Maha Shivratri 2022- କାହିଁକି ପାଳନ କରାଯାଏ ମହା ଶିବରାତ୍ରି ? ଜାଣନ୍ତୁ ଏହି ଦିନର ମହତ୍ଵ ବିଷୟରେ ଶିବପୁରାଣରେ ବର୍ଣ୍ଣିତ ଥିବା କାହାଣୀ !

ଅନେକ ଲୋକ ଏକଥା ଜାଣିଥାନ୍ତି କି ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହ ଉପଲକ୍ଷେ ମହା ଶିବରାତ୍ରି ପାଳନ କରାଯାଏ । ଆଉ କିଛି ଲୋକ ବିଶ୍ବାସ କରନ୍ତି ଯେ ଏହିଦିନ ହିଁ ଭଗବାନ ଶିବ ସାଗର ମନ୍ଥନ ସମୟରେ ସମୁଦ୍ରରୁ ବାହାରିଥିବା କାଳକୂଟ ନାମକ ବିଷପାନ କରିଥିଲେ । କିନ୍ତୁ ଏହାକୁ ନେଇ ଶିବପୁରାଣରେ ଏକ ଶିକାରୀ ସହ ଜଡିତ କଥା ବର୍ଣ୍ଣନା କରାଯାଇଛି । ଆଜି ଆମେ ଆପଣଙ୍କୁ ଶିବପୁରାଣରେ ବର୍ଣ୍ଣିତ ଏହି କଥା ବିଷୟରେ କହିବାକୁ ଯାଉଛୁ ।

ଶିବପୁରାଣରେ କଟିରୁଦ୍ର ସଂହିତାରେ ବର୍ଣ୍ଣିତ କଥାନୁସାରେ ପୌରଣିକ କାଳରେ କୃଧୁ ନାମକ ଜଣେ ଶକ୍ତିଶାଳୀ ଓ ନିଷ୍ଠୁର ଶିକାରୀ ଏକ ବନରେ ରହୁଥିଲେ । ତାଙ୍କ ପରିବାର ଖୁବ ବଡ ଥିବାରୁ ସେ ତାଙ୍କୁ ପୋଷିବା ପାଇଁ ପ୍ରତିଦିନ ବନକୁ ଯାଇ ପଶୁପକ୍ଷୀଙ୍କ ଶିକାର କରୁଥିଲେ ଓ ଚୋରୀ ମଧ୍ୟ କରୁଥିଲେ । ସେ ପିଲାଦିନୁ କୌଣସି ଶୁଭକର୍ମ କରି ନଥିଲେ । ଏକଦା ମହାଦେବଙ୍କ ମହା ଶିବରାତ୍ରି ପାଖେଇ ଆସୁଥିଲା । କିନ୍ତୁ ସେ ବନରେ ରହୁଥିବାର ଏକଥା ଜାଣି ନଥିଲେ । ସେଦିନ ଘରେ ଖାଇବା ନଥିବାରୁ ସେ ଧନୁ ଧରି ବନକୁ ଚାଲିଗଲେ ।

ଅନେକ ସମୟ ବୁଲିବା ପରେ ମଧ୍ୟ ସନ୍ଧ୍ୟା ହୋଇ ଆସିଲା ପଛେ ତାଙ୍କୁ କୌଣସି ଶିକାର ମିଳିଲା ନାହିଁ । ତେଣୁ ସ୍ତ୍ରୀ, ପିଲାଛୁଆ ଓ ପିତାମାତା କଣ ଖାଇବେ ଭାବି ସେ ଚିନ୍ତାରେ ପଡିଥିଲେ । ଏମିତି ଭାବି ଭାବି ସେ ଏକ ଜଳାଶୟ ନିକଟରେ ଯାଇ ବସିଲେ । କାରଣ କେହି ନା କେହି ଏଠାକୁ ପାଣି ପିଇବା ପାଇଁ ଅବଶ୍ୟ ଆସିବେ ବୋଲି ସେ ଚିନ୍ତା କଲେ । ତେଣୁ ଏକ କମଣ୍ଡଳୁରେ ପାଣି ଭାରି ନିକଟରେ ଥିବା ଏକ ବେଲଗଛ ଉପରେ ଯାଇ ବସିପଡିଲେ ।

