ଜୀବନକୁ ବାଜି ଲଗେଇ ହୋଇଥାଏ ମଖାନେ ର ଚାଷ, କଣ୍ଟାରେ ଉଠିଯାଏ ନଖ, 350 ଡିଗ୍ରୀ ରେ ରାନ୍ଧିବାକୁ ପଡିଥାଏ

ପଦ୍ମ ଫୁଲର ମଞ୍ଜିରୁ ତିଆରି ହେଉଥିବା ମଖାନା ବହୁତ ହିଁ ପୌଷ୍ଟିକ ହୋଇଥାଏ । ଏହାକୁ ପୂଜାରେ ମଧ୍ୟ ପ୍ରୟୋଗ କରାଯାଏ ଓ ସ୍ଵାଦିଷ୍ଟ ଭୋଜନରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ । ମୋତି ଭଳି ଦେଖାଯାଉଥିବା ମଖାନା ଯେତିକି ସୁନ୍ଦର ହୋଇଥାଏ ସେତିକି ହିଁ ଏହାକୁ ତିଆରି କରିବା କଷ୍ଟ ହୋଇଥାଏ । ଏହାକୁ ଚାଷ କରିବା ସମୟରେ ଜୀବନର ମଧ୍ୟ ବାଜି ଲଗାଇବାକୁ ପଡେ । କାରଣ ପାଣି ମଧ୍ୟରେ ବହୁତ ସମୟ ପର୍ଯ୍ୟନ୍ତ କଣ୍ଟା ମଧ୍ୟରେ ରହିବା ପରେ ମଖାନାକୁ ହାସଲ କରାଯାଏ ।

ଏହାକୁ ଏକ ଲମ୍ବା ପ୍ରକ୍ରିୟା ମଧ୍ୟ ଦେଇ ଯିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ମଖାନାକୁ କେମିତି ଚାଷ କରାଯାଏ ଓ ଏହା କେମିତି ଆପଣଙ୍କ ପାଖକୁ ପହଞ୍ଚିଥାଏ ସେହି ବିଷୟରେ କହିବୁ । ସବୁଠୁ ବଡ କଷ୍ଟକର କାମ ଏହା ହୋଇଥାଏ କି ପାଣି ଭିତରେ ମଖାନାର ମଞ୍ଜି କିମ୍ବା ଗୁର୍ମୀକୁ ବାହାର କରିବା । ସାମାନ୍ୟ ରୂପରେ ୪ ରୁ ୫ ଫୁଟ ଗଭୀର ପାଣି ମଧ୍ୟରେ ବହୁତ କଣ୍ଟା ବାଲା ଗଛ ମଧ୍ୟରୁ ଏହାକୁ ଆଣିବା କଣ୍ଟା ସହ ଖେଳିବା ସଙ୍ଗେ ସମାନ ହୋଇଥାଏ ।

ଏହାକୁ ବାହାର କରିବା ସମୟରେ କେତେ ଥର ନଖ ମଧ୍ୟ ଭାଙ୍ଗିଯାଏ । ଆହୁରି ବଡ କଷ୍ଟକର କାମ ହୋଇଥାଏ ଏହାକୁ ବାହାର କରିବା ପାଇଁ ପାଣି ଭିତରେ ଓଲହାଇବାକୁ ପଡିଥାଏ ଓ ଗୋଟିଏ ଦୁଖୀ ୨ ରୁ ୩ ମିନିଟର ହୋଇଥାଏ ଅଧିକରୁ ଅଧିକ ୫ ମିନିଟ ପର୍ଯ୍ୟନ୍ତ ଭିତରକୁ ଯାଇ ପାରିବ ।

