ମାଳିକାରେ ଯାହା ଲେଖା ଥିଲା ତାହା ହିଁ ହେଲା, ଗୋଟି ଗୋଟି କରି ସତ ହେଉଛି ମହାପୁରୁଷଙ୍କ ବାଣୀ, ଖୁବ ଶୀଘ୍ର କଳିଯୁଗ ହେବ ଅନ୍ତ !

ଭବିଷ୍ୟତରେ ଘଟିବାକୁ ଯାଉଥିବା ଅନେକ ଘଟଣାବଳୀ ମାଳିକାରେ ଉଲ୍ଲେଖ ରହିଛି । ପଞ୍ଚସଖା ମାନେ ତାଳପତ୍ର ପୋଥିରେ ସେସବୁ ଲେଖି ଯାଇଛନ୍ତି, ଯାହାକି ପୃଥିବୀର ଶେଷ ସମୟର ସଂକେତ ଦେବ । ମାଲିକାରେ ମହାପୁରୁଷ ଲେଖିଛନ୍ତି କି, ଶେଷକାଳରେ ଅସମ୍ଭବ ସମ୍ଭବ ହେବ ଏବଂ ଆଖି ଯାହା ଦେଖି ନଥିଲା ତାହା ଦେଖିବ ଓ କାନ ଯାହା ଶୁଣି ନଥିଲା ତାହା ଶୁଣିବ । ଏକଥା ଅନେକାଂଶରେ ସତ ହେଲାଣି । ଶେଷ ସମୟ ଉପସ୍ଥିତ ହେଲେ ଅନେକ ଅଦ୍ଭୁତ ପ୍ରକାରର ଘଟଣା ଦେଖିବାକୁ ଓ ଶୁଣିବାକୁ ମିଳିବ ।

ନିକଟରେ ଆପଣ ଶୁଣିଥିବେ କି କେରଳରେ ଜହାଦ ନାମକ ଜଣେ ଯୁବକ ସନ୍ତାନ ପ୍ରସବ କରିଛନ୍ତି । ସନ୍ତାନ ପ୍ରସବ କରିବାର କ୍ଷମତା ପ୍ରାକୃତିକ ଭାବେ କେବଳ ନାରୀକୁ ଦିଆଯାଇଛି । କିନ୍ତୁ ଆଜିକାଲି ଏଭଳି କଥା ସବୁ ଶୁଣିବାକୁ ମିଳୁଛି ଯାହା କି ଅସମ୍ଭବକୁ ସମ୍ଭବ କଲା ଭଳି ମନେ ହେଉଛି । 600 ବର୍ଷ ତଳେ ଶିଶୁ ଅନନ୍ତ ମଧ୍ୟ ନିଜ ଗ୍ରନ୍ଥରେ ଏଭଳି ଅନେକ କଥା ଲେଖିଥିଲେ । ଗୋଟିଏ ବୃକ୍ଷ, ଗୋଟିଏ ପକ୍ଷୀ ଏବଂ ଗୋଟିଏ ପୁରୁଷ ଠାରୁ ଶେଷ ସମୟର ସଂକେତ ମିଳିବ ବୋଲି ସେ ଲେଖିଥିଲେ ।

ବିଜ୍ଞାନର ଦ୍ଵାହି ଦେଇ ଅନେକ ଅସମ୍ଭବ କାର୍ଯ୍ୟ ସମ୍ଭବ ହେବାକୁ ଲାଗୁଛି । ଏତିକି ବେଳେ କଳିଯୁଗ ଶେଷ ହେବାକୁ ଆସିବ ବୋଲି କହିଥିଲେ ମହାପୁରୁଷ । ଏନେଇ ସେ ଲେଖିଛନ୍ତି କି, ଅଦିନରେ ନିମ୍ବ କଢି ଧରିବ ଓ ଆମ୍ବ ବଉଳ ଫୁଟିବ, ଅଦିନରେ କୋଇଲି ଡାକିବା ସହ ପୁରୁଷ ପୁତ୍ର ପ୍ରସବ କରିବ । ଆଉ ଏହିସବୁ ସଂକେତ କେଉଁଠି ନା କେଉଁଠି ସତ ହେବାରେ ଲାଗିଛି ।

ଏହାସହ ମହାପୁରୁଷ ଲେଖିଛନ୍ତି କି, ପୁରୁଷ ସନ୍ତାନ ପ୍ରସବ କରିବ କିନ୍ତୁ ନାରୀ ଅଣ୍ଡିରା ଭଳି ହେବ ଅର୍ଥାତ ପୁରୁଷ ସନ୍ତାନ ପ୍ରସବ କରୁଥିବା ବେଳେ ନାରୀମାନେ ପୁରୁଷଙ୍କ ଭଳି ଆଚରଣ କରିବେ । ଯାହାକି ଏବେ ସବୁଆଡେ ଦେଖିବାକୁ ମିଳୁଛି । ଏହାସହ ଗ୍ରନ୍ଥରେ ଲେଖାଯାଇଛି, ଆଖି ଫୁଟିବ ସକଳ ଜନ ର, ରୋଗ ଆସିବ ଅପାର ।

ଆଖି ଫୁଟିଯିବା ଅର୍ଥ ଆଜିକାଲି ଘରେ ଘରେ ଲୋକଙ୍କ ଆଖି ଖରାପ ହେଉଛି ଏବଂ ସମସ୍ତେ ଚଷମା ପିନ୍ଧୁଛନ୍ତି । ଛୋଟ ପିଲାମାନେ ଆଜିକାଲି ଏତେ ପାୱାର ଚଷମା ପିନ୍ଧୁଛନ୍ତି ଓ କେହି କେହି ଦୃଷ୍ଟି ଶକ୍ତି ପ୍ରାତଃ ହରେଈ ଦେଉଛନ୍ତି । ଖାଲି ସେତିକି ନୁହେଁ ବରଂ ପୃଥିବୀରେ ଅନେକ ଅଜଣା ଓ ଭୟଙ୍କର ରୋଗ ମଧ୍ୟ ଦେଖା ଦେବାରେ ଲାଗିଛି ।

ଏସବୁ ବିଷୟ ଘଟିବାର ଦେଖୁଥିଲେ ଜାଣି ପାରିବେ କି କଳିଯୁଗର ଅନ୍ତ ସମୟ ଉପସ୍ଥିତ ହୋଇଗଲାଣି । ମାଳିକାରେ ଲେଖାଥିବା ଏଭଳି ଗୋଟିଏ ଗୋଟିଏ ପଦ ବର୍ତ୍ତମାନ ଧୀରେ ଧୀରେ ସତ୍ୟ ପ୍ରମାଣିତ ହେବାରେ ଲାଗିଛି । ତେଣୁ ଶେଷ ଦିନ ଉପସ୍ଥିତ ହେବା ଆଗରୁ ମାନବଜାତି ସତର୍କ ରହିବା ଆବଶ୍ୟକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।