ମହିଳାମାନଙ୍କୁ ଇନ୍ଦ୍ର ଦେବତା ଦେଇଥିଲେ ଅଭିଶାପ, ଯାହା ପାଇଁ ସେମାନେ ଆଜି ମଧ୍ୟ ଭୋଗୁଛନ୍ତି ପରିଣାମ

ଯଦି ଆମେ ଧାର୍ମିକ ମାନ୍ୟତା ଉପରେ ନଜର ପକାଇବା ତେବେ ଏଥିରେ ମହିଳାମାନଙ୍କ ବିଷୟରେ ବିଭନ୍ନ ପ୍ରକାରର ସୂଚନା ମିଳିଥାଏ । ଏହି ଧାର୍ମିକ ମାନ୍ୟତା ଅନୁସାରେ ମାସିକ ଧର୍ମରେ ମହିଳାମାନଙ୍କୁ ସବୁଠୁ ଅଧିକ କମଜୋର ବୋଲି କୁହାଯାଇଛି । ବେଳେ ବେଳେ ମହିଳାମାନଙ୍କ ମନରେ ଏହି ପ୍ରଶ୍ନ ଆସିଥାଏ କି କେବଳ ମହିଳାମାନଙ୍କୁ ହିଁ ମାସିକ ଧର୍ମର ପୀଡା କାହିଁକି ସହିବାକୁ ପଡିଥାଏ ? ଏହା ପଛର କାରଣ କଣ ?

କିନ୍ତୁ ମାନ୍ୟତା ଅନୁସାରେ ଏହା ପଛରେ ସବୁଠୁ ମୁଖ୍ୟ କାରଣ ଇନ୍ଦ୍ର ଦେବତାଙ୍କର ଅଭିଶାପ ବୋଲି କୁହାଯାଉଛି । ଇନ୍ଦ୍ର ଦେବତା କେବଳ ମହିଳମାନଙ୍କୁ ହିଁ କାହିଁକି ଏହି ଅଭିଶାପ ଦେଲେ ? ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ ।

ଭାଗବତ ପୁରାଣରେ ଏହି କଥାର ଉଲ୍ଲେଖ କରାଯାଇଛି କି ଯେତେବେଳେ ଦେବତାମାନଙ୍କର ରାଜା ଇନ୍ଦ୍ରଦେବଙ୍କୁ କ୍ରୋଧ ଆସିଥିଲା ସେତେବେଳେ ଏହାର ସୁଯୋଗ ନେଇ ରାକ୍ଷସମାନେ ସ୍ଵର୍ଗ ଉପରେ ଆକ୍ରମଣ କରିଥିଲେ । ଏହି କାରଣରୁ ଦେବତାମାନଙ୍କର ରାଜା ଇନ୍ଦ୍ରଦେବତା ନିଜର ଆସନ ଛାଡି ପଳାୟନ କରିଥିଲେ । ଏହି ସମୟରେ ବ୍ରହ୍ମା ଏହି ସମସ୍ୟାର ସମାଧାନ କରି କହିଥିଲେ କି ତାଙ୍କୁ କୌଣସି ବ୍ରହ୍ମାଜ୍ଞାନୀଙ୍କର ସେବା କରିବା ଆବଶ୍ୟକ । ଯଦି ସେ ଏହିଭଳି କରୁଛନ୍ତି ତେବେ ତାଙ୍କୁ ନିଜର ଆସନ ପୁଣିଥରେ ମିଳିଯିବ ।

ବ୍ରହ୍ମାଙ୍କର ଏହି କଥା ଶୁଣି ଇନ୍ଦ୍ରଦେବତା ଏକ ବ୍ରହ୍ମାଜ୍ଞାନୀଙ୍କର ସେବା କରିଥିଲେ । ଇନ୍ଦ୍ର ଦେବତା ଯେଉଁ ବ୍ରହ୍ମାଜ୍ଞାନୀଙ୍କର ସେବା କରିଥିଲେ ତାଙ୍କର ମାତା ଏକ ଅସୁରୁଣୀ ଥିଲେ ପରନ୍ତୁ ସେହି କଥା ବିଷୟରେ ଇନ୍ଦ୍ରଦେବତା ବିଲକୁଲ ଅବଗତ ନଥିଲେ । ବ୍ରହ୍ମାଜ୍ଞାନୀଙ୍କର ମନରେ ଅସୁରଙ୍କ ପାଇଁ ଏକ ଅଲଗା ସ୍ଥାନ ଥିଲା । ସେଥିପାଇଁ ସେ ଇନ୍ଦ୍ରଦେବତାଙ୍କ ଦ୍ଵାରା ଦିଆଯାଉଥିବା ଯଜ୍ଞର ସାମଗ୍ରୀ ଗୁଡିକ ଦେବତାଙ୍କ ପରିବର୍ତ୍ତେ ଅସୁରଙ୍କୁ ଅର୍ପଣ କରି ଦେଉଥିଲେ । ଯେତେବେଳେ ଇନ୍ଦ୍ରଦେବତାଙ୍କୁ ଏହି କଥାର ସୂଚନା ମିଳିଲା ସେତେବେଳେ ଇନ୍ଦ୍ରଦେବତା ଅତ୍ୟନ୍ତ କ୍ରୋଧିତ ହୋଇ ବ୍ରହ୍ମାଜ୍ଞାନୀଙ୍କର ବଧ କରିଦେଇଥିଲେ ।