ଶିକାର ଅପେକ୍ଷାରେ ସେ ଅନେକ ରାତି ଯାଏଁ ଭୋକ ଶୋଷରେ ଗଛରେ ବସିରହିଲେ । ରାତ୍ରିର ପ୍ରଥମ ଘଣ୍ଟା ଆରମ୍ଭ ହେବା ବେଳେ ସେଠାରେ ଏକ ତୃଷାର୍ତ୍ତ ହରିଣକୁ ଦେଖି ସେ ଖୁସି ହୋଇ ଧନୁ ଉଠାଇଲେ । ଏମିତି କରିବା ବେଳେ ତାଙ୍କ ହାତ ବାଜି କମଣ୍ଡଳୁରୁ କିଛି ଜଳ ଓ ବେଲପତ୍ର ତଳେ ଥିବା ଏକ ଶିବଲିଙ୍ଗ ଉପରେ ପଡିଲା । ଯାହାକି ଶିକାରୀକୁ ଅଜ୍ଞାତ ଥିଲା । ଏହି ପ୍ରକାରେ ଶିବଙ୍କ ପ୍ରଥମ ରାତ୍ରି ପୂଜା ସମ୍ପନ୍ନ ହେଲା ଓ ଶିକାରୀର ଅନେକ ପାପ ନଷ୍ଟ ହୋଇଗଲା ।

ହରିଣ ଏହା ଦେଖିପାରି ଶିକାରୀଙ୍କୁ ପଚାରିଲା କି ସେ କଣ କରିବାକୁ ଚାହୁଁଛନ୍ତି । ଶିକାରୀ କହିଲା ମୋ ପରିବାର ଲୋକ ଭୋକରେ ଅଛନ୍ତି ତେଣୁ ତୁମକୁ ମାରି ସେମାନଙ୍କ ଭୋକ ମେଣ୍ଟାଇବି । ଏହା ଶୁଣି ହରିଣ ଏକ ଉପାୟ ପାଞ୍ଚି କହିଲା ମୋ ଶରୀର ଦ୍ଵାରା ତୁମ ପରିବାରକୁ ତୃପ୍ତି ମିଳିବ, ଏହାଠୁ ବଡ ପୂଣ୍ୟର କାମ କିଛି ନୁହେଁ । କିନ୍ତୁ ବନରେ ମୋର ସ୍ଵାମୀ, ପିଲାଛୁଆ ଅଛନ୍ତି, ମୁଁ ସେମାନଙ୍କୁ ସ୍ବାମୀଙ୍କ ହସ୍ତାନ୍ତର କରି ଫେରିଆସିବି ।

କିନ୍ତୁ ଶିକାରୀଟି ତାକୁ ବିଶ୍ବାସ ନକରିବାରୁ ହରିଣଟି ଶପଥ କରି ନିଶ୍ଚୟ ଫେରିଆସିବ ବୋଲି ଗୁହାରି କଲା । ଏହାପରେ ଶିକାରୀଟି ବିଶ୍ବାସ କରି ତାକୁ ଛାଡିଦେଲା । ଏହାପରେ ରାତ୍ରିର ଦ୍ଵିତୀୟ ଘଡିରେ ଆଉ ଏକ ହରିଣ ସେଠାକୁ ଆସିଲା । ଆଉ ପୂର୍ବ ଭଳି ଶିକାରୀର ହାତ ବାଜି କମଣ୍ଡଳୁରୁ ପାଣି ଓ ଗଚରୁ ବେଲପତ୍ର ପଡି ଶିବଙ୍କ ଦ୍ଵିତୀୟ ଘଡି ପୂଜା ମଧ୍ୟ ସମ୍ପନ୍ନ ହେଲା । ଆଉ ପ୍ରଥମ ହରିଣ ଯେଉଁଭଳି କହି ଯାଇଥିଲା ଦ୍ଵିତୀୟ ହରିଣଟି ମଧ୍ୟ ସେହିଭଳି କହି ନିଜ ଆଶ୍ରୟସ୍ଥଳକୁ ଫେରିଗଲା ।

ରାତ୍ରିର ତୃତୀୟ ଘଡି ସମୟରେ ମଧ୍ୟ ଠିକ ଏହିପରି ଆଉ ଗୋଟିଏ ହରିଣ ଆସିଲା ଓ ତାକୁ ଦେଖି ଧନୁ ଉଠାଇବା ବେଳେ ଶିବଙ୍କ ତୃତୀୟ ଘଡି ପୂଜା ମଧ୍ୟ ସମ୍ପନ୍ନ ହେଲା । ଆଉ ହରିଣଟି ଠିକ ପୂର୍ବ ହରିଣଙ୍କ ଭଳି ଶପଥ କରି ଶିକାରୀକୁ ତାକୁ ଛାଡିଦେବାକୁ କହିଲା । ଏହା ଶୁଣି ଶିକାରୀ କହିଲା ତୁମ ପୂର୍ବରୁ ଦୁଇଟି ହରିଣ ଆସି ଏହିପରି ଆସି କହି ଯାଇଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ଫେରି ନାହାନ୍ତି । ତୁମେ ବି ଯଦି ମିଛ କହି ଚାଲିଯିବ ତେବେ ମୋ ଜୀବିକା କିପରି ନିର୍ବାହ ହେବ ।

