ଛେଳିଟିଏ ଏଭଳି କାନ୍ଦିପାରେ ଏହା ହୁଏତ ଆପଣ କେବେବି ଦେଖି ନଥିବେ । ମଣିଷ ଭଳି ମାଲିକକୁ ଜାବୁଡି ଧରି କାନ୍ଦୁଛି ଛେଳି । କେଉଁ ପରିସ୍ଥିତିରେ ମଧ୍ୟ ତାଙ୍କଠୁ ସେ ଅଲଗା ହେବାକୁ ଚାହୁଁନି । ଏହି ଦୃଶ୍ୟଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଛେଳିଟି ମାଲିକ କାନ୍ଧରେ ମୁଣ୍ଡ ରଖି ଯେଉଁ ଭଳି ଭାବେ କାନ୍ଦୁଛି ସେହି ଦୃଶ୍ୟ ସମସ୍ତଙ୍କୁ ଭାବୁକ କରି ପକାଉଛି । ଏହା ଦେଖି କୌଣସି ସାଧାରଣ ଲୋକ ନିଜ କୋହ ସମ୍ଭାଳି ପାରିବେନି ।
ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ କି ଚାରିପାଖେ ଅନେକ ଲୋକ ଠିଆ ହୋଇଛନ୍ତି । ଆଉ ମାଲିକ ଛେଳିଟିକୁ ଦଲାଲକୁ ବିକିବା ପାଇଁ ପ୍ରସ୍ତୁତି କରିସାରିଛି । ମାଲିକ ଦଲାଲ ହାତରୁ ଛେଳି ବଦଳରେ ଟଙ୍କା ନେଇସାରିଛି । କିନ୍ତୁ ଛେଳିଟି ଏକଥା ସବୁ କୌଣସି ମତେ ବୁଝି ନେଉଛି । ଏହାପରେ ମାଲିକକୁ ଜାବୁଡି ଧରି କୋହ ଫଟେଇ ଛେଳିଟି କାନ୍ଦିବାକୁ ଲାଗିଲା । ଯାହାର ଭିଡିଓ ଏବେ ଦ୍ରୁତଗତିରେ ଭାଇରାଲ ହେଉଛି ।
କଥା କହି ପାରୁ ନଥିବା ନିରୀହ ଛେଳିଟି ଯେମିତି କହୁଛି, ମୁଁ ପଶୁ ଆଉ ତୁ ମଣିଷ ମୋ କଥା ତୁ ବୁଝିପାରୁନୁ ? ଏତେ ଦିନ ଭଲପାଇବା ଦେଇ ସ୍ନେହ ଶ୍ରଦ୍ଧାରେ ରଖିଲୁ ଆଉ ଆଜି କିଛି ଟଙ୍କା ପାଇଁ ମୋତେ ତୁ ବିକି ଦେଉଛୁ । ଛେଳିଟି ସିନା କଥା କହୁପାରୁନି ହେଲେ ତା କାନ୍ଦଣା ଦେଖିଲେ ଲାଗୁଛି ଛେଳିଟି ଆଜି ଏହା କହିବାକୁ ଚାହୁଁଛି ।
ଛେଳିଟିର ଏଭଳି କାନ୍ଦ ଦେଖି ଶେଷରେ ମାଲିକଙ୍କ ହୃଦୟ ତରଳିଗଲା, ଆଉ ସେ ବି ଛେଳିକୁ ଧରି କାନ୍ଦିବାରେ ଲାଗିଲେ । ଏହି ଭିଡିଓଟି ବର୍ତ୍ତମାନ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଓ ସମସ୍ତଙ୍କୁ ଭାବୁକ କରିଦେଉଛି । ଆଜିକାଲି ଦୁନିଆରେ ମଣିଷଙ୍କ ଠାରୁ ବି ପଶୁଙ୍କ ହୃଦୟ ଅଧିକ ଇମୋସନାଲ ବୋଲି ଦେଖିବାକୁ ମିଳୁଛି । ସେମାନେ ନିଜ ମାଲିକଙ୍କୁ କେବେ ଭୁଲି ପାରନ୍ତି ନାହିଁ । ମାଲିକ ଅଳ୍ପ ପଇସା ପାଇଁ ନିଜ ପାଳିତ ପଶୁପକ୍ଷୀଙ୍କୁ ବିକ୍ରି କରିଦିଅନ୍ତି ।
କିନ୍ତୁ ପଶୁପକ୍ଷୀ ତାଙ୍କ ମାଲିକଙ୍କୁ ଏତେ ଭଲପାଇ ଯାଇଥାନ୍ତି ଯେ ତାଙ୍କୁ ଛାଡି କ୍ଷଣଟେ ମଧ୍ୟ ରହିବାକୁ ଇଚ୍ଛା କରନ୍ତି ନାହିଁ । ଆଉ ଏହି ଦୃଶ୍ୟ ଏକଥାକୁ ସ୍ପଷ୍ଟ କରିଦେଉଛି । ଏହି ଦୃଶ୍ୟ ଦେଖିଲେ କାହାର ବି ଆଖିରୁ ଲୁହ ଗଡିପଡିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।