ପିରିୟଡସ୍ ପୂର୍ବରୁ ପେଟ କାଟୁଛି କି ? PMS ର ଏହିସବୁ ଲକ୍ଷଣ ଦେଖାଗଲେ କଣ କରିବେ ? Dr Rashmi Ranjan Dash

ଅଧିକାଂଶ ମହିଳାଙ୍କ ଠାରେ ପିରିୟଡସ୍ ପୂର୍ବରୁ ପେଟ କାଟିବା, ଶାରୀରିକ ବ୍ୟଥା, ମୁଡ୍ ସୁଇଙ୍ଗ ଭଳି ଲକ୍ଷଣ ଦେଖା ଦେଇଥାଏ । କିଛି ମହିଳାଙ୍କ କ୍ଷେତ୍ରରେ ସ୍ତନ ଦରଜ ହେବା, ପେଟ ଫୁଲିବା ଭଳି ଶାରୀରିକ ପରିବର୍ତ୍ତନ ମଧ୍ୟ ଦେଖାଯାଏ । ଏସବୁକୁ ପ୍ରି ମେନଷ୍ଟରୁଆଲ ସିଣ୍ଡ୍ରୋମ (PMS) ବୋଲି କୁହାଯାଏ । ତେବେ ଏହି ଲକ୍ଷଣ କେତେ ଗମ୍ଭୀର ହେଲେ ଜଣେ ମହିଳା ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ ? ଆସନ୍ତୁ ଏନେଇ ଜାଣିବା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରଶ୍ମୀ ରଞ୍ଜନ ଦାଶଙ୍କ ଠାରୁ ।

ପିରିୟଡସ୍ ଆରମ୍ଭ ହେବାର ୭ରୁ ୧୦ ଦିନ ପୂର୍ବରୁ ଅନେକ ମହିଳାଙ୍କ ଠାରେ ଏଭଳି କିଛି ପରିବର୍ତ୍ତନ ଦେଖାଯାଏ । ଏହି ପରିବର୍ତ୍ତନ ଦୁଇ ପ୍ରକାରର । ପ୍ରଥମଟି ହେଉଛି ବ୍ୟବହାରିକ ପରିବର୍ତ୍ତନ ଓ ଦ୍ଵିତୀୟଟି ଶାରୀରିକ ପରିବର୍ତ୍ତନ । ବ୍ୟବହାରିକ ପରିବର୍ତ୍ତନ ହେଉଛି ମୁଣ୍ଡ ବ୍ୟଥା ହେବା, ଚିଡଚିଡା ଲାଗିବା, ଟିକେ ଟିକେ କଥାରେ ରାଗିଯିବା, କିଚୀ କାରଣ ନଥାଇ କାନ୍ଦିବା ଓ ଖାଦ୍ଯ ପ୍ରତି ରୁଚି କମିଯିବା ।

ଶାରୀରିକ ପରିବର୍ତ୍ତନ ହେଉଛି ସ୍ତନ ଦରଜ ହେବା, ପେଟ କାଟିବା ଆଦି । ଏହିସବୁ ସମସ୍ଯା ମାସିକ ଧର୍ମ ଆରମ୍ଭ ହେବାର କିଛିଦିନ ପୂର୍ବରୁ ଆରମ୍ଭ ହୋଇ ମାସିକ ଧର୍ମ ଆରମ୍ଭ ହେବାର ୪ରୁ ୫ଦିନ ପର୍ଯ୍ୟନ୍ତ ଲାଗିରୁହେ । ହାଇପରଟେନସନ ଏବଂ ମାନସିକ ରୋଗରେ ମଧ୍ୟ ଏଭଳି ସିଣ୍ଡ୍ରୋମ ଦେଖାଯାଏ ।

କିନ୍ତୁ ବିନା ସେଭଳି ସମସ୍ୟାରେ ପ୍ରତି ମାସରେ ଋତୁସ୍ରାବ ଆରମ୍ଭ ହେବାରୁ ଯଦି ଏହିସବୁ ସିଣ୍ଡ୍ରୋମ ଦେଖାଦେଉଛି ଏବଂ ଋତୁସ୍ରାବର ୪-୫ଦିନରେ ଭଲ ହେଉଛି ତେବେ ଏହା ପିଏମଏସ ର ଲକ୍ଷଣ । ଏହା ଅତି ଭୀଷଣ ହେଲେ ତାକୁ ପ୍ରି ମେନଷ୍ଟରୁଆଲ ଡିସ୍ଫୋରିକ ଡିଜଅର୍ଡର ବୋଲି କୁହାଯାଏ । କିନ୍ତୁ ଏହି ସିଣ୍ଡ୍ରୋମରେ ଶାରୀରିକ ପରିବର୍ତ୍ତନ ଠାରୁ ଅଧିକ ବ୍ୟବହାରିକ ପରିବର୍ତ୍ତନ ଦେଖାଯାଏ । ଏହାର ଚିକିତ୍ସା ପାଇଁ ମନସ୍ତତ୍ତ୍ଵବିତଙ୍କ ପରାମର୍ଶ ନେବା ଜରୁରୀ ହୋଇଥାଏ ।

ଆପଣ ଚାହିଁଲେ ଗାଇନୋକୋଲୋଜିଷ୍ଟଙ୍କ ପାଖରେ ମଧ୍ୟ ଏହି ସମସ୍ୟା ପାଇଁ ଚିକିତ୍ସିତ ହୋଇପାରିବେ । ଏମାନଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ କିଛି ଔଷଧ ଖାଇବା ନିହାତି ଆବଶ୍ୟକ ହୋଇଥାଏ । ଯେଉଁ ମାନଙ୍କର ସାଧାରଣ ପିଏମଏସ ରହିଛି ସେମାନେ କେବଳ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣିବେ ଓ କିଛି ସାଧାରଣ ଔଷଧ ମଧ୍ୟ ଖାଇବା ଦ୍ଵାରା ଏହି ସମସ୍ଯା ଭଲ ହୋଇପାରିବ ।

ତେବେ ଏହା ସଂପୂର୍ଣ୍ଣ ଭାବେ ଭଲ ହୋଇ ନଥାଏ, ଏହାକୁ କେବଳ ନିୟନ୍ତ୍ରଣରେ ରଖିହୁଏ । କିଛି ମହିଳାଙ୍କ କ୍ଷେତ୍ରରେ ମାଆ ହେବା ପରେ ଏହି ସମସ୍ଯା ଭଲ ହୋଇଯାଏ । ତେବେ ଋତୁସ୍ରାବ ପୂର୍ବରୁ ଆମ ଶରୀରରେ ଅନେକ ହର୍ମୋନାଲ ଚେଞ୍ଜେସ ଆସିଥାଏ । ଆମ ଶରୀର ଓ ମନ ସେହି ପରିବର୍ତ୍ତନକୁ ଯେଉଁଭଳି ଗ୍ରହଣ କରେ ସେହି ଅନୁସାରେ ପିଏମଏସ ସମସ୍ଯା ଦେଖାଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।