କିନ୍ତୁ ଭିତରେ କଣ୍ଟା ମଧ୍ୟରେ ରହିବାକୁ ପଡିଥାଏ । କେତେ ଥର ଗୋଡର ଆଙ୍ଗୁଠିରୁ ରକ୍ତ ବାହାରିଥାଏ ଓ ବାରମ୍ବାର ଏହିଭଳି କରିବା କାରଣରୁ ହାତରେ ବି କଣ୍ଟା ଲାଗିଯାଏ ।ମଖାନାର ମଞ୍ଜି ବାହାର କରିବା ପରେ ତାହାର ଗୁର୍ରୀକୁ ଲାବେର ରୂପ ଦିଆଯାଏ । ଏହି ପ୍ରକ୍ରିୟା ବହୁତ ଜଟିଳ ହୋଇଥାଏ । ସେଥିପାଇଁ ଯେଉଁ ସ୍ଥାନରେ ଲାଭା ତିଆରି କରାଯାଏ ତାହାର ତାପମାତ୍ରା ୪୦ ରୁ ୪୫ ଡିଗ୍ରୀ ରଖାଯାଏ । ପାଖାପାଖି ୩୫୦ ଡିଗ୍ରୀ ଉପରେ ଏହି ଲାବାକୁ ତିଆରି କରି ରୋଷେଇ କରିବାର ପ୍ରକ୍ରିୟା ୭୨ ରୁ ୮୦ ଘଣ୍ଟା ହୋଇଥାଏ ।

କାରଖାନାରେ ଗୁର୍ରୀର ଗ୍ରେଡିଂଗ ୬ ଟି ଚାଲୁଣି ଦ୍ଵାରା କରାଯାଏ । କଞ୍ଚା ଲୁହ ମିଶ୍ରିତ ମାଟିର ୬  ଟି ବଡ ପାତ୍ରକୁ ଗ୍ଯାସ କିମ୍ବା ଭାଟି ଉପରେ ରଖାଯାଏ । ଦ୍ଵିତୀୟ ହିଟିଙ୍ଗ ୭୨ ଘଣ୍ଟା ପରେ କରାଯାଏ । ଏହି ସମୟରେ ଉପର ପରତ ଏକଦମ ଚଟକି ଯାଏ । ତାକୁ ହାତରେ ନେଇ ଅଳ୍ପ ମାରିବା ଦ୍ଵାରା ସେତେବେଳେ ଯାଇ ମଖାନା ବାହାରକୁ ଆସିଥାଏ । ଏହି ପ୍ରକ୍ରିୟା ଶୁଣିବାରେ ଯେତିକି ଜଟିଳ ଲାଗୁଛି ତାହା ଠାରୁ ଅଧିକ ଏହାକୁ ତିଆରି କରିବା ସମୟରେ କଷ୍ଟ ହୋଇଥାଏ । ସେଥିପାଇଁ ମଖାନାର ଚାଷ ଦୁନିଆରେ ସବୁଠୁ କଷ୍ଟକର ଚାଷ କୁହାଯାଏ ।

ଉତ୍ତର ବିହାରରେ ମଖାନାର ଚାଷ ବହୁତ ବଡ ପରିମାଣରେ କରାଯାଏ । ଯେଉଁଥିରେ ୫ ରୁ ୬ ଲକ୍ଷ ଲୋକମାନେ ଯୋଡି ଅଛନ୍ତି । ମଖାନାର ମଞ୍ଜି ବାହାର କରିବା ପାଇଁ ପାଣି ଭିତରେ ଓଲହାଇବାକୁ ପଡିଥାଏ ଏହିଭଳି କାମ କରୁଥିବା ଲୋକମାନଙ୍କୁ ମଲ୍ଲାହ କୁହାଯାଏ । ଏମାନେ ଗୋତାଘୋର ବି ହୋଇଥାନ୍ତି ଓ ଯେଉଁମାନେ ପାଣିରେ ଅଧିକ ସମୟ ପର୍ଯ୍ୟନ୍ତ ରହି ପାରନ୍ତି । କିନ୍ତୁ ଗୋଟିଏ ସମସ୍ୟା ଅଟେ କି ଏମାନଙ୍କୁ ଏମାନଙ୍କର ସଠିକ ପାରିଶ୍ରାମିକ ମିଳେ ନାହିଁ ।