ମହାରାଷ୍ଟ୍ରର ଗଢଚିରୌଲୀରେ ନକ୍ସଲବାଦୀମାନେ କମାଣ୍ଡୋ ଟିମ ଉପରେ କରିଲେ ଆଟାକ, ଆଈଈଡୀ ବ୍ଲାସ୍ଟରେ ୧୫ ଜଣ ଯବାନ ସହିଦ

ମହାରଷ୍ଟ୍ରର ଗଢଚିରୌଲୀରେ ନକ୍ସଲବାଦୀମାନଙ୍କ ଦ୍ଵାରା ଘାତ ଲଗାଇ କରାଯାଇଥିବା ଆକ୍ରମଣରେ C – ୬୦ ଫୋର୍ସର ୧୫ ଜଣ ଯବାନ ସହିଦ ହୋଇଯାଇଛନ୍ତି । ନକ୍ସଲବାଦୀମାନଙ୍କ ଦ୍ଵାରା କରାଯାଇଥିବା ଆଈଈଡୀ ବ୍ଲାସ୍ଟରେ କ୍ୱିକ ରିସ୍ପନ୍ସ ଟୀମକୁ ନେଇ ଯାଉଥିବା ବାହନ ଶିକାର ହୋଇଛି । ପିଏମ ମୋଦୀ ଏହି ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପ୍ରତି ଶୋକ ପ୍ରକଟ କରିଲେ ଏବଂ କହିଲେ କି ଆକ୍ରମଣକାରୀମାନଙ୍କୁ ଛଡା ଯିବ ନାହିଁ । ରାଜ୍ୟର ସିଏମ ଦେବେନ୍ଦ୍ର ଫଡଣବୀସ ଲଗାତର ଡୀଜୀପୀ ଏବଂ ଗଢଚିରୌଲୀଙ୍କର ଏସପି ସମ୍ପର୍କରେ ଅଛନ୍ତି ।

ନକ୍ସଲବାଦୀମାନଙ୍କର ପଛରେ ଯାଇଥିଲେ ଯବାନ

କହିଦେଉଛୁ ଯେ କୁରଖେଡା ତହସୀଲର ଦାଦାପୁରା ଗ୍ରାମରେ ନକ୍ସଲବାଦୀମାନେ ୩୬ ଟି ଗାଡିରେ ନିଆଁ ଲଗାଇ ଦେଇଥିଲେ । ଏହା ପରେ କ୍ୱିକ ରିସ୍ପନ୍ସ ଟୀମର କମାଣ୍ଡୋ ଘଟଣା ସ୍ଥଳକୁ ଯାଉଥିଲେ । ଏହି କମାଣ୍ଡୋମାନେ ନକ୍ସଲବାଦୀମାନଙ୍କର ପିଛା କରି ଜଂବୁଖେଡା ଗ୍ରାମର ଏକ ପୁଲିୟାରେ ପହଞ୍ଚିଥିଲେ, ଯେଉଁଠି ନକ୍ସଲବାଦୀମାନେ ବିସ୍ଫୋଟ ଜରିଆରେ ଯବାନମାନଙ୍କ ଉପରେ ଆକ୍ରମଣ କରିଦେଇଥିଲେ ।

କହିଦେଉଛୁ ଯେ ଗଢଚିରୌଲୀର ଏହି ଧମାକା ଘନ ଜଙ୍ଗଲ ମଧ୍ୟରେ ହୋଇଛି । ଧମାକା ପରେ ପୁଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ଫାଇରିଙ୍ଗ ମଧ୍ୟ ହୋଇଥିଲା । ବର୍ତ୍ତମାନ ସେହି ଅଞ୍ଚଳରେ ସର୍ଚ ଅପରେସନ ଚାଲିଛି । କୁହାଯାଉଛି କି ମହାରାଷ୍ଟ୍ରରେ ଶାନ୍ତି ପୂର୍ଣ ଏବଂ ବଢି ଚଢି ହେଉଥିବା ମତଦାନ ଉପରେ ନକ୍ସଲବାଦୀ ରାଗି ଯାଇଥିଲେ, ଯେଉଁ କାରଣରୁ ସେମାନେ ଏହି ଆକ୍ରମଣ କରିଛନ୍ତି । ଏହା ପୂର୍ବରୁ ମହାରାଷ୍ଟ୍ର ଦିବସରେ ଗଢଚିରୌଲୀରେ ନକ୍ସଲବାଦୀମାନେ ପ୍ରାଇଭେଟ ଠିକାଦାରଙ୍କର ୩ ଡର୍ଜନ ଗାଡିକୁ ନିଆଁ ଲଗାଇଦେଇଥିଲେ ।

ପିଏମ ମୋଦୀ ଜଣାଇଲେ ଶୋକ

ପିଏମ ମୋଦୀ ବି ନିଜର ଆଧିକାରିକ ଟ୍ୱିଟର ହୈଂଡଲରେ ସହିଦ ଯବାନଙ୍କ ପ୍ରତି ଶୋକ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି କି, ‘ସମସ୍ତ ବାହାଦୁର ଯବାନଙ୍କୁ ମୁଁ ସଲାମ କରୁଛି । ତାଙ୍କର ବଳିଦାନକୁ କେବେ ବି ଭୁଲିବି ନାହିଁ । ମୋର ସାନ୍ତ୍ଵନା ଶୋକ ସମସ୍ତ ସହିଦ ପରିବାରଙ୍କ ସହିତ ଅଛି । ହିଂସା କରିଥିବା ଲୋକମାନଙ୍କୁ ଛଡା ଯିବ ନାହିଁ ।‘

କିଏ ଅଟନ୍ତି C – ୬୦ କମାଣ୍ଡୋ

ନକ୍ସଲବାଦୀ ଉପରେ ଧ୍ୟାନ ରଖି ୧୯୯୨ ମସିହାରେ C – ୬୦ ପ୍ରସ୍ତୁତ କରାଯାଇଥିଲା । ଏଥିରେ ପୁଲିସ ଫୋର୍ସର ୬୦ ଯବାନ ସାମିଲ ହୋଇଥିଲେ । C – ୬୦ରେ ସାମିଲ ପୁଲିସବାଲାଙ୍କୁ ଗୁରିଲ୍ଲା ଯୁଦ୍ଧ ପାଇଁ ମଧ୍ୟ ପ୍ରସ୍ତୁତ କରାଯାଉଥିଲା । ଏମାନଙ୍କର ଟ୍ରେନିଗ ହାଇଦ୍ରାବାଦ, ବିହାର ଏବଂ ନାଗପୁର ହୋଇଥାଏ । ଏହି ଫୋର୍ସକୁ ମହାରାଷ୍ଟ୍ରର ଉତ୍କୃଷ୍ଟ ଫୋର୍ସ ବୋଲି କୁହାଯାଏ ।