ଚାଳଛପର ଘରୁ ନାସା ଯାଏଁ ଗରିବ ପିଲାର ଯାତ୍ରା, ଆଜିର ପଢୁଆ ପିଲାଙ୍କ ପାଇଁ ପ୍ରେରଣା କଟକର ଏହି ଗରିବ ପିଲା, ଆପଣ ବି ଜାଣିଲେ ଗର୍ବ କରିବେ

ଚାଳଛପର ଘରର ଗରିବ ପିଲା ଏବେ ନାସା ଯିବ । ଅଭାବ ଅନଟନ ଭିତରେ ଏଇ ନୂଆ ଆଶା ତାକୁ ଆମେରିକା ନେଇଯିବ ଏବଂ ପୁରା ଦୁନିଆ ତା’ ପ୍ରତିଭା ଦେଖିବ । ସାରା ଓଡିଶା ପାଇଁ ଗର୍ବ ଆଣିଦେବ ଏହି ପିଲା । ଦୁଃଖ ଦାରିଦ୍ର୍ୟ ଭିତରେ ମଧ୍ୟ କଟକ ବରାଳ ଗାଁର ବାସୁଦେବ ଭୋଇ । ପାଠ ପଢିବା ସହିତ ଅନେକ ଏଭଳି ବିଜ୍ଞାନ ଜନିତ କିଛି କାମ ବା ପ୍ରୋଜେକ୍ଟ ପାଇଁ ତା’ର ଅତ୍ୟନ୍ତ ଆଗ୍ରହ ଥିଲା । ଶିକ୍ଷକ ମଧ୍ୟ ଏନେଇ ତାକୁ ଆଗକୁ ବଢିବା ପାଇଁ ଉତ୍ସାହିତ କରାଇଥିଲେ ।

ସେ ବନେଇଥିବା କିଛି ପ୍ରୋଜେକ୍ଟକୁ ବିଭିନ୍ନ ସ୍ଥାନ ମାନଙ୍କରେ ନେଇକରି ଯାଆନ୍ତି । ଏବେ ସେ ନାସା ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର ଚ୍ୟାଲେଞ୍ଜ ପାଇଁ ସିଲେକ୍ଟ ହୋଇଛନ୍ତି । ଭାରତ ତରଫରୁ ସେଠାକୁ ନିଜ ରୋଭର ନେଇ ପ୍ରଦର୍ଶିତ କରିବେ ସେଥିପାଇଁ ସେ ବହୁତ ଖୁସି ଥିବା କହିଛନ୍ତି । ଲୋକଙ୍କ କାମରେ ଲାଗୁଥିବା ଭଳି କିଛି ଜିନିଷ ବନେଇବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି । ଯାହାକି ଲୋକ ଜାଣିବେ ଏବଂ ବ୍ୟବହାର କରିବେ । ନବମ ଶ୍ରେଣୀରେ ପଢୁଥିବା ବାସୁଦେବ ୟଙ୍ଗ ଥିଙ୍କରରେ ପ୍ରଶିକ୍ଷଣ ନେଉଛନ୍ତି ।

ପାଠପଢା ସହ କିଛି ନୂଆ କରିବାର ଜିଜ୍ଞାସା ତାଙ୍କୁ ଶ୍ରେଣୀରେ ନୂତନ ପରିଚୟ ଦେଇଛି । ବିଜ୍ଞାନକୁ ନେଇ ସବୁବେଳେ ଚିନ୍ତା କରୁଥିବା ଛାତ୍ର ନାସା ରୋଭର ଚ୍ୟାଲେଞ୍ଜ 2023 ପାଇଁ ଓଡିଶାରୁ ପ୍ରତିନିଧିତ୍ଵ କରିବାକୁ ଚୟନ ହେବେ ଏହା କେବେ କେହି କଳ୍ପନା ସୁଦ୍ଧା କରି ନଥିଲେ । ଏଭଳି ଖବର ମିଳିବା ପରେ ବାସୁଙ୍କ ପରିବାର ଲୋକେ ଏବଂ ପ୍ରଶିକ୍ଷକ ସମସ୍ତେ ବେଶ ଖୁସି ଅଛନ୍ତି ।

ଗତ ସାତ ବର୍ଷ ଧରି ଏହି ପ୍ରଶିକ୍ଷଣ ଫାଉଣ୍ଡେସନ ସହ ଜଡିତ ଅଛନ୍ତି ବାସୁଦେବ । ବାସୁଦେବଙ୍କ ବିଜ୍ଞାନ ଜ୍ଞାନ ଆରମ୍ଭରୁ ଜାଣି ପାରିଥିଲେ ବୋଲି କହିଛନ୍ତି ତାଙ୍କ ପ୍ରଶିକ୍ଷକ । ଏମିତି ପିଲାଙ୍କୁ ଉନ୍ନତି କରିବା ପାଇଁ ଭଲ ପ୍ଲାଟଫର୍ମ ଦରକାର । ତେଣୁ ସେମାନଙ୍କ ସହ ଜଡିତ ରହି ସେଠାରୁ ହିଁ ବାସୁଦେବଙ୍କୁ ଏଭଳି ଏକ ଭଲ ଚ୍ୟାଲେଞ୍ଜ ମିଳିଛି ବୋଲି ସେମାନେ ବେଶ ଖୁସି ଥିବା କହିଛନ୍ତି ।

ଚାଳଛପର ଘରେ ରହୁଥିବା ବାସୁଦେବଙ୍କ ବାପା ମୂଳ ଲାଗି ପରିବାର ପ୍ରତିପୋଷଣ କରନ୍ତି । ବାସୁ ପାଠପଢାରେ ମନ ଦେବା ସହ ବିଜ୍ଞାନ ପ୍ରତି ତାଙ୍କ ଆଗ୍ରହ ତାଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।