ଏଣିକି ସବୁ କାଗଜପତ୍ର ଥାଇ ହେଲମେଟ୍ ପିନ୍ଧିଥିଲେ ବି କଟିବ ଚାଲାଣ, ଜାଣନ୍ତୁ କଣ ଅଟେ ଏହି ନୂଆ ଟ୍ରାଫିକ ନିୟମ…

ଗାଡି ଚାଳକଙ୍କ ପାଇଁ ଆସିଛି ଏକ ବଡ ଖବର । ଏଣିକି କାଗଜପତ୍ର ଥିଲେ ବି ଅନ୍ୟ କେତେକ କାରଣ ପାଇଁ ଆପଣ ଫାଇନ କାଟିବେ । ଆପଣଙ୍କ ପାଖେ ସବୁ କାଗଜପତ୍ର ଠିକ ଥିଲେ ବି ପୋଲିସ କାଟିପାରେ ଫାଇନ । ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ ଆଉ ମନରେ ପ୍ରଶ୍ନ ଆସୁଥିବ କି ଗାଡିର ସବୁ କାଗଜ ପତ୍ର ଥାଇ ଆପଣ ଫାଇନ କଣ ପାଇଁ ଦେବେ ? ତେବେ ଆସନ୍ତୁ ଜାଣିବା କାହିଁକି ବା କେଉଁ କାରଣରୁ ପୋଲିସ ଫାଇନ କାଟି ପାରିବ ।

ସଡକ ଦୁର୍ଘଟଣାକୁ କମାଇବା ପାଇଁ ଦିନକୁ ଦିନ ନିୟମ କଡା ହେବାରେ ଲାଗିଛି । ତେଣୁ ଆପଣ ଯଦି ଟ୍ରାଫିକ ନିୟମ ଅମାନ୍ଯ କରନ୍ତି ତେବେ ପୋଲିସ ଜୋରିମାନା କାଟିବ । ଫାଇନ କାଟିବା ସହ ଗାଡି ଚାଳକଙ୍କ ଲାଇସେଣ୍ଡ ମଧ୍ୟ ରବ୍ଦ କରିପାରେ ପୋଲିସ । ତେଣୁ ଏହି ଦିଗ ପ୍ରତି ଧ୍ୟାନ ନଦେଲେ ଆପଣ ଜୋରିମାନା ଦେଇପାରନ୍ତି । ମଟର ସାଇକେଲ ଆକ୍ଟ (MVA) ଅନୁସାରେ, ଆପଣଙ୍କ ଗାଡି ଚେକିଂ ବେଳେ ଆପଣ ଯଦି ଟ୍ରାଫିକ ପୋଲିସକୁ କୌଣସି ପ୍ରକାରର ଦୁର୍ବ୍ୟବହାର କରୁଛନ୍ତି ତେବେ ପୋଲିସ ଆପଣଙ୍କ ନାଁରେ ଚାଲାଣ କାଟିପାରିବ ।

ଏମଭିଏ ଆକ୍ଟ ୧୭୯ ଅନୁଯାୟୀ ଟ୍ରାଫିକ ପୋଲିସକୁ ଆପଣଙ୍କ ଚାଲାଣ କାଟିବାର ଅଧିକାର ରହିଛି । ତେଣୁ ଚେକିଂ ବେଳେ ଦୁର୍ବ୍ୟବହାର ଆପଣଙ୍କ ପାଇଁ ପଡିପାରେ ମହଙ୍ଗା । ଚେକିଂ ବେଳେ କୌଣସି ବି କାରଣ ପାଇଁ ଆପଣ ଯଦି ଟ୍ରାଫିକ ପୋଲିସ ସହ ଯୁକ୍ତିତର୍କ କରୁଛନ୍ତି ତେବେ ଫାଇନ ଦେବାକୁ ପଡିପାରେ । ନୂଆ ଟ୍ରାଫିକ ନିୟମ ଅନୁସାରେ ଆପଣ ଯଦି ହେଲମେଟ ପିନ୍ଧିଛନ୍ତି ଆଉ ଟ୍ରାଫିକ ପୋଲିସକୁ ଦୁର୍ବ୍ୟବହାର କରୁଛନ୍ତି ତେବେ ବି ଆପଣଙ୍କ ବିରୋଧରେ କଟିବ ଚାଲାଣ ।

ତେବେ ଆପଣଙ୍କ ଚାଲାଣ କଟିଛି କି ନାହିଁ ଜାଣିବା ପାଇଁ ଆପଣଙ୍କୁ ସଡକ ପରିଚାଳନା ବିଭାଗର ୱେବସାଇଟକୁ ଯିବାକୁ ପଡିବ । ପେଜ୍ ଖୋଲିବା ପରେ ‘ଚେକ୍ ଚାଲାଣ’ ବିକଳ୍ପ ଉପରେ କ୍ଲିକ କରିବାକୁ ହେବ । ଏହାପରେ ଆପଣଙ୍କୁ ଚାଲାଣ ନମ୍ବର, ଭାଇକେଲ ନମ୍ବର ଏବଂ ଡ୍ରାଇଭିଂ ଲାଇସେନ୍ସ ନମ୍ବର ଦିଆଯାଇଛି କି ନାହିଁ ଚେକ୍ କରିବା ପରେ ଏଥିରୁ ଆପଣ ଜାଣିପାରିବେ ଆପଣଙ୍କ ନାଁରେ ଚାଲାଣ କରିଛି ।

ତେବେ ଚାଲାଣ ଭରିବାକୁ ହେଲେ ଆପଣଙ୍କୁ ସେହି ୱେବସାଇଟକୁ ଯିବାକୁ ହେବ ଓ ସେଠାରେ ‘ପେ ଚାଲାଣ’ ବିକଳ୍ପରେ କ୍ଲିକ କରିବା ପରେ ଜୋରିମାନା ଭରିବାକୁ ହେବ । ଦିନକୁ ଦିନକୁ ଟ୍ରାଫିକ ନିଯମରେ ପରିବର୍ତ୍ତନ ହେଉଛି ତେଣୁ ଟ୍ରାଫିକ ନିୟମ ନ ମାନିଲେ ଆପଣଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆ ଯାଇପାରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।