ଜାଣନ୍ତୁ! ମକର ସଂକ୍ରାନ୍ତିରେ ଗୁଡି କାହିଁକି ଉଡାଯାଇଥାଏ?

କଣ ରହିଛି ମକର ସଂକ୍ରାନ୍ତିରେ ଗୁଡି ଉଡାଯିବାର ମହତ୍ଵ?

ପ୍ରସିଦ୍ଧ ଧାର୍ମିକ ଗ୍ରନ୍ଥ ” ରାମଚରିତ ମାନସ” ରେ ଉପଲବ୍ଧ ଅଛି କି ଭଗବାନ ଶ୍ରୀରାମ ନିଜ ଭାତୃ ମାନଙ୍କ ସହ ଗୁଡି ଉଡାଇ ଥିଲେ। ଏହି ସମ୍ବନ୍ଧରେ “ବାଳକାଣ୍ଡ” ରେ ଉଲ୍ଲେଖ ଅଛି।

“ରାମ ଏକ ଦିନ ଚଙ୍ଗ ଉଡାଇ।
ଇନ୍ଦ୍ରଲୋକ ମେ ପହୁଚି ଯାଇ।।”

ବଡ଼ ଅଦ୍ଭୁତ କଥା ଅଟେ। ପଂପାପୁର ରୁ ହନୁମାନଙ୍କୁ ଡକାଯାଇଥିଲା, ସେତେବେଳେ ହନୁମାନ ବାଲ୍ୟବସ୍ଥାରେ ଥିଲେ। ସେ ଯେଉଁ ଦିନ ଆସିଥିଲେ ସେ ଦିନ ମକର ସଂକ୍ରାନ୍ତି ଥିଲା। ଶ୍ରୀରାମ ତାଙ୍କ ଭାଇ ଓ ମିତ୍ରମାନଙ୍କ ସଙ୍ଗେ ଗୁଡି ଉଡ଼ାଉ ଥିଲେ। କୁହାଯାଏ କି ସେହି ଗୁଡି ଉଡି ଉଡି ଦେବଲୋକରେ ଯାଇ ପହଞ୍ଚି ଥିଲା। ଏହି ଗୁଡି କୁ ଦେଖି ଇନ୍ଦ୍ରଙ୍କ ପୁଅ ଜୟନ୍ତଙ୍କ ପତ୍ନୀ ଦେଖିକି ବହୁତ ଆକର୍ଷିତ ହୋଇଯାଇଥିଲେ। ସେ ସେହି ଗୁଡି ଓ ଗୁଡି ଉଡାଇଥିବ ଲୋକଙ୍କ ବିଷୟରେ ଚିନ୍ତା କଲେ।

“ଜାସୁ ଚଙ୍ଗ ଅସ ସୁନ୍ଦରତାଇ।
ସୋ ପୁରୁଷ ଜଗମେ ଅଧିକାଇ।।”

ଏହି ପଦ ଚିନ୍ତା କରୁକରୁ ସେ ସେହି ଗୁଡି କୁ ହାତରେ ଧରି ନେଲେ। ଏବଂ ଚିନ୍ତା କଲେ ଯିଏ ଗୁଡି ଉଡ଼ାଇଛି ସେ ନିଶ୍ଚିତ ଗୁଡି ନେବାପାଇଁ ଆସିବ। ସେ ଅପେକ୍ଷା କରିବାକୁ ଲାଗିଲେ। ଏଠାରେ ଜୟନ୍ତଙ୍କ ପତ୍ନୀ ଗୁଡି ଧରି ନେବାରୁ ତଳେ ଆଉ ଗୁଡି ଦେଖାଗଲା ନାହିଁ, ସେହି ସମୟରେ ବାଳକ ଶ୍ରୀରାମ, ହନୁମାନଙ୍କୁ ଆଦେଶ ଦେଲେ କି ଗୁଡି କୁଆଡେ ଗଲା ଯାଇ ଖୋଜିକି ଆଣିବା ପାଇଁ।

ପବନ ପୁତ୍ର ହନୁମାନ ଆକାଶରେ ଉଡିଉଡି ଯାଇ ଇନ୍ଦ୍ରଲୋକରେ ପହଞ୍ଚିଲେ। ସେ ସେଠାରେ ଦେଖିଲେ କେହି ଜଣେ ସ୍ତ୍ରୀ ଲୋକ ସେହି ଗୁଡି କୁ ହାତରେ ଧରିଛନ୍ତି। ହନୁମାନ ତାଙ୍କୁ ଗୁଡି ମାଗିଲେ।

ଜୟନ୍ତଙ୍କ ପତ୍ନୀ ପ୍ରଶ୍ନ କଲେ ଏହି ଗୁଡି କାହାର?

ହନୁମାନ ଉତ୍ତରରେ କହିଲେ ରାମଚନ୍ଦ୍ରଙ୍କ ନାମ କହିଲେ। ଏହା ଶୁଣି ଜୟନ୍ତଙ୍କ ପତ୍ନୀ ରାମଚନ୍ଦ୍ରଙ୍କ ଦର୍ଶନ ପାଇଁ ଅଭିଲାଷ ପ୍ରକାଶ କଲେ।

ହନୁମାନ ସେଠାରେ ସବୁ ଶୁଣିଲେ ଏବଂ ସେଠାରୁ ଚାଲିଆସି ପ୍ରଭୁ ଶ୍ରୀରାମଙ୍କ ଆଗରେ ସବୁ କହିଲେ। ଆପଣ ଜାଣିଥିବେ ଭକ୍ତ ଆଗରେ ଭଗବାନ ବି ହାର ମନିଯାଆନ୍ତି। ତେଣୁ ଭକ୍ତର ଭକ୍ତି ବିଷୟରେ ଶୁଣି ରାମଚନ୍ଦ୍ର ପୁନଶ୍ଚ ହନୁମାନଙ୍କୁ ପଠାଇଲେ ଏବଂ କହିଲେ ସେ ତାଙ୍କୁ ଚିତ୍ରକୁଟରେ ନିଶ୍ଚୟ ଦେଖାଦେବେ। ଏହି ଉତ୍ତର ଯାଇ ହନୁମାନ ଜୟନ୍ତଙ୍କୁ ପତ୍ନୀଙ୍କୁ ହନୁମାନ ଦେଲେ। ଏହାଶୁଣି ଜୟନ୍ତଙ୍କ ପତ୍ନୀ ଗୁଡିଟିକୁ ଛାଡ଼ି ଦେଇଥିଲେ।