ବନ୍ଧୁଗଣ ନମସ୍କାର । ସବୁ ଗେଟ ଖୋଲି ଦେଇଛି ଛତିଶଗଡ । ଯେଉଁଥିରେ ପ୍ରବଳ ମାତ୍ରା ରେ ଜଳ ପଶି ଆସି ହୀରାକୁଦ ଡ୍ୟାମରେ ରହିଛି । ଏଭଳି ସ୍ଥିତିରେ ଛତିଶଗଡ କୌଣସି ଜବାବ ଦେଉ ନ ଥିଲା । 3 ବର୍ଷ ହେଲାଣି ଛତିଶଗଡ ଜବାବ ଦେଉ ନାହିଁ । ଆଉ ଶେଷରେ ମହାନଦୀ ଜଳ ବିଭାଗକୁ ନେଇ ଏବେ ମୁହଁ ଖୋଲିଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ । କିନ୍ତୁ ଏବେ ସୁଧା ଛତିଶଗଡର କଲମା ଗେଟ ଖୋଲା ରହିଛି ।
ଆଉ ସେପଟେ ସବୁ ଜଳକୁ ଛାଡି ଦିଆଯାଇଛି । ଯାହା ପାଇଁ ମହାନଦୀରେ ଜଳ ସ୍ତର ବଢିବାରେ ଲାଗିଛି । ଆଉ ଯାହାକୁ ନେଇ ନଦୀ କୂଳରେ ବସବାସ କରୁଥିବା ଲୋକେ ଭୟଭୀତ ହୋଇ ଉଠିଛନ୍ତି । ଆଜି ଛତିଶଗଡ ଉପ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିଛନ୍ତି ଆଉ କହିଛନ୍ତି ଉଭୟ ରାଜ୍ୟ ମଧ୍ୟରେ ସମନ୍ବୟ ଅଭାବରୁ ଏଭଳି ସ୍ଥିତି ଦେଖାଯାଉଛି ।
କିନ୍ତୁ ତଥ୍ୟ ଅନୁଯାୟୀ 3 ବର୍ଷ ହେଲାଣି ଛତିଶଗଡ କେତେବେଳେ ଜଳ ଛାଡୁଛି ଏ ନେଇ ଓଡ଼ିଶାକୁ କିଛି ତଥ୍ୟ ଦେଉ ନାହିଁ । ଯାହା ପାଇଁ ମହାନଦୀ ରେ ଆସୁଥିବା ଜଳକୁ ପରିଚାଳନା କରିବା କଷ୍ଟକର ହୋଇ ପଡୁଛି । ଆଉ ହୀରାକୁଦ ଡ୍ୟାମରେ ଜଳ ଭର୍ତ୍ତି ହୋଇଯାଉଛି । ଯେଉଁଥିରେ ବିପଦ ସୃଷ୍ଟି ହେଉଛି ପାଖାପାଖି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ।
ତେବେ ଛତିଶଗଡର ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି କି କାବେରୀ ନଦୀକୁ ତାମିଲନାଡୁ ଓ କର୍ଣ୍ଣାଟକର ସମାନ ସ୍ଥିତି ରହିଛି । କୌଣସି ବି ରାଜ୍ୟ ନିଜ ହିତରୁ ବାହାରେ କାର୍ଯ୍ୟ କରିପାରିବେ ନାହିଁ । ଉଭୟ ବସି ସମାଧାନର କରିବାର ଜରୁରତ ରହିଛି । ଛତିଶଗଡରୁ ପାଣି ଆସୁଛି ଓଡିଶାରେ ପ୍ରଭାବିତ ହେଉଛି । ଉଭୟଙ୍କର ଅଧିକାର ରହିଛି ।
ତେଣୁ ଆପୋଷ ଆଲୋଚନା ମାଧ୍ୟମରେ ସବୁ କିଛି ସମ୍ଭବ ହୋଇପାରିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ତେବେ କାହିଁକି 3 ବର୍ଷ ହେଲାଣି ଛତିଶଗଡ ସୂଚନା ଦେଉ ନ ଥିଲା ? ଯେବେ କଲମା ର ଗେଟ ସବୁ ଖୋଲି ଦିଆଯାଇଥିଲା ଯେ ଏତେ ମାତ୍ରାରେ ଜଳ ପ୍ରଭାବିତ ହୋଇଥିଲା । ତାହା ପୂର୍ବରୁ ସୂଚନା ଦିଆଯାଇ ନ ଥିଲା କି ଗେଟ ଖୋଲିବା ବାବଦରେ ଅବଗତ କରାଯାଇ ନ ଥିଲା ।
ଯାହା କି ମହାନଦୀର ଆଖପାଖରେ ବସବାସ କରୁଥିବା ଲୋକଙ୍କ ପାଇଁ ଚିନ୍ତା ବଢିଯାଉଛି । କଲମାର ସବୁ ଗେଟ ଖୋଲିବା ପରେ ଦିନକୁ ଦିନ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । କଲମା ବ୍ୟାରେଜର 5ଟି ଗେଟ ଦେଇ ଜଳ ନିଷ୍କାସନ ହେଉଥିଲା । କଲମା ବ୍ୟାରେଜରେ ଖଳି ଦେଇଛି 666ଟି ବ୍ୟାରେଜ । ପ୍ରବଳ ବର୍ଷା କାରଣରୁ ଛତିଶଗଡ ସବୁ ଗେଟ ଖୋଲି ଦେଇଛି ଯାହାକୁ ନେଇ ଚିନ୍ତା ଘାରିଛି ଅଞ୍ଚଳ ବାସୀଙ୍କର । ଯେଉଁ ମାନେ ମହାନଦୀ ର ଆଖପାଖରେ ବସବାସ କରୁଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।