ଯେବେ ଏହି ବର ଗଛର ଓହଳ ଯେତେବେଳେ ମାଟିତଳେ ଲାଗିବ ଅନ୍ତିମ ହୋଇଯିବ କଳିଯୁଗ ହେଲେ ଆପଣଙ୍କ ମନରେ ପ୍ରଶ୍ନ ସୃଷ୍ଟି ହେଉଥିବ କଣ ଏହା ସତ ଏବଂ ଯଦି ଏହା ସତ ତାହାଲେ ଏପରି ଏକ ବରଗଛ କେଉଁଠି ଅଛି । ତ ଆସନ୍ତୁ ଦେଖିବା ସେହି ବର ଗଛଟି କେଉଁଠି ଅଛି ଏବଂ ସେହି ବର ଗଛର କିଛି ସତ୍ୟତା । ଏହି ବରଗଛଟି କଟକ ଜିଲ୍ଲାର ନିଶ୍ଚିନ୍ତ କୋଇଲି ବ୍ଲକର ନେମାଳ ଗାଁର ନେମାଳ ପୀଠରେ । ତ ଆସନ୍ତୁ ଜାଣିବା କଣ ରହିଛି ଏହି ନେମାଳ ପୀଠର ମାହାତ୍ମ୍ୟ । ମାଳିକାରେ ବର୍ଣ୍ଣିତ ହୋଇଛିକି ଏହି ବର ଗଛଟି ସତ୍ୟ କିମ୍ବା ଦ୍ଵାପର ଯୁଗରୁ ରହିଅଛି ଏହି ସ୍ଥାନରେ । ଏଠାରେ ମହାପୁରୁଷ ଅଚ୍ୟୁତ ଯେକି ପ୍ରଭୁ ଜଗନ୍ନାଥଙ୍କ ରୂପରେ ଅଛନ୍ତି ।
ମାଳିକାରେ ଏହା ମଧ୍ୟ ଉଲ୍ଲେଖ ରହିଛି କି ଯେଉଁ ମହାପ୍ରଭୁ ଜଗନ୍ନାଥ ଶ୍ରୀକ୍ଷେତ୍ରରେ ମୂର୍ତ୍ତି ଭାବରେ ଅଛନ୍ତି ସେହି ପ୍ରଭୁ ଏହି ନେମାଳ ପୀଠର ବରବୃକ୍ଷରେ ଅଛନ୍ତି । ଏହି ବରଗଛର ଓହଳ ଯେବେ ଛୁଇଁବ ଧରାତଳକୁ ସେତେବେଳେ ଶେଷ ହୋଇଯିବ କଳିଯୁଗ । ଏହି ସ୍ଥାନରେ ବ୍ରହ୍ମା ତପସ୍ୟା କରିଥିଲେ । ଯେତେବେଳେ ବ୍ରହ୍ମ ପ୍ରଳୟ ହୁଏ ସେତେବେଳେ ମଧ୍ୟ ଏହି ପୀଠର ଧ୍ୱଂସ ହୁଏ ନାହିଁ ।
ଏହିଠାରେ ପ୍ରଭୁ ଜଗନ୍ନାଥ ଯୁଗ ଯୁଗରୁ ଅଛନ୍ତି ଏବଂ ଅନନ୍ତ ନାଗ ମଧ୍ୟ ଗୁପ୍ତ ଭାବରେ ରହିଛନ୍ତି । ସପ୍ତଫେଣି ସର୍ପ ଏଠି ଗୁପ୍ତ ଭାବରେ ରହିଛନ୍ତି ଏବଂ ଏହି ସପ୍ତଫେଣିଙ୍କ ସାତଟି ଫଣାରେ ୧୪ ଟି ଆଖି ଅଛି । ଏହି ୧୪ ଟି ଆଖିରେ ୧୪ ଟି ଭୁବନର ଗୁପ୍ତରାସ ଚାଲିଛି ଯାହାକୁ ଶେଷ ନାଗ ଏବଂ ଭଗବାନ ଶଙ୍କର ସବୁବେଳେ ଦର୍ଶନ କରୁଛନ୍ତି । ଏହି ବଟବୃକ୍ଷ ଅନନ୍ତକାଳରୁ ଏହି ସ୍ଥାନରେ ରହିଛି କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ଓହଳ ମାଟିରେ ଲାଗିନାହିଁ ।
ତାର ଓହଳ ମାଟି ରେ ଲାଗିବାକୁ ଏବେ ବି ଆଉ ଗୋଟେ ହାତ ବାକି ଅଛି । ଯେତେବେଳେ ଏହି ଓହଳ ଭୂମିକୁ ସ୍ପର୍ଶ କରିବ ସେତେବେଳେ କଳିଯୁଗର ଅନ୍ତ ଘଟିବ ବୋଲି ବର୍ଣ୍ଣିତ ରହିଛି । ଏହି କଥାଟି ମାଳିକାର ରାସଖଣ୍ଡରେ ବର୍ଣ୍ଣିତ ରହିଛି । ଏହି ପୀଠକୁ ମଧ୍ୟ ପଦ୍ମବନ ବୋଲି କୁହାଯାଏ କିନ୍ତୁ କାହିଁକି କୁହାଯାଏ ଆସନ୍ତୁ ଜାଣିବା ।
ପଦ୍ମ ଫୁଲଟିଏ ପଡ଼ିକି ଭୁକ୍ତ ହୋଇଥିଲା ଏବଂ ସେବେଠୁ ଏହାର ନାମ ଭୁକ୍ତପଦ୍ମ ବନ ବୋଲି ରହିଗଲା । ଯେତେବେଳେ ସମୁଦ୍ର ମନ୍ଥନ ହୋଇଥିଲା ସେହି ସମୟରେ ଯେତେବେଳେ ମହାଲକ୍ଷ୍ମୀ ଆବିର୍ଭାବ ହେଲେ ଏକ ପଦ୍ମ ଫୁଲ ମଧ୍ୟ ବାହାରିଥିଲା ଏବଂ ସେହି ପଦ୍ମଫୁଲଟି ଏହିଠାରେ ଗୁପ୍ତ ଭାବରେ ରହିଛି ।
ଏହି ଲେଖାଟି ସତ୍ୟ ଭଞ୍ଜ ୟୁଟ୍ୟୁବ ଚ୍ଯାନେଲର ଏକ ଭିଡିଓ ରୁ ପ୍ରେରିତ । ଏହାର ସତ୍ୟାସତ୍ୟ ପାଇଁ ଆମେ ଦାଇ ନୁହେଁ । ଯଦି ଆପଣଙ୍କୁ ଆମର ଏହି ଲେଖାରେ କୌଣସି ତ୍ରୁଟି ପରିଲିଖିତ ହୁଏ ତେବେ ତୁରନ୍ତ ଆମକୁ କମେଣ୍ଟ ରେ ଜଣାନ୍ତୁ । ଯାହାପରେ ଆମେ ଏଥିରେ ସୁଧାର କରି ପାରିବୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।