India Vs WI – ମ୍ୟାନ ଅଫ ଦି ମ୍ଯାଚ ଦେବାରେ ହେଲା ବହୁତ ବଡ ଭୁଲ, ଏହି ଖେଳାଳି ଥିଲେ ଅସଲି ହକଦାର, ନା ଜାଣିଲେ …

ମ୍ୟାନ ଅଫ ଦି ମ୍ଯାଚ ଦେବାରେ ହେଲା ବହୁତ ବଡ ଭୁଲ

ଜେମିତିକି ଆପଣମାନେ ଜାଣିଥିବେ ଏବେ ଭାରତରେ ହେଉଥିବା ୱାନଡେ ସିରିଜର ଏହି ମ୍ଯାଚ ବହୁତ ରୋମଞ୍ଚାକର ହେଇଛି , କାହିଁକି ନା ଇଣ୍ଡିଆ ଟୀମ ତରଫରୁ ବିରାଟ କୋହଲି ଓ ରୋହିତ ଶର୍ମା ଯୋଡି ୱେଷ୍ଟଇଣ୍ଡିଜ ବୋଲର ମାନଙ୍କ ବିପକ୍ଷରେ ଧୂଆଁଧାର ବ୍ୟାଟିଂ କରି ଏଇ ମ୍ଯାଚ ନିଜ ନାମରେ କରି ସାରିଛନ୍ତି । କିନ୍ତୁ ଏହି ମ୍ଯାଚ ପରେ ମ୍ୟାନ ଅଫ ଦି ମ୍ଯାଚ ଦେବାରେ ହେଲା ବହୁତ ବଡ ଭୁଲ । ଯେଉଁ ଖେଳାଳି ଥିଲା ଅସଲି ହକଦାର ତାକୁ ମିଳିଲା ନାହିଁ ମ୍ୟାନ ଅଫ ଦି ମ୍ଯାଚ, ଆସନ୍ତୁ ଜାଣିବା ଅସଲି ହକଦାର କିଏ ଥିଲା?

ଏଥର ଭରତ ରେ ହେଇଥିବା ପ୍ରଥମ ୱାନଡେ ମ୍ଯାଚରେ ୱେଷ୍ଟଇଣ୍ଡିଜର ଖେଳାଳି ମାନେ ବହତ ଭଲ ପ୍ରଦର୍ଶନ କରି ନିର୍ଧାରିତ 50 ଓଭର ରେ 8 ୱିକେଟ ହରେଈ 322 ରନ କରି 323 ରନ ର ବିଜଯ ଲକ୍ଷ ଭାରତକୁ ଦେଇଥିଲେ । ଯାହାକୁ ଚେଜ କରିବା ପାଇଁ ଇଣ୍ଡିଆ ଟୀମ ତରଫରୁ ଓପନିଂ ରେ ରୋହିତ ଶର୍ମା ଓ ଧାବନ ବ୍ୟାଟିଂ କରିବାକୁ ଆସିଥିଲେ । କିନ୍ତୁ ଧାବନ 4 ରନ କରି ଆଉଟ ହୋଇ ଯିବା ପରେ କୋହଲି ଆସିଥିଲେ । ସେ ରୋହିତ ଶର୍ମା ମିଶି ଭଲ ବ୍ୟାଟିଂ କରି ଦୁଇଜଣ ଶତକ ମାରିଥିଲେ ।

ଏହି ଖେଳାଳି ଥିଲେ ଅସଲି ହକଦାର

ଏହା ଭିତରେ ବିରାଟ କୋହଲି 107 ବଲରେ 21 ଚଉକା 2 ଛକା ମାଧ୍ୟମରେ 140 ରନ କରି ଆଉଟ ହେଲେ, ତ ସେତେବେଳେ ରୋହିତ ଶର୍ମା 117 ବଲ ଖେଳି 15 ଚଉକା 8 ଛକା ସହିତ 152 ରନ ର ରୋମାଞ୍ଚକ ଇନିଂସ ଖେଳିବା ସହିତ ଶତକ ଓ ଅର୍ଦ୍ଧାଶତକ ଖେଳିବା ରେକର୍ଡ ନିଜ ନାମରେ କରି ଭାରତକୁ ଏହି ମ୍ଯାଚରେ ଜିତେଇଥିଲେ ।

ଆପଣଙ୍କୁ ଜଣେଇ ଦଉଛୁ କି ଏହି ମ୍ଯାଚରେ ଗୋଟେ ବହୁତ ବଡ ଭୁଲ କରାଗଲା, ଯାହା ହିସାବରେ ଆୟୋଜକ ମାନେ ଯିଏ ମ୍ୟାନ ଅଫ ଦି ମ୍ଯାଚର ହକଦାର ଥିଲା ତାକୁ ନଦେଇ ବିରାଟ କୋହଲି କୁ ଦିଆଗଲା, ଯେତେବେଳେ କି କ୍ଯାପଟେନ ବିରାଟ କୋହଲି 140 ରନ କରିଥିଲା ବେଳେ ରୋହିତ ଶର୍ମା 152 ରନ କରି ନଟ ଆଉଟ ଥିଲେ । କିନ୍ତୁ ରୋହିତ ଶର୍ମାଙ୍କ ଜାଗାରେ ବିରାଟ କୋହଲିଙ୍କୁ ମ୍ୟାନ ଅଫ ଦି ମ୍ଯାଚ ପୁରସ୍କାର ଦିଆଗଲା । ରୋହିତ ଶର୍ମା ଏହି ମ୍ଯାଚର ମ୍ୟାନ ଅଫ ଦି ମ୍ଯାଚ ପୁରସ୍କାର ପାଇବାର ଅସଲି ହକଦାର ଥିଲେ କାହିଁକି ନା ସେ 15 ଚଉକା ଓ  8 ଛକା ସହିତ 152 ରନ ର ବିଜୟୀ ଇନିଂସ ଖେଳିଥିଲେ ।

ଏହି ଘଟଣା ସମ୍ବନ୍ଧରେ ଆପଣଙ୍କର କଣ କହିବେ, ଦୟାକରି କମେଣ୍ଟ ରେ ନିଜ ମହତ୍ଵପୂର୍ଣ୍ଣ ମତ ନିଶ୍ଚୟ ଲେଖନ୍ତୁ ।