କିନ୍ତୁ ହରିଣଟି କହିଲା ମୁଁ ଯଦି ଫେରି ନଆସେ ତେବେ ମହା ଶିବ ରାତ୍ରିଦିନ ଭୋଜନ କଲେ କିମ୍ବା ମିଥ୍ୟାସାକ୍ଷ୍ୟ ଦେଲେ ଯେଉଁ ପାପ ଲାଗେ ତାହା ମୋତେ ଲାଗିବ । ଏହା ଶୁଣି ଶିକାରୀଟି ତାକୁ ମଧ୍ୟ ବିଶ୍ଵାସ କରି କହିଲା ଯାଅ କିନ୍ତୁ ଶୀଘ୍ର ଫେରିଆସିବ । କାରଣ ଶିକାରୀର ହୃଦୟ ଅଜାଣତରେ ଶିବଙ୍କ ପୂଜା କରିବା ଦ୍ଵାରା ପରିବର୍ତ୍ତନ ହୋଇ ଆସୁଥିଲା । ଏହି ତିନି ହରିଣଙ୍କ ଭେଟ ଆଶ୍ରମରେ ହେଲା ଓ ସେମାନେ ନିଶ୍ଚୟ କଲେ ଯେ ଶପଥ ଦେଇଥିବାରୁ ନିଶ୍ଚୟ ଶିକାରୀ ପାଖକୁ ଯିବେ ।

ତେବେ ସେମାନଙ୍କ ପିଲାମାନେ ମଧ୍ୟ ପିତାମାତାଙ୍କ ଗତି ଅନୁସରଣ କରି ତାଙ୍କ ପଛେ ଆସିଲେ । ଏକାସାଥିରେ ଏତେ ହରିଣ ଆସିଥିବାର ଦେଖି ଶିକାରୀ ଖୁସି ହୋଇ ଧନୁ ଉଠାଇଲା ଓ ସେହି ସମୟରେ ପୁଣି ଥରେ ଶିବଙ୍କ ଚତୁର୍ଥ ଘଡି ପୂଜା ସମ୍ପନ୍ନ ହେଲା ଏବଂ ତତକ୍ଷଣାତ ଶିକାରୀର ସବୁ ପାପ ଧୌତ ହେଲା । ହରିଣମାନେ କହିଲେ, “ହେ ଶିକାରୀ, ଆମକୁ ଶିକାର କରି ଆମ ଶରୀରକୁ ସାର୍ଥକ କର ।” ଶିକାରୀ ଉପରେ ଶିବପୂଜାର କିଛି ପ୍ରଭାବ ପଡିଥିବାରୁ ତା’ର ଜ୍ଞାନ ଚକ୍ଷୁ ଖୋଲିଗଲା ଓ ସେ ଚିନ୍ତା କଲା କି ଏମାନେ ଅଜ୍ଞାନ ପଶୁ ହୋଇ ମଧ୍ୟ ଧନ୍ୟ ଅଟନ୍ତି ।

କାରଣ ନିଜ ଶରୀର ଦ୍ଵାରା ପରୋପକାର କରିବାକୁ ଚାହୁଁଛନ୍ତି । ମୁଁ ମଣିଷ ହୋଇ ମଧ୍ୟ କୁକାର୍ଯ୍ୟ କରି ମୋ ପରିବାର ପୋଷି ଆସୁଛି । ତେଣୁ ସେ ଧନୁ ଫୋପାଡି ଦେଇ ହରିଣଙ୍କୁ ଫେରିଯିବାକୁ କହିଲା । ତାଙ୍କ କାର୍ଯ୍ୟରେ ଭଗବାନ ଶିବ ପ୍ରସନ୍ନ ହୋଇ ତାଙ୍କୁ ଦିବ୍ୟସ୍ଵରୂପର ଦର୍ଶନ ଦେଲେ ଓ ସୁଖ ସମୃଦ୍ଧିର ବରଦାନ ଦେଇ ଗୃହୁ ନାମ ପ୍ରଦାନ କଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।