ସମୁଦ୍ର ଭିତରେ ନିଖୋଜ ହୋଇ ଯାଇଥିବା ଛାତ୍ରୀ ଙ୍କୁ ଏବେ ଉଧାର କରିଛି ଓଡ୍ରାଫ ଟିମ । ହଁ ଦର୍ଶକ ବନ୍ଧୁ ଏବେ ସବୁଠାରୁ ବଡ ଖବର ରହିଛି ଯାହା ଆକି ସମୁଦ୍ର ଭିତରେ ଗତ କାଲି ଯେଉଁ ଛାତ୍ରୀ ଜଣକ ନିଖୋଜ ହୋଇ ଯାଇଥିଲେ ତାଙ୍କୁ ଘଣ୍ଟା ଘଣ୍ଟା ଧରି ଓଡ୍ରାଫ ଟିମ ଖୋଜି ଚାଲି ଥିଲା । ଏମିତିକି ଆକାଶ ମାର୍ଗ ରୁ ମଧ୍ୟ ଖୋଜା ଚାଲିଥିଲା ।
ଗଞ୍ଜାମ ଜିଲ୍ଲା ଛତର୍ପୁର ଥାନା ଅନ୍ତର୍ଗତ ଆର୍ଯ୍ୟ ପଲ୍ଲି ଗାଁ ରେ ନିକଟରେ ସମୁଦ୍ର ରେ ଗାଧୋଇଥିବା ବେଳେ 2 ଜଣ ଛାତ୍ରୀ ବୁଡି ଯାଇଥିଲେ । ଦୁଇ ଜଣ ଛାତ୍ରୀ ସମୁଦ୍ର ଭିତରକୁ ଚାଲି ଯାଇଥିଲେ । ଜଣଙ୍କୁ ସଙ୍ଗେ ସଙ୍ଗେ ଉଧାର କରା ଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । କିନ୍ତୁ ଆଉ ଜଣେ ଛାତ୍ରୀ ସମୁଦ୍ର ଭିତରେ ନିଖୋଜ ରହିଥିଲେ ।
ନିଖୋଜ ଛାତ୍ରୀ ଙ୍କୁ ଘଣ୍ଟା ଘଣ୍ଟା ଧରି ଖୋଜା ଯାଇଥିଲା । କିନ୍ତୁ ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା । ବର୍ତ୍ତମାନ ସୁଧା ସୂଚନା ଅନୁଯାୟୀ ତାଙ୍କୁ ଉଧାର କରା ଯାଇଛି । କିନ୍ତୁ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଯାତ୍ରା ଦେଖିବାକୁ ମାମୁଁ ଘରକୁ 5 ଜଣ ସାଙ୍ଗ ହୋଇ ଆସିଥିବା ବେଳେ ଗତ କାଲି ସକାଳେ ସେମାନେ ସମୁଦ୍ର କୁ ଗାଧୋଇବାକୁ ଯାଇଥିଲେ ।
ଆଉ ଏଭଳି ଅଘଟଣ ଘଟି ଯାଇଥିଲା । ସମୁଦ୍ର କୂଳରେ ସମସ୍ତେ ଯେବେ ଖେଳୁଥିଲେ ସେହି ସମୟରେ ଗୋଟେ ବଡ ଲହରୀ ମାଡି ଆସିଥିଲା । ଆଉ ସମସ୍ତଙ୍କୁ ଯେମିତି ଅଲଗା କରି ଦେଇଥିଲା । ଆଉ କିଛି ଜଣ ଉଧାର ହୋଇଥିବା ବେଳେ 2 ଜଣ ସମୁଦ୍ର ଭିତରକୁ ବୁଡି ଯାଇଥିଲେ ।
ସେହି ସମୟରେ ଜଣେ ଉଧାର ହୋଇଥିଲେ ମଧ୍ୟ ଜଣଙ୍କର ଜୀବନ ଚାଲି ଯାଇଥିଲା । ଆଉ ଜଣେ ଛାତ୍ରୀ ନିଖୋଜ ରହିଥିଲେ । ଯାହାକୁ ନେଇ ଘଣ୍ଟା ଘଣ୍ଟା ଲଗାତାର ଭାବେ ଖୋଜି ଚାଲିଥିଲେ ଓଡ୍ରାଫ ଟିମ । ଏବେ ନିଖୋଜ ଥିବା ଛାତ୍ରୀ ଙ୍କୁ ଉଧାର କରା ଯାଇଛି କିନ୍ତୁ ମୃତ ଅବସ୍ଥାରେ ।
ନିଖୋଜ ଥିବା ଛାତ୍ରୀ ଙ୍କ ନାଁ ହେଉଛି ଗୁଡଳି ମିଶ୍ର ଯାହାଙ୍କର ଘର ହେଉଛି ସେୟାଗଡ ଅଞ୍ଚଳରେ । ତେବେ ଯୁକ୍ତ 3 ପାଠ ପଢୁ ଥିଲେ ନିଖୋଜ ଥିବା ଛାତ୍ରୀ ଜଣକ । ଆଉ ଯାହାଙ୍କର ଏବେ ମୃତ ଶରୀର ଉଧାର କରା ଯାଇଛି । ଗୁଡଲି କିଛି ଦିନ ତଳେ ମାମୁଁ ଘର ଆର୍ଯ୍ୟ ପଲ୍ଲି କୁ ଆସିଥିଲେ ।
ଆଉ ଗତ କାଲି ତାଙ୍କ ସହ ଏମିତି ଘଟିଥିଲା । ନିଜ ସାଙ୍ଗ ମାନଙ୍କ ସହ ସମୁଦ୍ର କୁଳକୁ ଗାଧୋଇ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି । ଅନ୍ୟ ଜଣେ ଛାତ୍ରୀ ସ୍ଵପ୍ନାରାଣୀ ଙ୍କୁ ଓଡ୍ରାଫ ଟିମ ମୃତ ଅବସ୍ଥାରେ ଉଧାର କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।