତ ହୁଏ । ତାହାକୁ ଆମେ କର୍ଟିକୋଷ୍ଟିରୋଏଡ କୁହାଯାଏ ଏବଂ ଆଉ ଗୋଟିଏ ମିନେରାଲ କର୍ଟିକୋଷ୍ଟିରୋଏଡ୍ କହୁ ଏବଂ ଅନ୍ୟଟି ଆପଣଙ୍କର ଯେତେ ସେକ୍ସ ହରମନ୍ ଅଛି ଯେପରି ଟେସ୍ଟୋଷ୍ଟିରନ୍ ବା ଇସ୍ଟ୍ରୋଜେନ୍ ହେଉ ଏଗୁଡ଼ିକ ମଧ୍ୟ ଗୋଟିଏ ପ୍ରକାର ଷ୍ଟିରୋଏଡ୍ । ଏହାକୁ ଆମେ ମେଡିସିନ ହିସାବରେ ମଧ୍ୟ ବ୍ୟବହାର କରୁ ।

ଷ୍ଟିରୋଏଡ୍ ମେଡିସିନର କାମ କ’ଣ ?

ଷ୍ଟିରୋଏଡ୍ ଏମିତି ଏକ ପଦାର୍ଥ ଯାହା ଗଣ୍ଠି ବାତ ରୋଗ କିମ୍ବା ଏବଂ ଶରୀରରେ ଫୁଲା ରହିଛି ତେବେ ଷ୍ଟିରୋଏଡ୍ ଗୋଟିଏ ମେଡିସିନ ଯାହା ବହୁତ ଶିଘ୍ର ଭଲ କରି ପାରିବ । ଏହା ସହିତ ଯେଉଁମାନେ ଆଜ୍ମା ରୋଗୀ ଅଛନ୍ତି ସେମାନଙ୍କ ଶ୍ଵାସ ନଳୀର ଆକାର କମ୍ ହୋଇଯାଏ ଯାହାଫଳରେ ନିଃଶ୍ବାସ ପ୍ରଶ୍ବାସ ନେବା କଷ୍ଟକର ହୋଇଥାଏ । ଏହି ରୋଗରେ ଷ୍ଟିରୋଏଡ୍ ଥେରାପି ବହୁତ ଲାଭଦାୟକ ହୋଇଥାଏ ।

ଯେଉଁ ମାନଙ୍କର ହାର୍ଟ କିମ୍ବା କିଡନୀ ସମସ୍ୟା ଥାଏ ଏବଂ ତାଙ୍କୁ ସମୟ ଅନୁସାରେ ଷ୍ଟିରୋଏଡ୍ ଇଞ୍ଜେକ୍ସନ ଦିଆଯାଏ ତେବେ ସେ ରୋଗୀ ଭଲ ହୋଇଯାଏ । ଷ୍ଟିରୋଏଡ୍ ର ବ୍ୟବହାର : ଗଣ୍ଠି ବାତ, ଆଜ୍ମା, ଲୁପସ୍ ଏବଂ ଅନ୍ୟାନ୍ୟ ରୋଗ ହୋଇଥିଲା ଏଥିରେ ଷ୍ଟିରୋଏଡ୍ ବ୍ୟବହାର କରି ଥାନ୍ତି କିନ୍ତୁ ଯଦି ଆମେ ଏହାକୁ ଠିକ୍ ପରିମାଣରେ, ଠିକ୍ ସମୟରେ ଦିଆଯିବ ତେବେ ଏହା ବହୁତ ଉପକାରିତା ହୋଇଥାଏ ।

ଏହା କେବଳ ମେଡିସିନ ଆକାରରେ ନୁହେଁ ଇଞ୍ଜେକ୍ସନ ଆକାରରେ ମଧ୍ୟ ଦିଆଯାଏ । ଯେଉଁମାନେ ଗମ୍ଭୀର ଅବସ୍ଥା ରୋଗୀ ସେମାନଙ୍କୁ ଇଞ୍ଜେକ୍ସନ ଦିଆଯାଏ ଏବଂ ଯେଉଁମାନେ ଗମ୍ଭୀର ରୋଗୀ ନୁହନ୍ତି ସେମାନଙ୍କୁ ମେଡିସିନ ଦିଆଯାଏ । ଯଦି ଆମେ ଷ୍ଟିରୋଏଡ୍ କୁ ଅଧିକ ବ୍ୟବହାର କରିବା ତେବେ ଏହାର ସାଇଡ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଇ ଥାଏ ।

ମନ ଇଚ୍ଛା ଷ୍ଟିରୋଏଡ୍ ନିଅନ୍ତୁ ନାହିଁ : ଷ୍ଟିରୋଏଡ୍ ଅତ୍ୟଧିକ ମାତ୍ରାରେ ନେବା ଦ୍ବାରା ଏହା ଶରୀର ପ୍ରତି ହାନିକାରକ ହୋଇଥାଏ, ଏହାକୁ ନିୟନ୍ତ୍ରଣ କରି ନଖାଇଲେ ଶରୀରର ହାନି ପହଞ୍ଚାଇଥାଏ । ଏହାକୁ ଦିର୍ଘ ଦିନ ଧରି ଖାଆନ୍ତୁ ନାହିଁ କିନ୍ତୁ ଆବଶ୍ୟକ ଠାରୁ ଅଧିକ ବ୍ୟବହାର କରନ୍ତୁ ନାହିଁ, କାରଣ ଏହାଦ୍ବାରା ପାର୍ଶ୍ଵ ପ୍ରଭାବ ପକାଇଥାଏ ଯାହା ଦ୍ଵାରା ଆପଣଙ୍କ ଶରୀରରେ ହାନି ପହଞ୍ଚାଇଥାଏ । ଯେତେବେଳେ ଆପଣ ଷ୍ଟିରୋଏଡ୍ ନେବେ ତାହା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ ରୂପେ ନିଅନ୍ତୁ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।