Vastu Shastra- ମହିଳା ମାନେ ନିଜ ହାତରେ କାଟୁଛନ୍ତି କି ଏହିସବୁ ପରିବା ? ସାବଧାନ ହୋଇଯାନ୍ତୁ ! ଶାସ୍ତ୍ରରେ ଏନେଇ ଲେଖାଯାଇଛି ଏହି ଭୟଙ୍କର କଥା

ହିନ୍ଦୁଧର୍ମ ଶାସ୍ତ୍ରରେ ବହୁତ ଗୁଡିଏ କାର୍ଯ୍ୟ ଅଛି ଯାହା ମହିଳାମାନଙ୍କ ପାଇଁ ବର୍ଜିତ ଅଟେ । ତେଣୁ କୌଣସି ମହିଳା ଜାଣତରେ ହେଉ ଅବା ଅଜାଣତରେ ହେଉ ଏହି ସବୁ କାର୍ଯ୍ୟ କରିବା ଉଚିତ ନୁହେଁ । ମହିଳାମାନେ ଯେପରି ନିଜ ଘର ସମ୍ଭାଳନ୍ତି ସେହିପରି କିଛି କାମ କରି ନିଜ ଆଡକୁ ବରବାଦୀ ମଧ୍ୟ ଟାଣି ଆଣନ୍ତି । ସେଥିମଧ୍ୟରୁ ଗୋଟିଏ ଭୁଲ ହେଉଛି ପରିବା କାଟିବାକୁ ନେଇ । ଚାଲନ୍ତୁ ଜାଣିବା ମହିଳାମାନେ କେଉଁ ସବୁ ପରିବାକୁ ନିଜ ହାତରେ ଦୁଇ ଖଣ୍ଡ କରିବା ଅନୁଚିତ ।

ପ୍ରଥମରେ ହେଉଛି ପାଣି କଖାରୁ । ଓଡିଶାର କେତେକେ ସ୍ଥାନରେ ପାଣି କଖାରୁକୁ କଖାରୁ ବୋଲି ମଧ୍ୟ କହିଥାନ୍ତି । ଏହି ପାଣି କଖାରୁରେ ତିଆରି ବ୍ୟଞ୍ଜନ ସମସ୍ତେ ଖାଇବାକୁ ଖୁବ ଭଲ ପାଆନ୍ତି । କିନ୍ତୁ ଏହାକୁ ରୋଷେଇ କରିବା ପାଇଁ ଘରର ମହିଳାମାନେ ଏହି ପଣି କଖାରୁକୁ କେବେ ହେଲେ ନିଜ ହାତରେ କାଟିବା ଉଚିତ ନୁହେଁ । ଏହା ଓଡିଆ ପରମ୍ପରାରେ ରହିଛି । ତେଣୁ ଏହାକୁ ରୋଷେଇ କରିବାକୁ ହେଲେ ଘରର ପୁରୁଷଙ୍କ ଦ୍ଵାରା ଏହାକୁ ଦୁଇ ଖଣ୍ଡ କରି କାଟି ସାରିବା ପାରେ ମହିଳାମାନେ କାଟିବା ଉଚିତ ।

ଶାସ୍ତ୍ର ଅନୁଯାୟୀ ମହିଳାମାନେ ଏହାକୁ କାଟିବା ଅର୍ଥ ନିଜ ବଡ ପୁଅକୁ କାଟିବା କିମ୍ବା ବଳିଦାନ ଦେବା ଭଳି ହୋଇଥାଏ । ତେଣୁ ଯଦି ଘରର ମହିଳାମାନେ କଖାରୁ କାତନତି ତେବେ ଘର ଉପରେ ବିପଦ ପଡେ । ଏପରି କରିବା ଦ୍ଵାରା ମାନାଯାଏ କି ଘରର ବଡ ପୁଅ ଉପରେ ସବୁ ଅସୁବିଧା ଓ ଦୁଃଖର ପାହାଡ ମାଡି ପଡେ ।

ତେଣୁ କଖାରୁ ହେଉ ବା ପାଣି କଖାରୁକୁ ହିନ୍ଦୁ ମହିଳା ମାନେ କାଟନ୍ତି ନାହିଁ ।ଦ୍ବିତୀୟରେ ହେଉଛି ନଡିଆ ଭାଙ୍ଗିବା । ନଡିଆର ଦ୍ଵିତୀୟ ନାମ ହେଉଛି ନାରିକେଳ । ଆପଣ ମନ୍ଦିର ମାନଙ୍କରେ ଦେଖିଥିବେ କି ଅଧିକାଂଶ ପୁରୁଷ ମାନେ ହିଁ ନଡିଆ ଭାଙ୍ଗିଥାନ୍ତି । ଏପରିକି କୌଣସି ଶୁଭ କାର୍ଯ୍ୟରେ ବି ମହିଳା ମାନେ ନଡିଆ ଭାଙ୍ଗନ୍ତି ନାହିଁ । କାରଣ ସମୁଦ୍ର ମନ୍ଥନ ସମୟରେ ମାତା ଲକ୍ଷ୍ମୀ ନିଜ ସହ ନାରିକେଳ ବୃକ୍ଷ ଏବଂ କାମଧେନୁ ଗାଈକୁ ଧରାପୃଷ୍ଠକୁ ଆଣିଥିଲେ ।

ତେଣୁ ନଡିଆକୁ ମାତା ଲକ୍ଷ୍ମୀ ଏବଂ ଉର୍ବରାର ପ୍ରତୀକ ଭାବେ ବିବେଚନା କରାଯାଏ । ସେହିପରି ନଡିଆକୁ ସୃଷ୍ଟିର ମୂଳ ବୋଲି କୁହାଯାଏ । ହିନ୍ଦୁ ଦର୍ଶନ ଶାସ୍ତ୍ର ଅନୁସାରେ ସୃଷ୍ଟିରେ ହୋଇଥିବା ପ୍ରଥମ ଫଳ ହେଉଛି ନଡିଆ । ଯେଉଁଠାରେ ନଡିଆକୁ ବିଧି ଅନୁସାରେ ସ୍ଥାପନ କରାଯାଏ ସେଠାରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ଏହି କାରଣ ପାଇଁ ଶାସ୍ତ୍ରରେ ମହିଳା ମାନଙ୍କୁ ନଡିଆ ଭାଙ୍ଗିବା ପାଇଁ ବାରଣ କରାଯାଇଛି ।

ତେଣୁ ବନ୍ଧୁଗଣ ମହିଳା ମାନେ ଏହିସବୁ ପରିବା ବା ଫଳ ନିଜ ହାତରେ ଦୁଇ ଖଣ୍ଡ କରିବା ଅଶୁଭ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।