Vastu Tips- ଭଗବାନ ଶ୍ରୀକୃଷ୍ଣ କୁହନ୍ତି, ମହିଳାମାନେ ଏପରି କରିଲେ ସ୍ନାନ, ଘରକୁ ମାଡି ଆସେ ଦରିଦ୍ରତା

ବାସ୍ତୁ ଶାସ୍ତ୍ର ଓ ଜ୍ଯୋତିଷ ଶାସ୍ତ୍ର ମଣିଷ ଜୀବନର ଅଭିନ୍ନ ଅଙ୍ଗ ଅଟନ୍ତି । ମଣିଷ ଯେଉଁ କର୍ମ କରିଥାଉ ତାହା ଏହି ଅନୁସାରେ ମିଳିଥାଏ । ମଣିଷର ଦୈନନ୍ଦିନ କାମରେ ସେ ଯାହା କରିଥାଏ ତାର ପ୍ରଭାବ ତା ଜୀବନ ଉପରେ ପଡିଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ମଣିଷ ଜୀବନର କାର୍ଯ୍ୟକଳାପକୁ ଆଧାର କରି କିଛି ନିୟମ ରହିଛି । ସେହି ନିୟମ ଅନୁଯାୟୀ ନାରୀ ମାନଙ୍କୁ କେଉଁ ସମୟରେ ସ୍ନାନ କରିବା ଉଚିତ ଓ କେଉଁ ସମୟରେ ନୁହେ, କେଉଁ ଭଳି ଭାବେ ସ୍ନାନ କରିବା ଉଚିତ ଓ ଅନୁଚିତ ହୋଇଥାଏ ତାହା ବାସ୍ତୁ ଶାସ୍ତ୍ରରେ ଉଲ୍ଲଖ କରା ଯାଇଛି । ଆଜି ଆମେ ଆପଣ ମାନଙ୍କୁ ଏହାର ସଂକ୍ଷିପ୍ତ ବିବରଣୀ ଦେବାକୁ ଯାଉଛୁ ।

୧- ଭଗବାନ ଶ୍ରୀ କୃଷ୍ଣଙ୍କ ମତରେ ନାରୀ ମାନଙ୍କୁ ସକାଳୁ ଜଲ୍ଦି ଉଠି ପ୍ରଥମେ ସ୍ନାନ କରି ରୋଷେଇ ଘରେ ପ୍ରବେଶ କରିବା ଉଚିତ । ସକାଳୁ ଜଲ୍ଦି ଉଠି ସନା କରିବା ଫଳରେ ଶରୀର ସୁସ୍ଥ ହେବା ସହ ସବୁ କାମରେ ମନ ଲାଗିଥାଏ । ମହିଳା ମାନେ ଅଧିକ ଅଳସୁଆ ହୋଇନଥାନ୍ତି ଓ ମନରେ ନାକାରାତ୍ମକ ବିଚାର ଆସିନଥାଏ । ଏପରି ହେବା ଦ୍ଵାରା ପରିବାର ଲୋକଙ୍କ ଉପରେ ଶୁଭ ପ୍ରଭାବ ପଡିଥାଏ ।

୨- ନାରୀ ମାନେ ସ୍ନାନ କରିବା ପରେ ଭଗବାନଙ୍କ ନାମ ସ୍ମରଣ କରି ପୂଜା ପାଠ କରିବା ଉଚିତ । ଏପରି କରିବା ଫଳରେ ଘରେ ସୁଖ ଶାନ୍ତିର ଆଗମନ ହୋଇଥାଏ । ଏହା ଛଡା ପରିବାର ଲୋକଙ୍କ ମଧ୍ୟରେ ଭଲ ପାଇବା ରହିବା ସହ ନିଜ ରାଗ ଉପରେ ନିୟନ୍ତ୍ରଣ ରହିଥାଏ ।

