ଆହୁରି ମହଙ୍ଗା ହେବ ମୋବାଇଲ ରିଚାର୍ଜ ! ଏବେ ପୁଣି ଥରେ ରିଚାର୍ଜ ଦାମ୍ ରେ ବୃଦ୍ଧି କରିବାକୁ ଯାଉଛନ୍ତି ଟେଲିକମ କମ୍ପାନୀମାନେ, ଦେଖନ୍ତୁ କଣ ହେବ ନୂଆ ଅଫର୍ ?

ଆପଣ ଯଦି ସ୍ମାର୍ଟଫୋନ ୟୁଜର ଏବଂ ଆପଣ ଇଣ୍ଟରନେଟ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ ଖବର । ପୁଣି ଥରେ ମହଙ୍ଗା ହେବାକୁ ଯାଉଛି ମୋବାଇଲ ରିଚାର୍ଜ । ଶସ୍ତାରେ ମୋବାଇଲ ସେବା ପାଇବା ଯୁଗ ଏବେ ଶେଷ ହେବାକୁ ଯାଉଛି । ଦେଶର ପ୍ରମୁଖ ଟେଲିକମ କମ୍ପାନୀ ଗୁଡିକ ଚଳିତ ବର୍ଷ ପୁଣି ଥରେ ରିଚାର୍ଜ ଦାମ୍ ବଢାଇବା ବିଷୟରେ ଚିନ୍ତା କରୁଥିବା ସୂଚନା ମିଳିଛି । ତେଣୁ ଏବେ ଇଣ୍ଟରନେଟ ୟୁଜର୍ସ ନେଟ୍ ବ୍ୟବହାରକ କରିବା ପାଇଁ ଅଧିକ ଟଙ୍କା ଗଣିପାରନ୍ତି ।

ଖର୍ଚ୍ଚର ଚାପ ଏବଂ ୫ଜି ସେବା ଯୋଗାଇ ଦେବା ପାଇଁ ଟାରିଫ ପ୍ଳାନ ବଢାଇବାକୁ ପଡିବ ବୋଲି ଏୟାରଟେଲ କମ୍ପାନୀ ପକ୍ଷରୁ କୁହାଯାଇଛି । ଗତବର୍ଷ ନଭେମ୍ବର ମାସରେ ମୋବାଇଲ ରିଚାର୍ଜ ଦରରେ ହଠାତ ବୃଦ୍ଧି ଦେଖିବାକୁ ମିଳିଥିଲା । ନେଟ୍ ଓ ଟକଟାଇମ ପାଇବା ପାଇଁ ଗ୍ରାହକମାନେ ଅଧିକ ଟଙ୍କା ଗଣୁଛନ୍ତି । ପ୍ରଥମେ ଏୟାରଟେଲ ଓ ଏହାପରେ ଭୋଡାଫୋନ ଏବଂ ଜିଓ ମଧ୍ୟ ନିଜ ମାସିକିଆ ରିଚାର୍ଜ ପ୍ଳାନ ବଢାଇଥିଲେ ।

ଟେଲିକମ କମ୍ପାନୀ ଗୁଡିକ ପ୍ରାୟତଃ ୨୦ରୁ ୨୫ ପ୍ରତିଶତ ଦାମ ବଢାଇବା ପରେ ପୂର୍ବରୁ ଯେଉଁ ତିନିମାସିଆ ପ୍ଳାନ ପାଇଁ ୬୦୦ ଟଙ୍କା ଦେବାକୁ ହେଉଥିଲା ତାହା ବର୍ତ୍ତମାନ ୭୦୦ ତାଙ୍କ ହୋଇଯାଇଛି । ତେବେ ଏବେ ପୁଣି ଥରେ ଏହି ଦାମ୍ ବଢିଲେ ସେହି ସମାନ ପ୍ଳାନର ଦାମ୍ ପାଖାପାଖି ୮୦୦ ଟଙ୍କା ହୋଇପାରେ ବୋଲି ଅନୁମାନ କରାଯାଉଛି । ଗତ ଥର ରିଚାର୍ଜ ମୂଲ୍ୟ ବଢାଇବା ପରେ ଟେଲିକମ କମ୍ପାନୀ ଗୁଡିକର ଲାଭ ବେଶ ବଢି ଯାଇଥିଲା ।

କମ୍ପାନୀ ଗୁଡିକ ପୂର୍ବାପେକ୍ଷା ଅଧିକ ଆୟ କରିଥିଲେ । ହେଲେ ଅନ୍ୟପଟେ ଏୟାରଟେଲ ୬ଲକ୍ଷ ଏବଂ ଜିଓ ତା’ର ୮୫ ଲକ୍ଷ ଗ୍ରାହକଙ୍କୁ ହରାଇଥିଲା । ଅନେକ ଲୋକ ମୋବାଇଲ ନେଟ୍ ୟୁଜ କରିବା ମଧ୍ୟ ବନ୍ଦ କରି ଦେଇଥିଲେ । ଏପରି ବେଳେ ଯଦି କମ୍ପାନୀ ଏହି ଦାମ୍ ଆହୁରି ବୃଦ୍ଧି କରେ ତେବେ ୟୁଜର୍ସଙ୍କ ଉପରେ ଏହାର ଏକ ବଡ ପ୍ରଭାବ ପଡିବ ବୋଲି କୁହାଯାଉଛି । ଦେଶରେ ୫ଜି ସେବା ଯୋଗାଇ ଦେଗବା ପାଇଁ ପ୍ରୟାସ ଜାରି ରଖିଛନ୍ତି ସମସ୍ତ ଟେଲିକମ କମ୍ପାନୀ ।

୪ଜି ସେବା ଆରମ୍ଭ ସମୟରେ ଜିଓ ଯେଉଁଭଳି ବାଜି ମାରି ନେଇଥିଲା ଏବେ ସେହିଭଳି ପରିସ୍ଥିତି ସୃଷ୍ଟି ନହେଉ ବୋଲି ଅନ୍ୟ କମ୍ପାନୀମାନେ ଲକ୍ଷ ରଖିଛନ୍ତି । ତେଣୁ ଆସନ୍ତା ମେ, ଜୁନରେ ହେବାକ୍ୟ ଥିବା ୫ଜି ସ୍ପେକ୍ଟ୍ରମ ପାଇଁ ଟଙ୍କା ଯୋଗାଡ କରିବାରେ ଲାଗି ପଡିଛନ୍ତି ସବୁ କମ୍ପାନୀ । ଯାହାର ସିଧାସଳଖ ପ୍ରଭାବ ୟୁଜର୍ସଙ୍କ ଉପରେ ପଡିବା ସହ ରିଚାର୍ଜ ପ୍ଳାନରେ ବୃଦ୍ଧି ହେବ ବୋଲି ସୂଚନା ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।