ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କୁ ଜୋରଦାର ବିରୋଧ କରାଯାଉଛି । ୧୧ ବର୍ଷ ତଳର ସେହି ଭୁଲ ତାଙ୍କ ପାଇଁ ମହଙ୍ଗା ପଡିପାରେ କି ? ରଣବୀରଙ୍କ ନାଁରେ ଆସିଛି ହିନ୍ଦୁ ଧର୍ମକୁ ଅପମାନ କରିବାର ଅଭିଯୋଗ । ଯେଉଁଥି ପାଇଁ ଆନ୍ଦୋଳନକାରୀ ତାଙ୍କୁ ମନ୍ଦିରରେ ପୁରେଇ ଦେଲେନି । ମହାକାଳଙ୍କ ଦର୍ଶନ ପାଇଁ ଯାଇଥିବା ବେଳେ ନିରାଶ ହୋଇ ଫେରିଛନ୍ତି ଷ୍ଟାର କପୁଲ । ମଧ୍ୟପ୍ରଦେଶ ଉଜୟିନୀରେ ଆଲିଆ ଓ ରଣବୀରଙ୍କୁ ଜୋରଦାର ବିରୋଧ କରାଯାଇଛି ।
ଶେଷରେ ସ୍ଥିତି ଏମିତି ହେଲା ଯେ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡିଥିଲା । ଆଉ ମାତ୍ର ଗୋଟିଏ ଦିନରେ ରିଲିଜ ହେବାକୁ ଯାଉଛି ଏହି ଷ୍ଟାର କପୁଲଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ “ବ୍ରାହ୍ମସ୍ତ୍ର: ପାର୍ଟ ୱାନ ଶିବା” । ଏହି ଫିଲ୍ମର ରିଲିଜ ପାଇଁ ଆଲିଆ ଏବଂ ରଣବୀର ଫିଲ୍ମ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀଙ୍କ ସମେତ ସମସ୍ତ କ୍ରୁ ମେମ୍ବର ବୁଧବାର ଦିନ ମଧ୍ୟପ୍ରଦେଶ ଉଜୟିନୀର ମହାକାଳେଶ୍ଵର ମନ୍ଦିରରେ ପହଞ୍ଚିଥିଲେ । ହେଲେ ସେ ସମସ୍ତଙ୍କୁ ସେଠାରେ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥିଲା ।
ବିଶେଷ କରି ରଣବୀର ଓ ଆଲିଆଙ୍କୁ ଲୋକେ ଜୋରଦାର ବିରୋଧ କରିଥିଲେ । ଉଭୟଙ୍କ ମନ୍ଦିର ପ୍ରବେଶଙ୍କୁ ବିରୋଧ କରିବା ସହ ବ୍ରାହ୍ମସ୍ତ୍ର ସିନେମାକୁ ବୟକଟ କରିବା ପାଇଁ ନାରା ଦେଇ ଆନ୍ଦୋଳନ କରିଥିଲେ । ସ୍ଥିତି ଅଣାୟାତ ହେଉଥିବା ଦେଖି ଆଲିଆ ଓ ରଣବୀର ମହାଦେବଙ୍କ ଦର୍ଶନ ନକରି ସେଠାରୁ ଫେରି ଯାଇଥିଲେ । ହେଲେ ଫିଲ୍ମ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ଏବଂ ଅନ୍ୟ କ୍ରୁ ମେମ୍ବରମାନେ ମହାକାଳେଶ୍ଵରଙ୍କ ଦର୍ଶନ କରି ଆଶୀର୍ବାଦ ନେଇ ଫେରିଥିଲେ ।
ତେବେ ଖାସ କଥା ହେଉଛି ବ୍ରାହ୍ମସ୍ତ୍ର ସିନେମାକୁ ନେଇ ଯେଉଁ ବୟକଟ ନାରା ଦିଆଯାଉଛି ତାହା ଏହି ଫିଲ୍ମର ବିଷୟବସ୍ତୁ କିମ୍ବା କାହାଣୀ ଯୋଗୁଁ ନୁହେଁ । ଫିଲ୍ମରେ ମୁଖ୍ୟ ନାୟକ ଭାବେ ଅଭିନୟ କରିଥିବା ରଣବୀର କପୁରଙ୍କ ୧୧ ବର୍ଷ ତଳର ଏକ ପୁରୁଣା ବୟାନକୁ ଭିତ୍ତି ଏଭଳି ବିରୋଧ କରାଯାଉଛି । ପାଖାପାଖି ୧୧ ବର୍ଷ ତଳେ ଏକ ଇଣ୍ଟରଭ୍ୟୁରେ ରଣବୀର କହିଥିଲେ, “ଆଇ ଆମ ଏ ବିଫ ବୟ” । ଯାହାକୁ ନେଇ ଆଜି ତାଙ୍କୁ ଦେଶବ୍ୟାପୀ ଆନ୍ଦୋଳନର ସାମ୍ନା କରିବାକୁ ପଡିଛି ।
ଏନେଇ ମଧ୍ୟପ୍ରଦେଶର ଗୃହମନ୍ତ୍ରୀ କହିଛନ୍ତି, ଆଲିଆ ଓ ରଣବୀରଙ୍କ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିଲା । କିନ୍ତୁ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସେମାନେ ନିଜେ ଫେରି ଯାଇଥିଲେ । କଳାକାର ହୋଇ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ଭଳି ମନ୍ତବ୍ୟ ଦେବା ଉଚିତ ନୁହେଁ ବୋଲି ମଧ୍ୟ ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।