ଯେତେବେଳେ ଇନ୍ଦ୍ର ଦେବତା ବ୍ରହ୍ମାଜ୍ଞାନୀଙ୍କର ବଧ କରିଦେଲେ ସେତେବେଳେ ତାଙ୍କ ଉପରେ ବ୍ରହ୍ମ ହତ୍ୟାର ପାପ ଚଢିଗଲା । ଯାହା ଏକ ରାକ୍ଷସ ରୂପରେ ତାଙ୍କ ପଛରେ ପଡି ଯାଇଥିଲା । ଇନ୍ଦ୍ର ଦେବତା ଏଥିରୁ ବଞ୍ଚିବା ପାଇଁ ଏକ ପୁଷ୍ପରେ ଲୁଚି ଯାଇଥିଲେ ଏବଂ ୧ ଲକ୍ଷ ବର୍ଷ ସେ ଭଗବାନ ବିଷ୍ଣୁଙ୍କର ତପସ୍ୟା କରିଥିଲେ । ଏହା ପରେ  ଭଗବାନ ବିଷ୍ଣୁ ଇନ୍ଦ୍ରଦେବତାଙ୍କୁ ଏହି ପାପରୁ ମୁକ୍ତି ପାଇବାର ଉପାୟ କହିଥିଲେ ।

ଭଗବାନ ବିଷ୍ଣୁ କହିଲେ କି ଏହି ପାପର କିଛି ଅଂଶ ଗଛ, ପୃଥିବୀ, ଜଳ ଏବଂ ସ୍ତ୍ରୀକୁ ଦେବାକୁ ହେବ । ଏହା ପରେ ଇନ୍ଦ୍ର ଦେବତା ଏହି ଉପାୟ ବିଷୟରେ ଏହି ଚାରିଜଣଙ୍କ ସହିତ କଥାବାର୍ତ୍ତା କରିଲେ ଏବଂ ସମସ୍ତେ ମାନିଗଲେ । ସେତେବେଳେ ଇନ୍ଦ୍ର ଦେବତା ଏହି ପାପରୁ ମୁକ୍ତି ପାଇବା ପାଇଁ ଏହାର ଏକ ଚତୁର୍ଥ ଅଂଶ ଗଛକୁ ଦେଲେ ଏବଂ ଏହା ସହିତ ବରଦାନ ଦେଲେ କି ସେ ନିଜକୁ କେବେ ବି ଜୀବିତ କରି ପାରିବେ ।

ପୁଣି ଏହି ପାପର ଏକ ଚତୁର୍ଥ ଅଂଶ ଜଳକୁ ଦେଲେ ଏବଂ ବରଦାନ ଦେଲେ କି ସେ କାହାକୁ ବି ସ୍ଵଚ୍ଛ କରି ପାରିବେ । ଏହା ପରେ ପୃଥିବୀକୁ ଏହି ପାପର ଅଂଶ ଦେଇ ବରଦାନ ଦେଲେ କି ସମସ୍ତ ପ୍ରକାର ଆଘାତ ମନକୁ ମନ ପୂରଣ ହୋଇଯିବ ।

ଶେଷରେ ସ୍ତ୍ରୀଙ୍କୁ ପାପର ଶେଷ ଅଂଶ ଦେଇ ଏହି ବରଦାନ ଦେଲେ କି ସେମାନେ ପୁରୁଷଙ୍କ ଅପେକ୍ଷା ଶାରୀରିକ ସମ୍ବନ୍ଧରେ ଦୁଇଗୁଣା ଆନନ୍ଦ ନେଇ ପାରିବେ । ଏହା ସହିତ କହିଥିଲେ କି ତାଙ୍କୁ ସବୁ ମାସରେ ମାସିକ ଧର୍ମର ପୀଡା ବି ସହିବାକୁ ପଡିବ । ଇନ୍ଦ୍ର ଦେବତାଙ୍କ ଦ୍ଵାରା ଦିଆଯାଇଥିବା ଏହି ବରଦାନ ଯୋଗୁ ସବୁ ମହିଳା ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ପରିଣାମ ଭୋଗୁଛନ୍ତି ।