ମକର ସଙ୍କ୍ରାନ୍ତି ଦିନ ଏହି ଭୁଲ କେବେବି କରନ୍ତୁ ନାହିଁ, ନଚେତ ଆରମ୍ଭ ହୋଇଯିବ ଖରାପ ସମୟ

ଏଥରକ ମକର ସଙ୍କ୍ରାନ୍ତି ସୋମବାରରେ ପଡୁଛି । ମକର ସଙ୍କ୍ରାନ୍ତି ପର୍ବ ସୂର୍ଯ୍ୟ ଦେବଙ୍କ ପାଇଁ ହୋଇଥାଏ । ଏହି ଦିନ ପବିତ୍ର ନଦୀ ମାନଙ୍କରେ ସ୍ନାନ କରାଯାଇଥାଏ ଓ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଚଢା ଯାଇଥାଏ । ଜ୍ୟୋତିଷରେ ସର୍ବମୋଟରେ 9 ଟି ଗ୍ରହ ଥାଏ ଓ ସୂର୍ଯ୍ୟଙ୍କୁ ଏମାନଙ୍କର ରାଜା ବୋଲି କୁହାଯାଇଥାଏ । ମକର ସଙ୍କ୍ରାନ୍ତି ସେହି ସମୟରେ ପାଳନ କରାଯାଇଥାଏ ଯେବେ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ପ୍ରବେଶ କରିଥାନ୍ତି । 14 ଜାନୁଆରୀ ପରେ ସୂର୍ଯ୍ୟ ଦକ୍ଷିଣାୟଣ ରୁ ଉତ୍ତରାୟଣ ହୋଇଯାଇଥାଏ ।

ମକର ସଙ୍କ୍ରାନ୍ତି ପାଇଁ ପଞ୍ଚାଙ୍ଗ ଭେଦ ଆସୁଛି । କିଛି ପଞ୍ଚାଙ୍ଗରେ କୁହାଯାଇଛି କି ସୂର୍ଯ୍ୟ ନିଜର ରାଶି ପରିବର୍ତ୍ତନ 14 ଜାନୁଆରୀ ଦିନ ଦ୍ଵିପ୍ରହର 2ଟା ଠାରୁ କରିବେ । ସେମିତି ଆଉ କିଛି ପଞ୍ଚାଙ୍ଗକୁ ମାନିବା ଯଦି ରାତ୍ରି 8ଟା ପରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ । ଏହି ଦିନ ଉତ୍ତରାୟଣ ସହିତ ସର୍ବାର୍ଥ ସିଦ୍ଧି ଓ ପାରିଜାତ ଯୋଗ ବି ହେଉଛି ।ଏହି ଯୋଗକୁ ଶୁଭ ଓ ମଙ୍ଗଳକାରୀ ମାନନ୍ତି ।

ଏହି ସମୟରେ ସୂର୍ଯ୍ୟ ଧନୁ ରାଶିରେ ଅଛନ୍ତି ଯାହା କାରଣରୁ ସବୁ ଶୁଭ କାମ ଅଟକି ଯାଇଛି । କିନ୍ତୁ ଯେବେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ ସବୁ ଶୁଭ କାର୍ଯ୍ୟ ଆରମ୍ଭ ହୋଇଯିବ । ସର୍ବାର୍ଥ ସିଦ୍ଧି ଯୋଗ ରବିବାର ଦିନ ଦ୍ଵିପ୍ରହରରୁ ଆରମ୍ଭ ହୋଇଯିବ । ଏହି ଯୋଗ ଆରମ୍ଭ ହେଲା ପରେ ସବୁ ମାଙ୍ଗଳିକ କାର୍ଯ୍ୟ କରାଯାଇପାରିବ । ଶାସ୍ତ୍ରକୁ ମାନିବା ଯଦି ଉତାରାୟଣର ସମୟ ଦେବତାମାନଙ୍କର ଦିନ ଓ ଦକ୍ଷିଣାୟଣ ଦେବତାମାନଙ୍କର ରାତି ହୋଇଥାଏ । ଏହି ପ୍ରକାରରେ ମକର ସଙ୍କ୍ରାନ୍ତିକୁ ଦେବତା ମାନଙ୍କର ସକାଳ ବୋଲି କୁହାଯାଇଥାଏ ।

ମକର ସଙ୍କ୍ରାନ୍ତି ଦିନ ଦାନ ପୁଣ୍ୟ କରିବା ଶୁଭ ହୋଇଥାଏ । ମକର ସଙ୍କ୍ରାନ୍ତି ଦିନ ନଦୀ ସ୍ନାନ, ହୋମ, ଶ୍ରାଦ୍ଧ, ମନ୍ତ୍ର ଜପ ବା ପୂଜା ପାଠ ଆଦିର ଏକ ଅଲଗା ମହତ୍ତ୍ଵ ଥାଏ । ମାନ୍ୟତା ଅଛି କି ଏହି ଦିନ ଯେଉଁ ବ୍ୟକ୍ତି ଦାନ କରିଥାଏ ସେ ତାହାର ଶହେ ଗୁଣ ଅଧିକ ଫଳ ପାଇଥାଏ । ଲୋକେ କୁହନ୍ତି କି ମକର ସଙ୍କରାନ୍ତି ଦିନ ଘିଅ, କମ୍ବଳ, ଖେଚେଡି ଆଦି ଦାନ କରିବା ଶୁଭ ହୋଇଥାଏ ।

ମକର ସଙ୍କ୍ରାନ୍ତି ଦିନ ବ୍ୟକ୍ତିକୁ ଡେରି ପର୍ଯ୍ୟନ୍ତ ଶୋଇବାର ଭୁଲ କରିବା କଥା ନୁହେଁ । ଏହି ଦିନ ସକାଳେ ଜଲଦି ଉଠି ସ୍ନାନ ସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦରକାର । କୁହାଯାଇଥାଏ କି ଏହି ଦିନ ଯେଉଁ ବ୍ୟକ୍ତି ଡେରି ପର୍ଯ୍ୟନ୍ତ ଶୋଇଥାଏ ତାକୁ ସୂର୍ଯ୍ୟଙ୍କ ପ୍ରଭାବରେ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।

ଏମିତି କରିବା ଦ୍ଵାରା ଜାତକରେ ସୂର୍ଯ୍ୟ ଦୋଷ ବଢିଥାଏ ଓ ଖରାପ ସମୟ ଆସିଥାଏ । ସୂର୍ଯ୍ୟ ଦେବତାଙ୍କର ପୂଜା କରିବା ପାଇଁ ସକାଳ ସମୟକୁ ସବୁଠୁ ଶ୍ରେଷ୍ଠ ବୋଲି କୁହାଯାଏ । ତାଙ୍କର ବିଶେଷ କୃପା ପାଇବା ପାଇଁ ସୁର୍ଜ୍ୟୋଦୟ ସମୟରେ ଜଳ ଅର୍ପଣ କରନ୍ତୁ ।