୩- ଖାଇବା ପ୍ରସ୍ତୁତ କରିବା ସମୟରେ ଲୁଣ ଯେପରି କାମରେ ଆସିଥାଏ ସେହିପରି ବାସ୍ତୁ ଶାସ୍ତ୍ର ଅନୁସାରେ ଲୁଣର ଏକ ବିଶେଷ ମହତ୍ଵ ରହିଛି । ଯଦି କୌଣସି ଘରେ ସଦାବେଳେ କଳହ ବା ବିବାଦ ହେଉଥାଏ ତେବେ ସେହି ଘରର ନାରୀ ମାନେ ସ୍ନାନ ସମୟରେ ପାଣିରେ ଲୁଣ ପକାଇ ସ୍ନାନ କରିବା ଉଚିତ ।

ପଦ୍ମ ପୁରାଣରେ ଉଲ୍ଲେଖ ରହିଛି ଯେ ନାରୀ ମାନଙ୍କୁ ନିର୍ବସ୍ତ୍ର ହୋଇ ସ୍ନାନ କରିବା ଉଚିତ ନୁହେ । ଏହି ପୁରାଣରେ ଏକ କଥା ମାଧ୍ୟମରେ ଏହାର ଅର୍ଥ କୁହା ଯାଇଛି ଯେ ଯେତେବେଳେ ଗୋପୀ ମାନେ ନଦୀରେ ସ୍ନାନ କରୁଥିଲେ ସେତେବେଳେ ଭଗବାନ ଶ୍ରୀ କୃଷ୍ଣ ତାଙ୍କର ବସ୍ତ୍ର ଚୋରୀ କରିଥିଲେ । ଯେତେବେଳେ ଗୋପୀ ମାନେ ତାଙ୍କର ବସ୍ତ୍ର ମାଗିଥିଲେ ସେତେବେଳେ ଶ୍ରୀ କୃଷ୍ଣ ତାଙ୍କୁ ନଦୀରୁ ବାହାରି ଆସି ନେବା ପାଇଁ କହିଥିଲେ ।

କିନ୍ତୁ ଗୋପୀ ମାନେ ନିର୍ବସ୍ତ୍ର ହୋଇଥିବାରୁ ଯାଇପାରିବେ ନାହି ବୋଲି ମନ କରିବାରୁ ଶ୍ରୀ କୃଷ୍ଣ ତାଙ୍କ ଉତ୍ତରରେ କହିଥିଲେ ଯେ “ତୁମେମାନେ ଯେତେବେଳେ ନିର୍ବସ୍ତ୍ର ହୋଇ ସ୍ନାନ କରୁଥିଲା ସେତେବେଳେ ମୋ ବ୍ଯତୀତ ଅନ୍ୟମାନେ ମଧ୍ୟ ତୁମକୁ ଦେଖିଛନ୍ତି । ତେବେ ବସ୍ତ୍ର ନେବା ପାଇଁ ପାଣିରୁ ବାହାରୁକୁ ଆସିବାରେ ତୁମମାନଙ୍କର ଅସୁବିଧା କାହିଁକି ହେଉଛି” ।

ଭଗବାନ କୃଷ୍ଣ କହିଛନ୍ତି ଯେ ଯେତେବେଳେ ନାରୀଟିଏ ସ୍ନାନ କରିଥାଏ ସେତେବେଳେ ସେ ସ୍ନାନ କରୁଥିବା ପାଣି ତାର ପିତୃପୁରୁଷମାନେ ଗ୍ରହଣ କରିଥାନ୍ତି । ଏହି ସବୁ କଥା କହିବା ପରେ ଗୋପୀମାନେ ଭଗବାନ କୃଷ୍ଣଙ୍କ ବ୍ୟତିତ ନିଜ ପିତୃପୁରୁଷଙ୍କ ଠାରୁ କ୍ଷମା ପ୍ରାର୍ଥନା କରିଥିଲେ । ଏହି ଘଟଣାକୁ ଆଧାର କରି ସେହି ଦିନ ଠାରୁ ନାରୀମାନେ ବସ୍ତ୍ର ଧାରଣ କରି ସ୍ନାନ କରିବା ଉଚିତ ବୋଲି ନିୟମ ରହିଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